ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଦ୍ଧ ବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ – ୨୦୨୫ ସମ୍ମାନ ପାଇଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବହ୍ନିମାନ ରଥ 

ବୁଦ୍ଧ ବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ – ୨୦୨୫ ସମ୍ମାନ ପାଇଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବହ୍ନିମାନ ରଥ

କଟକ : ଉଦୀୟମାନ ଯୁବ କଣ୍ଠଶିଳ୍ପୀ ତଥା ସମାଜସେବୀ ବହ୍ନିମାନ ରଥଙ୍କୁ ସଂଗୀତ ତଥା କଳା ଦିଗରେ ସାଧନା,ସମାଜସେବା ଦିଗରେ ଉଲ୍ଲେଖନୀୟ କୃତିତ୍ବ ନେଇ ଆଧ୍ୟାତ୍ମିକ ଅନୁଷ୍ଠାନ ବୁଦ୍ଧ ବିହାର ଅଷ୍ଟପ୍ରହରୀ କମିଟି ଗୋପାଳଗାଁ ପକ୍ଷରୁ ଅନୁଷ୍ଠିତ ୨୦ ତମ ବାର୍ଷିକ ଅଷ୍ଟପ୍ରହରୀ ନାମ ଯଜ୍ଞ ଉତ୍ସଵ ପାଳନ ଅବସରରେ ବୁଦ୍ଧ ବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ – ୨୦୨୫ ପ୍ରଦାନ କରାଯାଇଛି । ଏହି ଅବସରରେ ସମଗ୍ର ରାଜ୍ୟ ତଥା ସାଂସ୍କୃତିକ ସଙ୍ଗଠନ ଆରାଧ୍ୟା କଲଚରାଲ ଏକାଡେ଼ମୀ ଫୁଲନଖରା କଟକ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯିବା ସହ ଉତ୍ତରୋତ୍ତର କାମନା କରଯାଇଛି । ସୂଚନାଯୋଗ୍ୟ ଖ୍ୟାତିସଂପନ୍ନ କଣ୍ଠଶିଳ୍ପୀ ବହ୍ନିମାନ ସୁନହଟ ବାଲେଶ୍ଵର ନିବାସୀ ବିଧୁନାଥ ରଥ,ଅନସୂୟା ରଥଙ୍କ ସୁଯୋଗ୍ୟ ସନ୍ତାନ ଏବଂ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ସାରସ୍ଵତ ସାଧକ ପୂଜ୍ୟପାଦ ବ୍ରଜନାଥ ରଥଙ୍କ ନାତି ଅଟନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

Sunil Chandra Nayak

ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!