ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବପିଢ଼ି ସ୍ୱାବଲମ୍ବୀ ହେଲେ ସମୃଦ୍ଧ ହେବ ଓଡିଶା 

ଯୁବପିଢ଼ି ସ୍ୱାବଲମ୍ବୀ ହେଲେ ସମୃଦ୍ଧ ହେବ ଓଡିଶା 

ବ୍ରହ୍ମପୁର,ତା ୨୦/୦୬ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ପରିସରରେ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ରୂପେ ଜିଲ୍ଲା ଦକ୍ଷତା ବିକାଶ ସହ ନିଯୁକ୍ତ ଅଧିକାରୀ ଏ.ପ୍ରିୟଦର୍ଶିନୀ ଯୋଗ ଦେଇ ଏକ ବିକଶିତ ରାଷ୍ଟ୍ର ନିର୍ମାଣରେ ଯୁବ ଶକ୍ତି ହେଉଛନ୍ତି ମେରୁଦଣ୍ଡ ଏଣୁ ଯୁବପିଢ଼ିଙ୍କୁ ସଶକ୍ତ କରିବାକୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ରହିଛି ଏଥିରେ ସାମିଲ ହୋଇ ସଶକ୍ତ ରାଷ୍ଟ୍ର ନିର୍ମାଣରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ସମ୍ମାନନୀୟ ଅତିଥି ଉପଜିଲ୍ଲା ଜୁନିଅର ନିଯୁକ୍ତ ଅଧିକାରୀ ଭୁବନେଶ୍ୱର ମହାପାତ୍ର,ଏଟିଓ କବିସୂର୍ଯ୍ୟନଗର ମାନସ ମୁର୍ମୁ ଏବିଡ଼ିଓ ନାରାୟଣ ବେହେରା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଏମଏସଏମଇ,ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦିଆଯାଇ ଥିଲା । ବେକାରୀ ଦୂରୀକରଣ ନିମନ୍ତେ ଗଞ୍ଜାମ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ଶେରଗଡ଼,କବିସୂର୍ଯ୍ୟନଗର ଭଳି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଜାରି ରହିଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିନିଧିଙ୍କ ସମସ୍ତେ ବହୁ ଆଇଟିଆଇ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ ।

Related posts

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ  କ୍ଷତିପୂରଣ ଦାବିରେ ରାଜରାସ୍ତା  ରୋକିଲେ ଗ୍ରାମବାସୀ 

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

Sunil Chandra Nayak

ଧାନ ମଣ୍ଡି ଉଦ୍ଘାଟିତ 

masiha

Leave a Comment

error: Content is protected !!