ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର ବାର୍ଷିକ ଉତ୍ସବ 

୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର ବାର୍ଷିକ ଉତ୍ସବ 

ଦେବଗଡ଼ ତା.୨୩ / 4 ବାରକୋଟ ବ୍ଲକ ର ଝରlକଣ୍ଢଲ ଗାଁ ଠାରେ ୫୫0 ବାରକୋଟ ପ୍ରଗଣା ପଡ଼ିଆ ବିଷା କିସାନ ସମାଜ (କିସାନ, ମିର୍ଦ୍ଧା,ଓରାମ, କୁଡା ସମାଜ)ର ବାର୍ଷିକ ଉତ୍ସବ ଜ଼ିଲ୍ଲା ସଭାପତି ଦୁର୍ଯ୍ୟୋଧନ କିସାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ l କିସାନ ଭାଷା ରେ ଗୀତ ଗାଇ ନୃତ୍ୟ ବାଦ୍ୟ ତାଳେ ତାଳେ ଅତିଥି ମାନଙ୍କୁ ସଭାସ୍ଥଳ କୁ ପାଛୋଟି ନେଇଥିଲେ l ମୁଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ତାଙ୍କ ବକ୍ତବ୍ୟ ରେ ରାଜ୍ୟ ସରକାର ଙ୍କ ଆଦିବାସୀ ସଶକ୍ତିକରଣ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରିଥିଲେ l ଆଦିବାସୀ ଭବନ ନିର୍ମାଣ ପାଇଁ ଭୁବନେଶ୍ୱର ଗୋଠପାଟଣା ରେ ୧00 କୋଟି ଟଙ୍କା ମଞ୍ଜୁରୀ ସହ ଭୂମିପୂଜନ, ଆଦିବାସୀ ମାନଙ୍କ ନାଁ ରେ ଥିବା ୫0 ହଜାର ମକଦ୍ଦମା ପ୍ରତ୍ୟlହାର, ଲଘୁବନ ଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ପ୍ରୋତ୍ସାହନ ରାଶି ପ୍ରଦାନ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ସକାଶେ ମହିଳା ମାନଙ୍କୁ ୧0 ଲକ୍ଷ ଓ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ର ମାଗଣା ଚିକିତ୍ସା ସୁବିଧା, ସ୍ୱତନ୍ତ୍ର ଉନ୍ନୟନ ଯୋଜନା ରେ ଆଦିବାସୀ କଳା, ସଂସ୍କୃତି ସୁରକ୍ଷା, ଦେବଦେବୀ ପୀଠ ର ମରାମତି, ନିର୍ମାଣ ଏବଂ ସୌନ୍ଦର୍ଯ୍ୟ କରଣ, ଗ୍ରାଜୁଏସନ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ପ୍ରଦା ବିଷୟରେ ଉଦବୋଧନ ଦେଇଥିଲେ l କିସାନ ସମାଜର ପ୍ରଥା ପରମ୍ପରା, ରୀତିନୀତି, ଚାଲିଚଲଣି, ସଂସ୍କୃତି, ଐତିହ୍ୟ,ଭାଷା, ଧର୍ମ, ଧାର୍ମିକ ବିଶ୍ୱାସ କୁ ବଜାୟ ରଖିବାକୁ ମଞ୍ଚାସିନ ଅତିଥି ମାନେ ଜୋର ଦେଇଥିଲେ l ମଦ ନିଶା ଛାଡି, ସମାଜର ପୁଅଝିଅ ମାନଙ୍କୁ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବାକୁ ସମାଜ ର ସଭାପତି, ସମ୍ପାଦକ, ନେତୃ ମଣ୍ଡଳୀ ସମାଜର ଲୋକଙ୍କୁ ମନ୍ତ୍ରଣା ଦେଇଥିଲେ l ସଭା ରେ ସମାଜର ଉଗ୍ରେସନ କିସାନ, ମୁନି କିସାନ,ଭଦ୍ର ଚରଣ କିସାନ,ମୁରଲୀଧର କିସାନ,ଗୌରାଙ୍ଗ କିସାନ , ଭଦ୍ର କିସାନ , ଶରତ କିସାନ,ପ୍ରମୁଖ ଉଦବୋଧନ ଦେଇଥିଲେ l ବାରକୋଟ ବ୍ଲକ, ତିଳେଇବଣି ବ୍ଲକ, ଦେବଗଡ଼ ବ୍ଲକ, ବଣେଇ ବ୍ଲକ,କୁଚିଣ୍ଡା ବ୍ଲକ ର ଶତାଧିକ କିସାନ,ମିର୍ଦ୍ଧା, କୁଡା,ଓରାମ,ମାଟିଆ ସମାଜର କର୍ମକର୍ତ୍ତା ଯୋଗଦେଇଥିଲେ l

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବି ମାଳିଗୁଡା : ଘର ଡିହ ପଟ୍ଟା ମିଳିଛି : କିନ୍ତୁ ଚିହ୍ନଟ ପାଇଁ ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ 

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସିଧାପ୍ରାସରଣ ଦେଖିଲେ ଜୁନାଗଡ଼ ବାସୀ

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସୁରକ୍ଷା କାର୍ଯ୍ୟକ୍ରମ

Leave a Comment

error: Content is protected !!