ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଫେସର ପଞ୍ଚାନନ ନାଥଙ୍କ ପରଲୋକ: ପୂର୍ବତନ ସିଣ୍ଡିକେଟ ସଦସ୍ଯ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ପ୍ରାଣୀ ବିଜ୍ଞାନ ପ୍ରଫେସର, ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ 

ପ୍ରଫେସର ପଞ୍ଚାନନ ନାଥଙ୍କ ପରଲୋକ: ପୂର୍ବତନ ସିଣ୍ଡିକେଟ ସଦସ୍ଯ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ପ୍ରାଣୀ ବିଜ୍ଞାନ ପ୍ରଫେସର, ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ 

        ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ପ୍ରଫେସର ପଞ୍ଚାନନ ନାଥ । ଗତ ୦୩ ମଇ ୨୦୨୫ ରିଖ ଦିନ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ଅବର୍ତ୍ତମାନରେ କେବଳ ପରିବାରର କ୍ଷତି ହୋଇନାହିଁ; ପ୍ରାଣୀ ବିଜ୍ଞାନ ବିଭାଗରେ ମଧ୍ଯ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ପ୍ରଫେସର ମହୋଦୟ ୦୧ ଅକ୍ଟୋବର ୧୯୫୦ ମସିହାରେ ସମ୍ବଲପୁର ସହରରେ ଜନ୍ମ ଗ୍ରହଣ କରନ୍ତି । ଜଣେ ସରଳ , ନିଷ୍କପଟ ଓ ବଦାନ୍ୟ ବ୍ଯକ୍ତିତ୍ବର ପରିଚୟ ବହନ କରି ଛାତ୍ରଛାତ୍ରୀଙ୍କ ହୃଦୟରେ ଏକ ନିଆରା ଛାପ ଛାଡିଯାଇଛନ୍ତି । କେବଳ ଛାତ୍ରଛାତ୍ରୀ କାହିଁକି ଶିକ୍ଷା ଜଗତରେ ,ସହକର୍ମୀ ଗହଣରେ ନିଜର ପ୍ରଜ୍ଞା ବଳରେ ସ୍ବତନ୍ତ୍ର ଆସନର ଅଧିକାରୀ । ଉତ୍କୃଷ୍ଟ ଶିକ୍ଷାଦାନ ଶୈଳୀ ତାଙ୍କୁ ଅମର କରିଛି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ଯରେ ରହିଛି ୧୯୭୧ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ, ୧୯୭୩ ମସିହାରେ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୧୯୭୯ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ପି ଏଚ ଡି ଡିଗ୍ରୀ ହାସଲ କରିଛନ୍ତି । ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟରେ ୧୯୮୦ ମସିହାଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ନିଜର କର୍ମମୟ ଜୀବନ ନିର୍ବାହ କରିଥିଲେ । ତାଙ୍କ ତତ୍ତ୍ବାବଧାନରେ ୧୩ ଜଣ ଗବେଷକ ପି ଏଚ ଡି ଡିଗ୍ରୀ ହାସଲ କରିଛନ୍ତି । ୯୧ ଗୋଟି ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ୟୁଜିସି, ସିଏସଆଇଆର, ଆଇସିଏଆର, ଡିଏସଟି ରୁ ଆଠଗୋଟି ପ୍ରକଳ୍ପ ପାଇ ଉତ୍କୃଷ୍ଟ ଗବେଷଣା କରି ପ୍ରଶଂସିତ ହୋଇଛନ୍ତି । ୧୯୭୩ ମସିହାରୁ ସେ ବିଭିନ୍ନ ପ୍ରଜାତିର ମତ୍ସ୍ଯ ଉପରେ ଗବେଷଣା ଜାରି ରଖିଥିଲେ । ତେଣୁ ସେ ଜଣେ ମତ୍ସ୍ଯ ବିଶେଷଜ୍ଞ ରୂପେ ପରିଚିତ । ୧୯୮୭ ଠାରୁ ୧୯୮୯ ମସିହା ମଧ୍ୟରେ ପରିବ୍ରାଜକ ବୈଜ୍ଞାନିକ ଭାବେ ପ୍ୟାରିସ୍ ଓ ଫ୍ରାନ୍ସରେ ଯୋଗଦାନ କରିଥିଲେ । ୨୦୦୪ ମସିହାରେ ଆଇଆଇଏଫଏସ୍ ନୂଆ ଦିଲ୍ଳୀଠାରୁ ରାଷ୍ଟ୍ରୀୟ ଗୌରବ ପୁରସ୍କାର ପାଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ଯ ଭାବରେ ସେ ପରିଚିତ । ଇଣ୍ଡିଆନ ସୋସାଇଟି ଫର କମ୍ପାରେଟିଭ ଏଣ୍ଡୋସ୍କୋପି ପୂର୍ବତନ ସଭାପତି, ଏସିଆ ଓସନିଆ ସୋସାଇଟି ଫର କମ୍ପାରେଟିଭ ଏଣ୍ଡୋକ୍ରାଇନ ସୋସାଇଟି, ଏସିଆ ଫିସରିଜ୍ ସୋସାଇଟି, ଇନଲାଣ୍ଡ ଫିସରିଜ ସୋସାଇଟି ଅଫ୍ ଇଣ୍ଡିଆ, ଇଣ୍ଡିଆନ ପେନାଲ ଷ୍ଟଡି ଗ୍ରୁପ ତଥା ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ କମ୍ପାରେଟିଭ ଏଣ୍ଡୋକ୍ରାଇନ ସୋସାଇଟିଜର ସଦସ୍ଯ ଥିଲେ । ଏହିଭଳି ଏକ ମହାନ ବ୍ୟକ୍ତିତ୍ୱଙ୍କ ବିୟୋଗରେ ତାଙ୍କ ପରିବାର , ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ , ସମ୍ବଲପୁର ବିଶ୍ୱବିଦ୍ୟାଳୟ , ବୁର୍ଲା ତଥା ସମଗ୍ର ପ୍ରାଣୀ ବିଜ୍ଞାନ ବିଭାଗ ମଧ୍ଯରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସମସ୍ତେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । 

 ( ମ ନି ସ ) 

 

Related posts

ସରକାରୀ ଆଇଟିଆଇ ରେ  ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

masiha

ଧାନକଟା ସରିଲା, ମଣ୍ଡି ଖୋଲିଲା.. ତଥାପି ଆସିନି ଟୋକନ  ଧାନକିଣାରେ ବିଳମ୍ବ, ଅଭାବୀ ବିକ୍ରିର ଶିକାର ଚାଷୀ…..

Sunil Chandra Nayak

Leave a Comment

error: Content is protected !!