ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଦାବି 

କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଦାବି 

ଭବାନୀପାଟଣା, ୦୨/୧୨(ମ ନି ସ )-ଓଡ଼ିଶାରେ କଳାହାଣ୍ଡି ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାବେଳେ ଜିଲ୍ଲାରେ କୃଷିଭିତ୍ତିକ ଅର୍ଥନୀତି, ଜୀବନଚର୍ଯ୍ୟା ଯେପରି ପ୍ରମୁଖ ଭୂମିକା ଗ୍ରହଣ କରେ, ଠିକ ସେମିତି କଳାହାଣ୍ଡିର କୃଷି ଓ ଏ ସମ୍ପର୍କିତ ଗବେଷଣାର ଆବଶ୍ୟକତା ରହିଛି। କଳାହାଣ୍ଡିରେ କୃଷି ମହାବିଦ୍ୟାଳୟ ଜିଲ୍ଲାର କୃଷି ଭିତ୍ତିଭୂମି ଓ ଶିକ୍ଷାଗତ ଆବଶ୍ୟକତାକୁ ପରିପୂରଣ କରୁଥିବାବେଳେ ଜିଲ୍ଲାର କୃଷିଭିତ୍ତିକ ଗବେଷଣା ପାଇଁ ଉଚ୍ଚତର ଶିକ୍ଷା ଓ ପାଠ୍ୟକ୍ରମର ଆବଶ୍ୟକତା ରହିଛି। ଏ ଦିଗରେ କଳାହାଣ୍ଡି କୃଷି ମହାବିଦ୍ୟାଳୟ ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାବେଳେ ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଗଲେ କୃଷି ଓ ଏହା ଉପରେ ନିର୍ଭରଶୀଳ ଜନସମାଜ, ଆର୍ଥିକ ପ୍ରଗତି ସମ୍ପର୍କରେ ଗବେଷଣା ସମ୍ଭବ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ବିକଶିତ କଳାହାଣ୍ଡି ଓ ନୂଆପଡ଼ାର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ ଦାବି କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ନିଆଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦାବି କରିବା ସହିତ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ପାରମ୍ପରିକ ପଦ୍ଧତିରେ ହଜାର ହଜାର ବର୍ଷର କୃଷି ସମ୍ପର୍କିତ ଗବେଷଣା ଏହାଦ୍ୱାରା ସମ୍ବବ ହୋଇପାରିବ ବୋଲି ସେ ଦର୍ଶାଇଛନ୍ତି। ଶ୍ରୀ ନିଆଲ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ, ରାଜ୍ୟ ମୁଖ୍ୟ ଶାସନ ସଚିବ, କୃଷି ବିଭାଗ ସଚିବ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ପ୍ରେରଣ କରିଛନ୍ତି।

Related posts

ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ସ୍ତରୀୟ ଟେବୁଲ ଟପ୍ କାର୍ମଶାଳା ଅନୁଷ୍ଠିତ  

masiha

ଦୁଇ ବାଇକ ମୁହାମୁହିଁ ଧକ୍କା, ତିନି ଗୁରୁତର

Sunil Chandra Nayak

ନାରୀ ସ୍ୱାଭିମାନ , ନାରୀ ସମ୍ମାନ , ନାରୀ ସମାଜର ଭିତ୍ତି

masiha

Leave a Comment

error: Content is protected !!