ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେଂସଡ଼ାର ପୂର୍ବତନ ସରପଞ୍ଚଙ୍କ ବିୟୋଗ

ମୟୂରଭଞ୍ଜ ,-7/6: (ମସିହା)ଜାମଦା ବ୍ଲକ ହେଂସଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ଦେଓଗାମଙ୍କ ମଙ୍ଗଳବାର ସନ୍ଧ୍ୟା ବେଳେ ଯଶିପୁରଠାରେ ପରଲୋକ ଘଟିଛି lତାଙ୍କରି ମର ଶରୀରକୁ ହେଂସଡ଼ା ପଞ୍ଚାୟତର କାହ୍ନୁ ନଦୀ କୂଳରେ ଥିବା ପୈତୃକ ଗ୍ରାମ ଧଳପୁରକୁ ଅଣାଯିବା ପରେ ଆଜି ଅପରାହ୍ନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ତାଙ୍କରି ମୃତ୍ୟୁ ଖବର ପାଇ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ବିଜେପି ଆଦିବାସୀ ମୋର୍ଚ୍ଚାର ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ବିର୍ସା କଣ୍ଡାଙ୍ଗକେଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୁ ଗୋପାଳ ଗୋପ, ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ପ୍ରବକ୍ତା ମନୋରଞ୍ଜନ ତିରିଆ, ଶିକ୍ଷକ ନେତା ବକ୍ସି ଜଗବନ୍ଧୁ ପାଲ ପ୍ରମୁଖ ତାଙ୍କରି ବାସଭବନରେ ପହଂଚି ତାଙ୍କରି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ସ୍ବର୍ଗତ ଦେଓଗାମ ଶିକ୍ଷକତା ଚାକିରିରୁ ଅବସର ନେବା ପରେ ରାଜନୀତିରେ ପାଦ ଦେଇ ହେଂସଡ଼ା ପଞ୍ଚାୟତର ହେଭିୱେଟ ନେତା ପୂର୍ଣ୍ଣଚନ୍ଦ୍ର ମାରାଣ୍ଡିଙ୍କୁ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ l ତେବେ ଗତ ପଂଚାୟତ ନିର୍ବାଚନରେ ସେ ବିଜେପି ଦଳ ଟିକେଟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ବିଜୁ ଜନତା ଦଳର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡିଙ୍କଠାରୁ ପରାସ୍ତ ହୋଇଥିଲେ l ଦୀର୍ଘଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା, ସେ ଜଣେ ମିଷ୍ଟଭାଷୀ ରୂପେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ l ତାଙ୍କରି ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

masiha

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

masiha

ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା 

masiha

Leave a Comment

error: Content is protected !!