ନନ୍ଦିନୀ ଶତପଥୀ ଶିଶୁଉଦ୍ୟାନରେ ବେଆଇନ ରାସ୍ତା ନିର୍ମାଣ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ
ଢେଙ୍କାନାଳ,ତା.୨୦.୦୬.୨୦୨୬ ରିଖ: ( ):ସ୍ଥାନୟ ୩ ନମ୍ବର ୱାର୍ଡ କୁଞ୍ଜକାନ୍ତସ୍ଥିତ ନିର୍ମାଣାଧୀନ ନନ୍ଦିନୀ ଶତପଥା ଶିଶୁଉଦ୍ୟାନ ପରିସରରେ ରାତିଅଧିଆ ବେଆଇନ ରାସ୍ତା ନିର୍ମାଣ ଉଦ୍ୟମକୁ ଅଞ୍ଚଳବାସୀ ଚୀବ୍ର ବିରୋଧ କରିଛନ୍ତି।ଶିଶୁ ଉଦ୍ୟାନ ପାଚେରି କଡ଼କୁ ଲାଗି ୨ଜଣ ବ୍ୟକ୍ତିଙ୍କ ଜମି ଓ ଆଉ ଦୁଇଗୁଣ୍ଠ ସରକାରୀ ଜମି ରହିଛି।ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଓ ନିଜ ଜମିରେ ମିଶାଇ ଚଢ଼ାଦରରେ ବିକ୍ରି କରିବା କିମ୍ବା ଆପାର୍ଟମେଣ୍ଟ ନିର୍ମାଣ କରି ବହୁମୂଲ୍ୟରେ ବିକ୍ରି କରି ରାତିଅଧିଆ କୋଟିପତି ହେବାକୁ ମାଫିଆମାନେ ଯୋଜନା କରିଛନ୍ତି।ସେମାନଙ୍କର ଅନ୍ୟ ତିନି ପାର୍ଶ୍ୱରେ ରାସ୍ତା ଥିଲେ ମଧ୍ୟ ନିର୍ମାଣାଧୀନ ନନ୍ଦିନୀ ଶତପଥୀ ଶିଶୁଉଦ୍ୟାନ ମଧ୍ୟ ଦେଇ ଜବରଦସ୍ତ ବେଆଇନ ଭାବେ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରୁଥିବା ଗୁରୁତର ଅଭିଯୋଗ ହୋଇଛି।କୁଞ୍ଜକାନ୍ତ ମଧୁବନ ଅଞ୍ଚଳର ହଜାର ହଜାର ଲୋକ ଏହାକୁ ଘୋର ବିରୋଧ କରିଛନ୍ତି।ଗୁରୁବାର ରାଜି ପ୍ରାୟ ୩ଟାରେ ୩ଟି ଟ୍ରାକ୍ଟରରେ ପ୍ରାୟ ୨୦ ଟ୍ରିପ ଚୋରା ମୋରମ ପାର୍କରେ ପକାଯାଉଥିଲା।ଟ୍ରାକ୍ଟରର ଚଳପ୍ରଚଳ ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ପୁଲିସ୍ କୁ ଖବର ଦେଇଥିଲେ।ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ମାଲିକ ପ୍ରଦୀପ ଖଟୁଆଙ୍କୁ ଡାକି ତାଗିଦ କରିଥିଲା।ପାର୍କ ଭିତରେ ମାଟି ମୋରମ ନ ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏ ସମ୍ପର୍କରେ ସକାଳେ ଅଞ୍ଚଳବାସୀ ପୌରାଧ୍ଯକ୍ଷା ଜଯନ୍ତ୍ରୀ ପାତ୍ର ଓ ସମାଜସେବୀ ରାମଚନ୍ଦ୍ର ପାତ୍ରଙ୍କୁ ଅବଗତ କରିଥିଲେ।ସେମାନଙ୍କ ତାଗିଦ ପରେ ଅବୈଧ ରାସ୍ତା ନିର୍ମାଣ କରୁଥିବା ବ୍ୟକ୍ତି ପାର୍କ ଭିତରୁ ସମସ୍ତ ମୋରମ ମାଟି ଉଠାଇ ନେଇଥିଲେ।ପାର୍କ ଭିତର ଦେଇ ବେଆଇନ୍ ରାସ୍ତା ନ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏ ନେଇ ସମାଜସେବୀ ପାତ୍ର କହିଛନ୍ତି,କାହାକୁ କୌଣସି ଆଡୁ ରାସ୍ତା ଦେବାର ପ୍ରଶ୍ନ ଉଠୁନାହିଁ।ଯିଏ ଜବରଦସ୍ତ ଚେଷ୍ଟା କରିବ ସେ ଦଣ୍ଡ ପାଇବ। ପାର୍କ ପାଚେରୀ ପାଇଁ ଆଉ ୧୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଆସିଛି।ଖୁଵ୍ ଶୀଘ୍ର ଅସମ୍ପୂର୍ଣ୍ଣ ଥିବା ୧୫ ଫୁଟ୍ ପାଚେରି ପ୍ରଥମେ ନିର୍ମାଣ କରାଯିବ।ଏହି ପାଚେରି ନ ଥିବାରୁ ଜମିମାପିଆ ବାରମ୍ବାର ଅବୈଧ ରାସ୍ତା ନିର୍ମାଣର ନୂଆ ଚେଷ୍ଟା କରୁଛନ୍ତି।ଚାରିକଡ଼େ ପାଚେରି ନିର୍ମାଣ ସାରିବା ପରେ ପାର୍କ ଓ ମନ୍ଦିର କାମ ହେବ।ରାସ୍ତା ତ ଦୂର କଥା କାହାକୁ ଇଞ୍ଚେ ଜମି ମଧ୍ୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।ଦୀର୍ଘ ଦିନ ଧରି ଭିତ୍ତିପ୍ରସ୍ତର ପଡ଼ିଥିଲେ ମଧ୍ୟ କାର୍ଯ୍ୟରେ ଶିଥିଳତା ଯୋଗୁଁ ଅଂଚଳବାସୀ ଅସନ୍ତୋଷରେ ଥିଲେ ଏବେ ସମସ୍ତେ ଆନନ୍ଦ ପ୍ରକାଶ କରୁଛନ୍ତି।ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ୱାର୍ଡ ୩ ରୁ ବିଜୁ ନନ୍ଦ,ସନ୍ତୋଷ ବେହେରା,ସୌମ୍ୟା ବେହେରା ସତ୍ୟାନନ୍ଦ ବେହେରା,ଡ଼ା.ସତ୍ୟଜିତ ମିଶ୍ର,ଡ଼ା.ମହେଶ୍ୱର ମହାପାତ୍ର,ଜୁବୁ ମହାପାତ୍ର,ଅବସର ପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ତ୍ରିପାଠୀ,ଅନିମେଷ ରାଉତ,ନିବେଦିତା ସ୍ୱାଇଁ,ହିମାଦ୍ରୀ ମଲ୍ଲିକ ଅତୁଲ୍ୟ ନନ୍ଦ,ସୁଧୀର ବେହେରା,ଡ଼ା.ଐଶ୍ୱର୍ଯ୍ୟ ମିଶ୍ର,ତପନ ପଟ୍ଟନାୟକ,ଦ୍ୱିତୀକୃଷ୍ଣ ମଲ୍ଲିକ,ବୀଚି ବେହେରା,ମୁନା ପଟ୍ଟନାୟକ,ହିମାଂଶୁ ମଲ୍ଲିକ,ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତ ପ୍ରମୁଖ ଏଥିପାଇଁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର,ସମାଜସେବୀ ରାମଚନ୍ଦ୍ର ପାତ୍ର,ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,ଢେଙ୍କାନାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଢେଙ୍କାନାଳଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।ସର୍ବୋପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅଂଚଳବାସୀ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି।
ଢେଙ୍କାନାଳରୁ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

