ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରଦର୍ଶନୀ

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରଦର୍ଶନୀ

ଡାବୁଗାଁ, ୨/୧୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରଦର୍ଶନୀ -୨୦୨୫-୨୬ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଯୋଗ ଦେଇ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରଦର୍ଶନୀ କୁ ଉଦଘାଟନ କରିଥିଲେ | ଉଦଘାଟନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବିଡିଓ ଶରତ ମାଝି, ଜିଲା ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ମୋଟ ୮୩ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଏଥିରେ ମୁଖ୍ୟ ପ୍ରସଙ୍ଗ ହେଲା ବିକାଶ ଏବଂ ଆତ୍ମନିର୍ଭର ଭାରତ | ଏଥିରେ ବିଚାରକ ଭାବେ ପାପଡାହାଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପକ ସମୀର ନାଇକ ଓ ଡାବୁଗାଁ ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ରୂପମ ବେପାରୀ ଯୋଗ ଦେଇ ୭ ଟି ଶ୍ରେଷ୍ଠ ପ୍ରକଳ୍ପକୁ ଚୟନ କରିଥିଲେ | ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ପ୍ରକଳ୍ପ ଗୁଡିକ ହେଲା ପୋଷଣୀୟ କୃଷିରେ ଲିପିକା ସୁନା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପ୍ଲାଷ୍ଟିକର ବିକଳ୍ପ ରେ ଆଦ୍ୟାନ୍ସ ନିଶଙ୍କ, ସବୁଜ ଶକ୍ତି- ଆକାଶ ହରିଜନ, ଉଦୀୟମାନ ପ୍ରଯୁକ୍ତି ବିଦ୍ୟା- ସୁନୟନା ପାଢୀ, ମନୋରଞ୍ଜନାତ୍ମକ ଗଣିତ ମଡେଲିଂ- ପ୍ରମୋଦ କୁମାର ମାଝି, ସ୍ୱାସ୍ଥ୍ୟ ଓ ସୁସ୍ଥତା- ଲାଭଲି ସାହୁ, ଜଳ ସଂରକ୍ଷଣ ଏବଂ ପରିଚାଳନା ନନ୍ଦିନୀ ଭତ୍ରା ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରଦର୍ଶନୀ ରେ ପ୍ରାଥମିକ ସ୍ତରରେ ଶିବ ଦାସ (୧ମ), ଆଶିଷ ସୁନା (୨ୟ) ଓ ଦୀନବନ୍ଧୁ ହରିଜନ (୩ୟ), ମାଧ୍ୟମିକ ସ୍ତରରେ ଜିତୁ ବିଶୋୟୀ (୧ମ), ଆୟୁଷ ପାତ୍ର (୨ୟ) ଓ ନବିତା ବିଶୋୟୀ (୩ୟ) ସ୍ଥାନ ଅଧିକାର କରିଥିଲେ | ଏଥିରୁ ୭ ଟି ଶ୍ରେଷ୍ଠ ପ୍ରକଳ୍ପ ଜିଲା ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବେ | ଚୟନ ହୋଇଥିବା ଛାତ୍ରୀ ଛାତ୍ରଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଶେଷରେ ଉଦଯାପନୀ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲା ପରିଷଦ ଧନସିଂ ଭତ୍ରା ଓ ସଭ୍ୟ ଗୁପ୍ତ ବିଶୋଇ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ବ୍ଲକ ଶିକ୍ଷା ଅଧିକାରୀ ରସ୍ମିତା ନେତାମ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ଶିକ୍ଷୟତ୍ରୀ ଗୀତାଞ୍ଜଳି ବସ୍ତିଆ, ପରସ୍ମିତା ପାତ୍ର, ସୁଜ୍ଞାନୀ ବେହେରା, ବିଷ୍ଣୁପ୍ରିୟା ବେହେରା, ଗିରିଶବାଳା ଜେନା, ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ରତିକାନ୍ତ ନାୟକ, ଧନସିଂ ତନ୍ତୀ, ଜଗନ୍ନାଥ ରାଓ, ବିଶ୍ଵେଶ କୁମାର ତ୍ରିପାଠୀ, ବଲ୍ଲଭ ନାରାୟଣ ପଣ୍ଡା, ଗୌତ୍ତମ ବାରିକ, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ନାଥ ବେହେରା, ହେମନ୍ତ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଳେଶ୍ଵର ବ୍ଲକ ଟପ୍ପର ହେଲେ ଅନିକେତ ପାତ୍ର

ଲଡୁଗାଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କରି ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ

masiha

ଶସକ୍ତ ଓଡିଶା ସାଥି ଶିବିର କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!