ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ବୁଢ଼ୀ ଠାକୁରାଣୀଙ୍କୁ ସୁନା କାନଫୁଲ ପ୍ରଦାନ

ପାପଡାହାଣ୍ଡି,07/06, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ବୁଢ଼ୀ ଠାକୁରାଣୀଙ୍କୁ ସୁନା କାନଫୁଲ ଦାନ କଲେ ବୁଢ଼ୀ ମନ୍ଦିର କମିଟି ବୃନ୍ଦ। ଗତ ମଙ୍ଗଳବାର ଦିନ ବୁଢ଼ୀ ଠାକୁରଣୀଙ୍କ ପ୍ରସିଦ୍ଧ ଘଟଯାତ୍ରା ହୋଇଥିଲା, ଏଥିରେ କିଛି ଆର୍ଥିକ ସହାୟତା ମନ୍ଦିରକୁ ମିଳିଥିଲା। ଯାତ୍ରା ଶେଷ ହେବା ପରେ ତିରିଶ ହଜାର ଟଙ୍କା ବଳକା ହୋଇଥିବା ଯୋଗୁଁ କମିଟି ସଦସ୍ୟ ନିଷ୍ପତି ଅନୁଯାଇ ବୁଢ଼ୀ ଠାକୂରାଣୀଙ୍କୁ ସୁନା କାନଫୁଲ କିଣାଯାଇ ଠାକୁରଣୀ କୁ ଅର୍ପଣ କରାଯିବା ନିଷ୍ପତ୍ତି ହୋଇଥିଲା । ବୁଧବାର କମିଟି ସଦସ୍ୟ ଉପସ୍ଥିତ ରହି ବୁଢ଼ୀ ଠାକୁରଣୀଙ୍କୁ ସୁନା କାନଫୁଲ ଅର୍ପଣ କରାଯାଇଛି । ଏହି ସମୟରେ କମିଟି ସଦସ୍ୟ ଗୁପ୍ତେଶ୍ଵର ପଟ୍ଟନାୟକ, ମନୋଜ ମୁଦୁଲି ,ଅଲେଖ ବେହେରା ,ଯତୀନ ନାୟକ, ଆଦିତ୍ୟ ପ୍ରଧାନ,ବାସୁ ପାଇକ, ତ୍ରିନାଥ ମାଝୀ,ମହେନ୍ଦ୍ର ବିଶ୍ୱାଳ,ଝାଡ଼େଶ ବିଷୋୟୀ, ସନ୍ତୋଷ ରାଓ,ଟୁଟୁ ବିଷୋୟୀ,ପ୍ରସାଦ ନାୟକ,ପିଣ୍ଟୁ ବିଷୋୟୀ, ମନ ନାୟକ, କିଷାନ ସିଂଘ, ଉମା ପ୍ରମୁଖ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

masiha

ଜନମତ ସଂଗ୍ରହ ଆଳରେ ଅବୈଜ୍ଞାନିକ ପାଠ୍ୟକ୍ରମ ପ୍ରଚଳନ ଚକ୍ରାନ୍ତ ବନ୍ଦ କର -ଏଆଇଡିଏସଓ

ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!