ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେସ-ଇ‌େ‌ମ୍ପ୍ରସ ମିଡିଆ କ୍ଲବ’ର ବାର୍ଷିକ ସମ୍ମିଳନୀ  ‘ସାମ୍ବାଦିକଙ୍କ ସେବା ସୀମାରେ ପହରାରତ ସୈନିକ କାର୍ଯ୍ୟଠାରୁ ବି କମ ନୁହେଁ’

ପ୍ରେସ-ଇ‌େ‌ମ୍ପ୍ରସ ମିଡିଆ କ୍ଲବ’ର ବାର୍ଷିକ ସମ୍ମିଳନୀ 

ସାମ୍ବାଦିକଙ୍କ ସେବା ସୀମାରେ ପହରାରତ ସୈନିକ କାର୍ଯ୍ୟଠାରୁ ବି କମ ନୁହେଁ’

ଜଳେଶ୍ଵର,୨୧/୭(ମନିସ): ବାଲେଶ୍ବରର ଅନ୍ୟତମ ସାମ୍ବାଦିକ ସଂଗଠନ ‘ପ୍ରେସ-ଇ‌େ‌ମ୍ପ୍ରସ ମିଡିଆ କ୍ଲବ’ର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଭେନ୍ୟା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ‘ପାରମ୍ପରିକ ଗଣମାଧ୍ୟମ ମୌଳିକ ଆଦର୍ଶରୁ ଦୂରେଇବା ଓ ସୋସିଆଲ ମିଡିଆ ପ୍ରତି ଜନସାଧାରଣଙ୍କ ଭରସା ବୃଦ୍ଧି’ ଶୀର୍ଷକ ଆଲୋଚନାଚକ୍ରରେ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶା ସମେତ ଦେଶର ଗଣମାଧ୍ୟମର ସ୍ଥିତି ଓ ଗତି ସମ୍ପର୍କରେ ଆଲୋଚନା କରିଥିଲେ। ସୀମାରେ ପହରାରତ ସୈନିକଙ୍କ କାର୍ଯ୍ୟ ତୁଳନାରେ ସାମ୍ବାଦିକଙ୍କ କାର୍ଯ୍ୟ କୌଣସି ଗୁଣରେ କମ ନୁହେଁ ବୋଲି ସେ ମତ ଦେଇଥିଲେ। ଯେ କୌଣସି ଜରୁରୀକାଳୀନ ସ୍ଥିତିରେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ପ୍ରଶାସନ ପୂର୍ବରୁ ଘଟଣା ସ୍ଥଳରେ ପହଞ୍ଚିବା ଛୋଟିଆ କଥା ନୁହେଁ ବୋଲି ଶ୍ରୀମତୀ ଜେନା କହିଥଲେ। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପ୍ରତି ସବୁବର୍ଗର ଲୋକଙ୍କ ଆଗ୍ରହ ବୃଦ୍ଧି ଭଲକଥା, ମାତ୍ର ମିଥ୍ୟା ଖବର ପ୍ରଚାର କରି ଜନସାଧାରଣଙ୍କୁ ଭ୍ରମିତ କରାଯିବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ବାଲେଶ୍ବର ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଯୋଗ ଦେଇ କେବଳ ସାମ୍ବାଦିକତା ନୁହେଁ, ପ୍ରତିଟି କ୍ଷେତ୍ରରେ ରାଜଧର୍ମ ପାଳନର ଆବଶ୍ୟକତା ରହିଛି ବୋଲି କହିଥିଲେ। କ୍ଷମତାରେ ଥାଇ ରାଜଧର୍ମ ପାଳନ କରିଥିବା ବ୍ୟକ୍ତି ବିଶେଷ ହିଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା ସହିତ ସମସ୍ତଙ୍କ ଠାରେ ସ୍ମରଣୀୟ ହୋଇଥା’ନ୍ତି ବୋଲି ସେ ମତ ଦେଇଥିଲେ। ତେଣୁ ସାମ୍ବାଦିକମାନେ ସର୍ବଦା ସତ୍ୟ ରୂପକ ଢ଼ାଲ ସହିତ ଖଣ୍ଡା ଭଳି କଲମ ଶାଣିତ ଚଳାଇବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ବିଶେଷ ଅତିଥି ଭାବେ ବିଶ୍ବବାଣୀ ଖବର କାଗଜର ସମ୍ପାଦକ ଅର୍ଜୁନ ମୁଦୁଲି ଏଥିରେ ଯୋଗଦେଇ ସମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାରୀ ଉଦାସୀନତା ନିରପେକ୍ଷ ସାମ୍ବାଦିକତାରେ କିଭଳି ଅନ୍ତରାୟ ହୋଇଥାଏ, ସେ ସମ୍ପର୍କରେ କଥା ରଖିଥିଲେ। ଦେଶର ୨୨ ରାଜ୍ୟର ସରକାର ବରିଷ୍ଠ ସାମ୍ବାଦିକଙ୍କୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଭତ୍ତା ପ୍ରଦାନ କରୁଥିବାବେଳ ଓଡ଼ିଶାରେ ପୂର୍ବରୁ ସାମ୍ବାଦିକଙ୍କୁ ମିଳୁଥିବା ରେଳଯାତ୍ରା ଭଡ଼ାର ୫୦ ପ୍ରତିଶତ ରିହାତିକୁ ସରକାର ବନ୍ଦ କରିବା ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ମୁଦୁଲି କହିଥିଲେ। ଏହି ପ୍ରସଙ୍ଗକୁ ନେଇ ବାଲେଶ୍ବରରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଜରିଆରେ ଦାବି ଉପସ୍ଥାପନ ପାଇଁ ସେ ସାମ୍ବାଦିକଙ୍କୁ ଆହ୍ବାନ ଦେଇଥିଲେ। ସେଇଠୁ ଆରମ୍ଭ ଖବରକାଗଜ ସମ୍ପାଦକ ଶୁଭେନ୍ଦୁ ଦାସ, ଧ୍ବନି ପ୍ରତିଧ୍ବନି ଖବରକାଗଜର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ବାଲେଶ୍ୱରର ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ‘ଜନପ୍ରିୟ’ ଖବରକାଗଜ ସମ୍ପାଦକ ତଥା ସମାଜସେବୀ ନରେନ୍ଦ୍ର ବିହାରୀ ଦାସ, ସମାଜସେବୀ ଅଜୟ କୁମାର ବିଶ୍ବାଳ ଓ ଗୀତାଞ୍ଜଳି ଫାଉଣ୍ଡେସନ ଅଧ୍ୟକ୍ଷା ଏସ.ଗୀତାଞ୍ଜଳି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ଗଣମାଧ୍ୟମ ପ୍ରତି ଜନସାଧାରଣଙ୍କ ଭରସା ବୃଦ୍ଧିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ପାରମ୍ପରିକ ମିଡିଆ (ଖବରକାଗଜ)ରେ ପାଠକଙ୍କ ସଂଖ୍ୟା ହ୍ରାସ ଏବଂ ଆର୍ଥିକ ଭାର ବହନ ପାଇଁ ସରକାରୀ ବିଜ୍ଞାପନ ଉପରେ ଅଧିକ ନିର୍ଭରଶୀଳ ହେବା ଯୋଗୁଁ ଗଣମାଧ୍ୟମ କର୍ତ୍ତୃପକ୍ଷଙ୍କୁ ବେଳେବେଳେ ସତ୍ୟ ଓ ନିରପେକ୍ଷତା ସହିତ ସାଲିସ କରିବାକୁ ପଡ଼ୁଛି ବୋଲି ଅତିଥି ମତ ଦେଇଥିଲେ। ଏ ନେଇ ପାଠକ ସଂଖ୍ୟା ବୃଦ୍ଧି ନେଇ ସବୁ ମହଲରୁ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ। 

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ନୃତ୍ୟାନୁଷ୍ଠାନ ‘ନାଚ’ର ସହଯୋଗରେ ବିଶେଷ ନୃତ୍ୟ ପ୍ରଦର୍ଶନ କରିଥିବା କୃତୀ ନୃତ୍ୟାଙ୍ଗନାଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା। ‘ନାଚ’ର ମୁଖ୍ୟ ରୋନାଲିସା ପାଣିଗ୍ରାହୀ ଓ ରତିକାନ୍ତ ଦତ୍ତ ସମ୍ବର୍ଦ୍ଧନା ପର୍ବକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ କୁନିବକ୍ତା ଛାତ୍ରୀ ପାବନୀ ପ୍ରତୀକ୍ଷା ଦାସ ସାମ୍ବାଦିକ ସଂଗଠନ ସମ୍ପର୍କରେ ଛୋଟିଆ ହେଲେ ବି ଏକ ଆକର୍ଷଣୀୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସଂଗଠନର ଦିବଂଗତ ସଦସ୍ୟ ମିହିର ମହାପାତ୍ର ଓ ବାସୁଦେବ ରାଉଳଙ୍କ ଉଦ୍ଦେଶ୍ୟରେ ସାମୂହିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ‘ପ୍ରେସ-ଇ‌େ‌ମ୍ପ୍ରସ ମିଡିଆ କ୍ଲବ’ର ସଭାପତି ବରିଷ୍ଠ ସାମ୍ବାଦିକ ଉଜ୍ଜଳ ଚନ୍ଦ୍ର କରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ଦୀପ୍ତ କୁମାର ଦାସ ବିବରଣୀ ଉପସ୍ଥାପନ କରିଥିଲେ। ଗଗନ ସେଠୀ, ଗୟାଧର କର, ଦିଲ୍ଲୀପ କୁମାର ଦାସ ପ୍ରମୁଖ କର୍ମକର୍ତ୍ତା ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ କଥା ରଖିଥିଲେ। ସଙ୍ଗଠନର ସମ୍ପାଦକ ସୁଶାନ୍ତ କୁମାର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ କୈଳାସ ଚନ୍ଦ୍ର ବେହେରା, ସୁରେନ୍ଦ୍ର ମୋହନ ଜେନା, ପ୍ରଦୀପ କୁମାର ବେରା, ମଧୁସୂଦନ ମିଶ୍ର, ଦୀପକ କୁମାର ମଲ୍ଲିକ, ରାମଚନ୍ଦ୍ର ମହଲ, ଆଜିମ ବାଲେଶ୍ବରୀ, ପ୍ରଭାତ କୁମାର ଶର୍ମା, ଶରତ କୁମାର ସାମଲ, ତ୍ରିଲୋଚନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା, ସୁଦିପ୍ତ ମହାନ୍ତି ପାର୍ଥ ସାରଥି ଦାସବାବୁ, ଚକ୍ରଧର ସିଂ, ସୁଶୀଳ ଜେନା, ଚନ୍ଦନ କୁମାର ପାଣିଗ୍ରାହୀ, ପଦ୍ମଲୋଚନ ଦତ୍ତ, କରୁଣା କର ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ମାନବ ଅଧିକାର ଦିବସ ପାଳିତ

masiha

ସଚେତନ ନାଗରିକ ମଞ୍ଚ ର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ 

masiha

ତତଲା କଡେଇରେ ଶିଝୁଛନ୍ତି ଚିଲିକା ଅଞ୍ଚଳବାସୀ : ପ୍ରବଳ ଗ୍ରୀଷ୍ପ ପ୍ରବାହରେ ରାସ୍ତାଘାଟ ଜନଶୂନ୍ୟ !!!

Sunil Chandra Nayak

Leave a Comment

error: Content is protected !!