ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ଶିବିର
ବନ୍ଧୁଗାଁ ତା, ୬/୨/୨୫, କୋରାପୁଟ ଜିଲ୍ଲା ଅନ୍ତର୍ଗତ ଆଲମଣ୍ଡା ଠାରେ ଆଜି ବନ ବିଭାଗ ପକ୍ଷରୀ ଜଙ୍ଗଲ ସୁରକ୍ଷା ପାଇଁ ଆଜି ଏକ ଦୁଇ ଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଭାବରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଲମଣ୍ଡା ବନପାଳ ବନଖଣ୍ଡ-୧ ର ନାରାୟଣ ପାଟଣା ବନାଞ୍ଚଳ ର ଅଧିନରେ ଥିବା ଆଲୋମଣ୍ଡା ବନ ଖଣ୍ଡ ବିଭାଗ ଅଧିକାରୀ ଶ୍ରୀ ଅଜିତ ଖରା ଉପସ୍ଥିତ ରହିବା ଶହ ଅଞ୍ଚଳରୁ ଆସି ବନ ବିଭାଗ ଙ୍କ ଜଙ୍ଗଲ ବିଷୟରେ ବାର୍ତ୍ତା ଗୁଡିକ ଦେଉଥିବାର ଉପଦେଶ ଗୁଡିକ ଦେଉଥିବାର ଧ୍ୟାନ ଦେଇ ବୁଝୁଥିଲେ I ଏଥିରେ ମୁଖ୍ୟତଃ ପ୍ରାକୃତିକ ବହୁମୂଲ୍ୟ ସମ୍ଫଦ ଏହାକୁ ନିଆଁ ରକ୍ଷା କରନ୍ତୁ, ସବୁଜିମା ସୃଷ୍ଟିରୁ ହିଁ ସହଯୋଗ କରନ୍ତୁ I ଜଙ୍ଗଳରେ ନିଆଁ ଲାଗିବା ଦ୍ୱାରା ବନ୍ୟ ଜନ୍ତୁ ଓ ମଣିଷ ପାଇଁ ଆବଶ୍ୟକୀୟ ଅନେକ ପ୍ରକାରର ଔଷଧିୟ ବୃକ୍ଷ ଏବଂ ମୂଲ୍ୟବାନ ଗଛ ଗୁଡିକ ନଷ୍ଟହୋଇ ଜଙ୍ଗଲ କ୍ଷୟ ହେଉଛି I ଏହା ଦ୍ୱାରା ଆମ ଅଞ୍ଚଳରେ ଜ୍ୱଳବାୟୁ ପରିବର୍ତନ ଓ ମୃତ୍ତିକା ଉର୍ବରତାକୁ କ୍ଷୟ ହେବା ସହିତ ବର୍ଷାର ମାନ କମି ଯାଉଛି ଏବଂ ଯଦ୍ୱାରାକି ଅଞ୍ଚଳରେ ବାତାବରଣ ବଦଳିବା ଶହ ଗରମ ହେବାର ମୂଳ ଲକ୍ଷ ହବାର ଉଦାହରଣ ସାଜିଛି I ଏଥିପ୍ରତି ଅଞ୍ଚଳବାସୀ ଜଙ୍ଗଲକୁ ନିଆଁରୁ ବଞ୍ଚେଇ ରଖିବା ଓ ଜଙ୍ଗଲ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ଭାବରେ ପାଣି ପଵନ ଓ ପରିବେଶ ସନ୍ତୁଳନ ଭାବରେ ରହିବାର ଉପକାର ହୋଇପାରିବ I ଆଜିର ନିଆଁ ଉପରେ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ରେ ବନପାଳ ଆଲମଣ୍ଡା -୧ ଏବଂ ପି.ଏନ.ଜି.ଓ, ନାରାୟଣ ପାଟଣା ଓ ଆଲମଣ୍ଡା କ୍ଷତ୍ରଫଳର ବନରକ୍ଷୀ ଓ ବନ କର୍ମଚାରି ବୃନ୍ଧ ଉପସ୍ଥିତ ରହି ଜଙ୍ଗଲରେ ନିଆଁ ଲଗେଇବା ଏବଂ ପରିବେଶ ଜନସଚେତନତା ଦୁଇ ଦିନିଆ କାର୍ଯ୍ୟକ୍ରମ କରାଯାଇଥିଲା I ଏହା ବ୍ୟତୀତ ବି ଯଦି କୌଣସି ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗେଇଲେ ଜଙ୍ଗଲ ବିଭାଗ ଅନୁଯାଇ ଦୁଇ ବର୍ଷ ଜେଲ ଏବଂ ବନ୍ୟ ପ୍ରାଣୀ ଆଇନ ଅନୁଯାଇ ୨୫ ହଜାର ଟଙ୍କା ଜୋରିମାନା ଦେବାପାଇଁ ବ୍ୟବସ୍ତା ରହିଛି I ଆଜିର କାର୍ଯ୍ୟକ୍ରମକୁ ବନପାଳ ଆଲମଣ୍ଡା -୧ ର ଅଜିତ ଖରା ପରିଚାଳନା କରିଥିଲେ I ଏଥିରେ ପି.ଏନ.ଜି.ଓ ଟିମର ମୁଖ୍ୟ ବକ୍ତା ଓ,ରାଜେନ୍ଦ୍ର ମହାନିନ୍ଦିଆ ଓ ବନରକ୍ଷୀ ସୁଶାନ୍ତ ପ୍ରଧାନ, ବନ କର୍ମଚାରି ଆଲମଣ୍ଡା -୧ ଓ ସମାଜ ସେବି ଏବଂ ଆଲମଣ୍ଡା ଗ୍ରାମବାସୀ ଭଦ୍ର ବୃନ୍ଦଗଣ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାସୁଦେବ କନ୍ଦପାନ ଓ ନିକଟସ୍ତ ଗ୍ରାମର ୱାର୍ଡ ସଭ୍ୟ ଓ ସଭ୍ୟା ଓ ଗ୍ରାମବାସୀ ଗଣ ଉପସ୍ଥିତ ରହି ଆଜିର ବନ ଉପରେ ହୋଇଥିବା ସଚେତନତା ଶିବିରକୁ ସାଫଲ୍ୟ କରିଥିଲେ I
=============……………==.======
ବନ୍ଧୁଗାଁ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ ସିଧା ପ୍ରସାରଣ ଲାଇଭ ଟିଭି ଚ୍ୟାନାଲ ମାଧ୍ୟମରେ ଅନୁଷ୍ଠିତ
ବନ୍ଧୁଗାଁ ତା, ୫/୨/୨୫,ଗାଁ ବିକଶିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କର କମଳରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର ମିନି ଷ୍ଟାଡିୟମ ଠାରେ ୧୨ ଘଣ୍ଟା ସମୟରେ ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେଲା । ବନ୍ଧୁଗାଁ ବ୍ଲକର ମିନି ଷ୍ଟାଡିୟମ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ ସିଧା ପ୍ରସାରଣ ଲାଇଭ ଟିଭି ଚ୍ୟାନାଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନଭ ଯୋଜନାର ଲକ୍ଷ୍ୟ ରଖା ଯାଇଛି । ଏହା ଦ୍ୱାରା ନୂତନ ସରକାରଙ୍କର ଉତ୍କର୍ଷ ଓଡିଶା – ୨୦୩୬ ର ରୂପାନ୍ତରଣରେ ଏହା ସହଯୋଗ କରିଵା ସହ ନୂତନ ଦିଗଦର୍ଶନର ବାର୍ତ୍ତା ଦବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି । ଏହି ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବାପାଇଁ ଲକ୍ଷ୍ୟ ରଖା ଯାଇଛି। ପ୍ରତି ବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକରଣ ପାଇଁ ଖର୍ଚ୍ଚ କରାଯିବା ପାଇଁ ଲକ୍ଷ ରଖା ଯାଇଛି । ଏହାର ସିଧା ପ୍ରସାରଣ ୱେବ୍ସାଇଟ ଜରିଆରେ ପ୍ରଦର୍ଶନର ଏଵଂ ଲାଇଭ ଟିଭି ଚ୍ୟାନେଲ ମାଧ୍ୟମରେ ପ୍ରଚାର ପ୍ରସାର କରାଗଲା । ଏହି ଅବସରରେ ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀ ଅଭିନାସ ବିଶ୍ବଜିତ ସେଠି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ଉପାଧ୍ୟକ୍ଷା ଶ୍ରମତି ଗୀତାଞ୍ଜଲି ପିଡ଼ିକା, ଡ଼ବ୍ଲିୟ ଶ୍ରୀ ଚନ୍ଦନ କୁମାର ସ୍ୱାଇଁ, ଜିଲ୍ଲା ବିଜେପି ର ସାଧାରଣ ସମ୍ଫାଦକ ସରତ ପାତ୍ର,ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଳ ଦେଇ ଶୁଭ ଉଦ୍ଧଘାଟନ କରିଥିଲେ ଓ ବ୍ଲକର ସମସ୍ତ କର୍ମଚାରୀ, ଜନପ୍ରତିନିଧି, ୧୩ ଗଟି ପଞ୍ଚାୟତର ଏକ ୫ ଶହରୁ ଉର୍ଦ୍ଧ ମିଶାନଶକ୍ତି ର ମିହିଳା, ଅଙ୍ଗନ ବାଡ଼ି ଓ ସମସ୍ତ ଏସ.ଏଚ. ଜି,ଗ୍ରୁପର ମା ମାନେ ଉପସ୍ଥିତି ଥିଲେ। ଆଜିର ଏହି ଶିବିରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁଗାଁ ଥାନା ଅଧିକାରୀ ଆଇ. ଆଇ. ସି ଶ୍ରୀ ପ୍ରଶ୍ନ କୁମାର ମିଶ୍ର ଓ ଷ୍ଟାଫ ଉପସ୍ଥିତ ରହିଥିଲେ I
========================
ନକ୍ସଲ ନାମରେ ଟଙ୍କା ମାଗି ଧରାପଡିଲେ ଆର୍ ଟି ଆଇ କର୍ମଚାରୀ,ଥାନାରେ ଏତାଲା ,ପୋଲିସ ର ତଦନ୍ତ
ବନ୍ଧୁଗାଁ ତା ୫/୨/୨୫ପେଶାରେ ସାମ୍ବାଦିକତା । କିନ୍ତୁ କାମ ସରକାରୀ କର୍ମଚାରୀ ଙ୍କୁ ସୁଚନା ଅଧିକାରୀ ରେ ତଥ୍ୟ ମାଗିବା ,ତଥ୍ୟ ନଦେଲେ ନକ୍ସଲ ନାମରେ ଭୟଭୀତ କରି ଲକ୍ଷ ଲକ୍ଷ ଟଙ୍କା ମାଗି ଭୟଭୀତ କରି ଶେଷରେ ଧରାପଡ଼ିଛନ୍ତି ଦୁଇ ଜଣ ବ୍ୟକ୍ତି । ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ବନ୍ଧୁଗାଁ ବ୍ଲକ ର ଜି ଭି ଆର୍ ପଟନାୟକ ଏବଂ ଅବସରପ୍ରାପ୍ତ ଶିକ୍ଷକ ଭି . ଦେବ କିଶୋର ପଟ୍ଟନାୟକ । ଏ ଦୁଇ ବ୍ୟକ୍ତି ଙ୍କୁ ଧରି ଥାନାରେ ଜିମା ଦେବା ସହ ଲିଖିତ ଅଭିଯୋଗ କରିଛନ୍ତି ବ୍ଲକ କନିଷ୍ଠ ଯନ୍ତ୍ରୀ ସତେନ୍ଦ୍ର ଦତ୍ତ । ପୋଲିସ୍ ଅଭିଯୋଗ ରଖି ତଦନ୍ତ ଜାରି ରଖିବା ସହ ଦୁଇ ଜଣ ବ୍ୟକ୍ତି ଙ୍କୁ ଅଟକ ରଖି ପଚରାଉଚରା କରୁଛି । ନିଜକୁ ସାମ୍ବାଦିକ ସହ ଆର୍ ଟି ଆଇ କର୍ମଚାରୀ କହି ବିଭିନ୍ନ ସରକାରୀ କର୍ମଚାରୀ ଙ୍କୁ ଆର୍ ଟି ଆଇ ପକେଇ ଭୟଭୀତ କରେଇ ନକ୍ସଲ ନାମରେ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରୁଥିଲେ । ନାରାୟଣପାଟଣା, ବନ୍ଧୁଗାଁ, ଲଖ୍ମୀପୁର ବ୍ଲକ ସମେତ କୋରାପୁଟ ,ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସରକାରୀ ଅନୁଷ୍ଠାନରେ ଆର୍ ଟି ଆଇ ପକେଇ ଭୟଭୀତ କରି ସରକାରୀ କର୍ମଚାରୀ ଙ୍କୁ ଅର୍ଥ ଲୁଟୁ ଥିଲେ । ଖାଲି ଅର୍ଥ ଲୁଟୁନଥିଲେ ନକ୍ସଲ ନାମ କହି ଭୟଭୀତ କରୁଥିଲେ ।ପୁର୍ବରୁ ଆଲୋଚନା ମୁତାବକ ନାରାୟଣପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ସତେନ୍ଦ୍ର ଦତ୍ତ ଙ୍କୁ ବିଭିନ୍ନ କାମ କୁ ନେଇ ସୁଚନା ଅଧିକାର ରେ ତଥ୍ୟ ମାଗିଥିଲେ ।ତଥ୍ୟ ନେବା ପାଇଁ ଆଜି ତାରିଖ ଧାର୍ଯ୍ୟ ହୋଇଥିଲା । ଅପରାହ୍ନ ରେ ବ୍ଲକ କାର୍ଯ୍ୟାୟ ଆଗରେ ତଥ୍ୟ ନେବା କୁ ଆସି ୪୦ ହଜାର ମାଗିଥିଲେ ।ଫୋନ ପେରେ ତିରିଶି ହଜାର ନେବାକୁ ରାଜି ହୋଇଥିବା ବେଳେ ବଳକା ଦଶ ହଜାର ନଗଦ ନେଉଥିବା ବେଳେ ପୁର୍ବରୁ ପୋଲିସ , ଗଣମାଧ୍ୟମ ପ୍ରତିନିଧିମାନେ ଛକି ରହି ଟଙ୍କା ନେବା ବେଳେ ଧରିଥିଲେ ।ଏଥିସହ ବ୍ଲକ ର ବିଭିନ୍ନ ସରକାରୀ ଅନୁଷ୍ଠାନ କୁ ସୁଚନା ଅଧିକାର ରେ ତଥ୍ୟ ମାଗି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ପୋଲିସ ନିକଟରେ କହିଛନ୍ତି।ଏଥିସହ ନାରାୟଣପାଟଣା ବ୍ଲକ ର ପୁର୍ବତନ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ ପେ ରେ ନକ୍ସଲ ନାମ କହି ଏକ ଲକ୍ଷ ଟଙ୍କା ନେଇଥିବା ଲିଖିତ ଅଭିଯୋଗ କରିଛନ୍ତି । ଏଥିସହ କୋରାପୁଟ ଜିଲ୍ଲାରେ ବିଭିନ୍ନ ସରକାରୀ ଅନୁଷ୍ଠାନ ରେ ସୁଚନା ଅଧିକାର ଆଇନରେ ତଥ୍ୟ ମାଗି ବଡ଼ ବଡ଼ ଅଧିକାରୀ ଙ୍କୁ ହୋଇ ରାଣ କରୁଥିବା କରୁଥିବା ତଥ୍ୟ ସାମ୍ନା କଣ ଆସିଛି ।ତେବେ ଏହି ରାକେଟ ରେ ବଡ଼ ବଡ଼ ମୂଷା ସାମିଲି ଥିବା ସହ ଏହାର ଚେର କେତେଦୂର ଲମ୍ବିଛି ତାରା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ I
ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍

