ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ନେଲେ ପ୍ରାଧ୍ୟାପକ ଡ଼ଃ ଅରବିନ୍ଦ ବାରିକ

ଅବସର ନେଲେ ପ୍ରାଧ୍ୟାପକ ଡ଼ଃ ଅରବିନ୍ଦ ବାରିକ

ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ଅରବିନ୍ଦ ବାରିକଙ୍କ ଅବସର ଗ୍ରହଣ କରିଛନ୍ତି। ଅବସର କାଳୀନ ସଭାରେ ମହାବିଦ୍ୟାଳୟର କର୍ମଚାରୀ ସଂଘର ସଭାପତି ଡ଼ଃ ଅଶୋକ ଶର୍ମା,ଅଧକ୍ଷ ଡ଼ଃ ବୁଦ୍ଧଦେବ କର,ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ପ୍ରଦ୍ୟୁତ କୁମାର,ଉପସଭାପତି ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ,ସହ ସମ୍ପାଦିକା ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପିକା ପ୍ରାଚୀପ୍ରଭା ପଢିଆରୀ ପ୍ରମୁଖ ମଞ୍ଚାସିନ ଥିଲେ।ଉକ୍ତ ସଭାରେ ଶ୍ରୀମତୀ ପଢ଼ିଆରୀ ଅତିଥୀମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେକେ ମଞ୍ଚାସିନ ସମସ୍ତ ଅତିଥି ଓ କର୍ମଚାରୀ ମାନେ ଡ଼ଃ ବାରିକଙ୍କ ସହିତ ସୀମାନ୍ତ ମହାବିଦ୍ୟାଳୟରେ ବିତିଯାଇଥିବା ଦିନ ଗୁଡିକୁ ମନେ ପକାଇଥିଲେ।ଡ଼ଃ ବାରିକ ଜଣେ ସ୍ଥିତପ୍ରଜ୍ଞ ,ଦକ୍ଷ ସଂଗଠକ,ଛାତ୍ର ବତ୍ସଳ ଶିକ୍ଷକ ଓ ସୁବକ୍ତା ଥିଲେ।ମହାବିଦ୍ୟାଳୟ ର ଆଇଡିପି,ଆୟ ବ୍ୟୟ ହିସାବ ଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କର୍ଯ୍ୟକରି କର୍ମଚାରୀ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।ତାଙ୍କର ଉତ୍ତୋରତ୍ତର ଉନ୍ନତି ଓ ନିରାମୟ ଦୀର୍ଘ ଜୀବନ କାମନା ସମସ୍ତ କର୍ମଚାରୀ କରିଥିଲେ।ପରିଶେଷରେ ପ୍ରାଚୀପ୍ରଭା ପଢ଼ିଆରୀ ଧନ୍ୟବାଦ ପ୍ରଦାନ କରିଥିଲେ।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

ଧାନ କିଣା ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଭାର ଦାବୀ 

Sunil Chandra Nayak

୧- ନାରାୟଣ ପାଟଣା ଠାରେ ମା ଚୈତରାଇ ଭଲିବଲ ଟୁର୍ଣମେଣ୍ଟ , ୨- ରଙ୍ଗର ପର୍ବ ହୋଲି ପାଇଁ ବନ୍ଧୁଗାଁ ବ୍ଲକରେ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି , ୩- ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ 

masiha

ବିଜାତଳା ବିଡିଓ ଙ୍କୁ ଦାବି ପତ୍ର 

masiha

Leave a Comment

error: Content is protected !!