ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧବା ମହିଳା ପେନସନ ପାଇବାରେ ବିଳମ୍ବ

ତେନ୍ତୁଳିଖୁଣ୍ଟି 24 03/23 -ତେନ୍ତୁଳିଖୁଣ୍ଟି  ବ୍ଳକର ସଦର ପଞ୍ଚାୟତ ର ବରଡ଼ା ଯୋଡ଼ି ଓ ଲଦୀପଦର ଗ୍ରାମର ବିଧବା ହୋଇ କି ବର୍ଷ ବର୍ଷ ବିତିଯାଇଥିଲେ ବି ପେନସନ ପାଇ ପାରୁ ନାହାନ୍ତି।ସରକାର ବିଧବାଙ୍କ ପେନସନ ପାଇବା ପାଇଁ ଯୋଜନା କରିଛନ୍ତି।ଏମାନେ ଜଙ୍ଗଲ ଭିତରେ ଗାଁ ର ବରଡ଼ା ଯୋଡ଼ି ଓ ଲଦୀପାଦର ଗ୍ରାମର ଏମାନେ ବସବାସ କରୁଛନ୍ତି   । ସରକାର ଙ୍କ  ନିୟମ ପ୍ରକାରେ ପେନସନ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡିଥାଏ ଏହି ବିଧବା ମହିଳା ମାନେ ବି କରିଛୁ ବୋଲି କରିଛନ୍ତି।ମାତ୍ର ବର୍ଷ ବର୍ଷ ବିତିଗଲାଣି ନି ମାତ୍ର ପେନସନ ପାଇ ପାରୁ ନାହାନ୍ତି।ବରଡ଼ା ଯୋଡି ଓ ଲଦିପଦର ଗ୍ରାମର ଦାମଦର ଯାନୀ ,ବ୍ୟଦି ଯାନୀ, ସଭା ଦେଇ ଯାନୀ, ଧନାଏ ମାଝୀ, ପଦ୍ମା ଯାନୀ,ଖାଲ ଯାନୀଏମାନେ ସମସ୍ତେ ବିଧବା ମହିଳା ପେନସନ ନ ପାଇ ବାରମ୍ବାର ବ୍ଲକ ଅଫିିସ କୁ ଆସି ଫେରୁଛୁ ବୋଲି ଅଭିଯୋଗ କରିଛନ୍ତି।ବ୍ଳକ ରେ ଆସିଲେ ହେଇ ଯିବ ବୋଲି କହୁଛନ୍ତି ଘରକୁ ଫେରିଲେ ଅପିସର ମାନେ ପାଶୋରି ଯାଉଛନ୍ତି ବୋଲି କହିଛନ୍ତି।ତେନ୍ତୁଳିଖୁଣ୍ଟି ପଂଚାୟତ ର ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ କହିଛନ୍ତି ବାରମ୍ବାର ବ୍ଳକ ପ୍ରଶାସନ ନୁ ଜଣେଇଛି ମାତ୍ର ଦୃଷ୍ଟି ଦେଉ ନାହାନ୍ତି ବୋଲି କହିଥିଲେ। ସମସ୍ତ  ବିଧବା ମହିଳା ମାନେ ବ୍ଳକ ପେନସନ ଅଧିକାରୀ ପାଖେ ଆସି ଗୁହାରି କରିଥିବା ଜଣାପଡ଼ିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବ୍ଲକ ସମାଜ ମଙ୍ଗଳ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ନୂଆପଡାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ରାଉରକେଲା କବୟିତ୍ରୀ ଅଙ୍ଗୁରବାଳା ପରିଡା ସମ୍ବର୍ଦ୍ଧିତ

Leave a Comment

error: Content is protected !!