ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଦ୍ଧ ବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ – ୨୦୨୫ ସମ୍ମାନ ପାଇଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବହ୍ନିମାନ ରଥ 

ବୁଦ୍ଧ ବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ – ୨୦୨୫ ସମ୍ମାନ ପାଇଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବହ୍ନିମାନ ରଥ

କଟକ : ଉଦୀୟମାନ ଯୁବ କଣ୍ଠଶିଳ୍ପୀ ତଥା ସମାଜସେବୀ ବହ୍ନିମାନ ରଥଙ୍କୁ ସଂଗୀତ ତଥା କଳା ଦିଗରେ ସାଧନା,ସମାଜସେବା ଦିଗରେ ଉଲ୍ଲେଖନୀୟ କୃତିତ୍ବ ନେଇ ଆଧ୍ୟାତ୍ମିକ ଅନୁଷ୍ଠାନ ବୁଦ୍ଧ ବିହାର ଅଷ୍ଟପ୍ରହରୀ କମିଟି ଗୋପାଳଗାଁ ପକ୍ଷରୁ ଅନୁଷ୍ଠିତ ୨୦ ତମ ବାର୍ଷିକ ଅଷ୍ଟପ୍ରହରୀ ନାମ ଯଜ୍ଞ ଉତ୍ସଵ ପାଳନ ଅବସରରେ ବୁଦ୍ଧ ବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ – ୨୦୨୫ ପ୍ରଦାନ କରାଯାଇଛି । ଏହି ଅବସରରେ ସମଗ୍ର ରାଜ୍ୟ ତଥା ସାଂସ୍କୃତିକ ସଙ୍ଗଠନ ଆରାଧ୍ୟା କଲଚରାଲ ଏକାଡେ଼ମୀ ଫୁଲନଖରା କଟକ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯିବା ସହ ଉତ୍ତରୋତ୍ତର କାମନା କରଯାଇଛି । ସୂଚନାଯୋଗ୍ୟ ଖ୍ୟାତିସଂପନ୍ନ କଣ୍ଠଶିଳ୍ପୀ ବହ୍ନିମାନ ସୁନହଟ ବାଲେଶ୍ଵର ନିବାସୀ ବିଧୁନାଥ ରଥ,ଅନସୂୟା ରଥଙ୍କ ସୁଯୋଗ୍ୟ ସନ୍ତାନ ଏବଂ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ସାରସ୍ଵତ ସାଧକ ପୂଜ୍ୟପାଦ ବ୍ରଜନାଥ ରଥଙ୍କ ନାତି ଅଟନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ କେବେ?  ୬ ମାସ ପରେଵି ହେଉନି ସରପଞ୍ଚ ପାଇଁ ଉପନିର୍ବାଚନ?

masiha

ଜିଲ୍ଲାସ୍ତରୀୟ ବିକାଶ ମେଳା  ୨୦୩୬ ମସିହା ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ_ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

masiha

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!