ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ଜୟ ଜଗନ୍ନାଥ ସାମ୍ବାଦିକ ସଂଘରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ଦେଶପ୍ରେମ ଓ ଜାତୀୟତାର ଭାବନାରେ ଉତ୍ସବମୁଖର ସାମ୍ବାଦିକ ସଂଘ ପରିସର

ସିନାପାଲି ଜୟ ଜଗନ୍ନାଥ ସାମ୍ବାଦିକ ସଂଘରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଦେଶପ୍ରେମ ଓ ଜାତୀୟତାର ଭାବନାରେ ଉତ୍ସବମୁଖର ସାମ୍ବାଦିକ ସଂଘ ପରିସର

ସିନାପାଲି -,୧୫/୦୮-ନୂଆପଡା ଜିଲ୍ଲା ସିନାପାଲି ବ୍ଲକର “ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ” ପକ୍ଷରୁ ଦେଶର ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ଓ ଉତ୍ସବମୁଖର ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି ଶ୍ରୀଯୁକ୍ତ ବିଘ୍ନରାଜ ତାଣ୍ଡି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉପସ୍ଥିତ ସମସ୍ତେ ଦେଶର ସ୍ୱାଧୀନତା ପାଇଁ ଜୀବନକୁ ବଳିଦାନ ଦେଇଥିବା ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଅବସରରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ଉପଦେଷ୍ଟା ଜଗନ୍ନାଥ ସାଗର, ସଭାପତି ବିଘ୍ନରାଜ ତାଣ୍ଡି, ଉପସଭାପତି ଚିନ୍ତାମଣି ନେତାମ, ସମ୍ପାଦକ ଧର୍ମେନ୍ଦ୍ର ଗହୀର ଓ କୋଷାଧ୍ୟକ୍ଷ ବନବିହାରୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଦୀନେଶ ଛତ୍ରିଆ, ଗୟାରାମ ମେହେର,ଝଙ୍କେଶ୍ୱର ବନ୍ଦୀଛୋର,ସତୀଶ ଯୋଶୀ,ପରମେଶ୍ୱର ମେହେର, ମୁଜାଫର ଖାନ, ମଳୟ ମେହେର, ଶୁଶାନ୍ତ ନାଏକ, ଯୁଧିଷ୍ଠିର ମହାନନ୍ଦ ଯୌବନ ଗହୀର ଓ ଦେବରାଜ ରଣା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନରେ ସାମିଲ ହୋଇଥିଲେ।

ସଭାରେ ବକ୍ତାମାନେ ଦେଶର ସ୍ୱାଧୀନତା ହାସଲ ପଛରେ ଥିବା ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷକୁ ସ୍ମରଣ କରିଥିଲେ। ସ୍ୱାଧୀନତାର ମୂଲ୍ୟବୋଧକୁ ବୁଝି ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ସାମାଜିକ ସଦ୍‌ଭାବକୁ ଅକ୍ଷୁଣ୍ଣ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ମତପ୍ରକାଶ କରାଯାଇଥିଲା।

ସାମ୍ବାଦିକମାନେ ସମାଜର ଦର୍ପଣ ଭାବେ ନିରପେକ୍ଷ ଓ ନିର୍ଭୀକ ଭାବରେ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ସହ ଅଞ୍ଚଳର ବିକାଶ, ଜନସଚେତନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଜବୁତ କରିବା ଦିଗରେ ନିଜର ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦିଆଯାଇଥିଲା।

ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ପରସ୍ପରଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଦେଶର ଗୌରବ, ଏକତା ଓ ଅଖଣ୍ଡତା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଦେଶପ୍ରେମର ଭାବନାରେ ଭରି ଉଠିଥିଲା।

Related posts

ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଚୂଡାନ୍ତ ତାଲିକା

masiha

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମନୋନୀତ

Sunil Chandra Nayak

Leave a Comment

error: Content is protected !!