ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଚ୍ଛତା ହିଁ ”ସେବା ,ଧର୍ମଗଡ ଏନଏସି ପକ୍ଷରୁ ସେବା ପକ୍ଷ ପାଳନ

ସ୍ୱଚ୍ଛତା ହିଁ ”ସେବା ,ଧର୍ମଗଡ ଏନଏସି ପକ୍ଷରୁ ସେବା ପକ୍ଷ ପାଳନ

ସେପ୍ଟେମ୍ବର ୧୭ ତାରିଖ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଠାରୁ ଅକ୍ଟୋବର ୨ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ଅବସରରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼ ତରଫରୁ ଗାନ୍ଧୀଜୀ ଏବଂ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ” ସ୍ୱଚ୍ଛତା ହିଁ ”ସେବା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏନଏସି ର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ବିଭିନ୍ନ ୱାର୍ଡ଼ ର କାଉନସିଲର ବୃନ୍ଦ, ସ୍ୱଚ୍ଛ ସାଥି ସୁପର ଭାଇଜର, ସାନିଟେସନ ସୁପର ଭାଇଜର,ସଫେଇ କର୍ମଚାରୀ ଓ ଏନଏସି ର ସମସ୍ତ କର୍ମଚାରୀ ଓ ବିଭିନ୍ନ ମହାବିଦ୍ୟାଳୟର କୃତି ଛାତ୍ରୀମାନେ ଉପସ୍ଥିତ ଥିଲେ। ସାନିଟେସନ ସୁପରଭାଇଜର ମାନଙ୍କୁ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ଦ୍ୱାରା ସମ୍ମାନିତ କରିଥଲେ। କାର୍ଯ୍ୟକ୍ରମକୁ ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ ପରିଚାଳନା କରିଥିବାବେଳେ ଗୋଷ୍ଠୀ ସଂଯୋଜକ ଶ୍ରୀ ଯଶୋବନ୍ତ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୁରୁକୃପା ମହୋତ୍ସବ, ଯୋଗ ଦେଲେ ମହା ମହିମ ରାଜ୍ୟପାଳ

Sunil Chandra Nayak

ଉତ୍କଳ ଆଲୁମିନା ଦ୍ଵାରା ପଥପାର୍ଶ୍ବ ବୃକ୍ଷଚାରା ରୋପଣ, ଏହାର ପାରିପାର୍ଶ୍ବକ ଅଞ୍ଚଳରେ ସବୁଜ ବଳୟ ବିକାଶକୁ ପୃଷ୍ଠପୋଷକତା କରୁଛି

masiha

ସାଧାରଣତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର 2025 ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!