ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗ୍ୟାରେଣ୍ଟି କାର୍ଡ ବଣ୍ଟନ  ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ଙ୍କ ପ୍ରଚାର 

ଗ୍ୟାରେଣ୍ଟି କାର୍ଡ ବଣ୍ଟନ  ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ଙ୍କ ପ୍ରଚାର 

ଖଇରା,୨୫/୪/୨୪ – ବାଲେଶ୍ଵର ଜିଲ୍ଲା ସିମୁଳିଆ -ଖଇରା ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକ ଅଧିନ ସାରୁଗାଁ ପଞ୍ଚାୟତ ତିଳଦା ଗ୍ରାମରେ ଥିବା ବାବା ଶନିଶ୍ଚର ଠାରୁ ଆଶୀର୍ବାଦ ନେଇ ପଦଯାତ୍ରାରେ ଘର ଘର ବୁଲି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରି ଲୋକାମାନଙ୍କୁ କାର୍ଡ ସମ୍ବଦ୍ଧୀୟ ସୂଚନା ଦେଉଛନ୍ତି ଜାତୀୟ କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା । ଏଥି ସହିତ ଲୋକମାନଙ୍କ ସମସ୍ୟା ପଚାରି ବୁଝିବା ସହିତ ଗାଁର ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରୁଛନ୍ତି ପ୍ରାର୍ଥୀ ଶ୍ରୀ ବେହେରା । ସ୍ଥାନିୟ କଂଗ୍ରେସ ନେତା ଜଗବନ୍ଧୁ ନାୟକ, ରତ୍ନାକର ଦାସ, ଅଲେଖ ଓଝା, ସତ୍ୟାନନ୍ଦ ଓଝା, ଅନାଦି ପରିଡା ଏଥି ସହଯୋଗ କରିଥିଲେ । ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ନିରଞ୍ଜନ ପରିଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସାହୁ, ଖଇରା ବ୍ଲକ ଯୁବ ସଭାପତି ତପନ ଦାସ, ବାବୁଲି ଜେନା, ବିଶ୍ୱଜିତ ରାଉଳ ଏବଂ କଂଗ୍ରେସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାହୁଲ ଗାନ୍ଧୀ ଙ୍କ ସଭ୍ୟ ପଦ ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

Sunil Chandra Nayak

ମାର୍କ୍ସବାଦ ଦର୍ଶନର ମୂଳତତ୍ତ୍ଵ ଶୋଷଣ ମୁକ୍ତ ସମାଜ

masiha

ନବରଙ୍ଗପୁର ଜିଲ୍ଲାରେ ଭାରତ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!