ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳମଗ୍ନ :ପ୍ରଶାସନ ପକ୍ଷରୁ ୩ ଟି ରାସ୍ତା କଟା ଯାଇ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରୁ ଆଶ୍ୱାସ୍ତି

ନାମ୍ପୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳମଗ୍ନ :ପ୍ରଶାସନ ପକ୍ଷରୁ ୩ ଟି ରାସ୍ତା କଟା ଯାଇ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରୁ ଆଶ୍ୱାସ୍ତି

ଜଳେଶ୍ଵର,୧୪/୮(ମନିସ)-, ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ନାମ୍ପୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବହୁ ଘରେ ବର୍ଷା ପାଣି ପଶି ଯାଇ ବ୍ୟାପକ କ୍ଷତି ହୋଇଛି।ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ପ୍ରଶାସନ ପକ୍ଷରୁ ରଖା ଯାଇଛି।ଆଜି ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ହେମନ୍ତ ସିଂ, ଜଳେଶ୍ଵର ବିଡିଓ ଗୌରାଙ୍ଗ ଚରଣ ଘୋଷ,ତହସିଲଦାର ସତ୍ୟଜିତ୍ ମହାନ୍ତି, ଅତିରିକ୍ତ ତହସିଲଦାର ଚକ୍ରଧର ମଲ୍ଲିକ , ନାମ୍ପୋ ରାଜସ୍ବ ନିରୀକ୍ଷକ ନଟରଂଜନ ଦତ୍ତ ପ୍ରମୁଖ ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବାର ଦେଖି ତାହାର ସମାଧାନ କରିବା ପାଇଁ ଉପସ୍ଥିତ ଲୋକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ନାମ୍ପୋ- ଅଲାଲପୁର ରାସ୍ତା,ନାମ୍ପୋ- କଲ୍ୟାଣ ପୁର ରାସ୍ତା ଓ ନାମ୍ପୋ- ଆରୁହା ରାସ୍ତାର ବିଭିନ୍ନ ସ୍ଥାନରେ ଆବଶ୍ୟକ ସ୍ଥଳେ ହ୍ୟୁମ ପାଇପ୍ ନ ବସାଇବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବରିଷ୍ଠ ଅଧିକାରୀମାନେ ଉପଲବ୍ଧି କରି ତୁରନ୍ତ ରାସ୍ତା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଶ୍ୟାମଲାଲ କିସ୍କୁ ଓ ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ସମୟରେ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିଲା।ପୋଲିସର ଉପସ୍ଥିିତିରେ ୩ ଟି ଯାକ ରାସ୍ତାର ବିଭିନ୍ନ ସ୍ଥାନରେ ଜେସିବି ଦ୍ୱାରା କଟା ଯାଇଥିଲା।ମାତ୍ର ଅଧିକାରୀ ମାନେ ପରିଦର୍ଶନ କରି ଫେରି ଯିବା ପରେ ନାମ୍ପୋ- ଆରୁହା ରାସ୍ତାର ମଙ୍ଗା ପୋଖରୀ ଠାରେ କଟା ଯାଇଥିବା ରାସ୍ତାକୁ ପୁନର୍ବାର ଗ୍ରାମବାସୀ ମାନେ ଜେସିବି ଆଣି ବୁଜି ଦେଇଥିଲେ।ଆଜି ଏହି ଅଧିକାରୀ ମାନଙ୍କ ପରିଦର୍ଶନ ସମୟରେ ବ୍ଲକ ଅଧକ୍ଷ ମାନସ କୁମାର ଜେନା,ବିଜେପି ନେତା ବ୍ରଜ ମୋହନ ପ୍ରଧାନ,ସରପଞ୍ଚ ଲୋପାମୁଦ୍ରା ରାଉଳ, ନାରୀ ନେତ୍ରୀ ସୁମତି ରାଣୀ ଦେ,ଅରୁଣ କୁମାର ରାଉଳ,ସୁଶୀଲ କୁମାର ପରିଡ଼ା,ସୁଧୀର ଜେନା,ଜଗଦୀଶ ପ୍ରଧାନ,ବିମଳ ଲୋଚନ ଭୁୟାଁ,ସତ୍ୟ ରଞ୍ଜନ ରଣା,କଂଗ୍ରେସ ନେତା ଗୋପାଳ କୃଷ୍ଣ ଜେନା,ପୂର୍ବତନ ସରପଞ୍ଚ ସଞ୍ଜୟ ସିଟ୍ ପ୍ରମୁଖ ବିଭିନ୍ନ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଗାନ୍ଧୀ ଜୟନ୍ତୀ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

masiha

ରାଇରଙ୍ଗପୁରରେ ବହୁବିଶେଷଜ୍ଞ ଚିକିତ୍ସା ଶିବିର ଆୟୋଜନ ନେଇ ସମନ୍ୱୟ ବୈଠକ

Sunil Chandra Nayak

କଳା ଜଗତକୁ ମୋକ୍ଷ ମାର୍ଗ ପ୍ରଦର୍ଶନ କରିଥାଏ : ବରିଷ୍ଠ କଳାକାର ମହାସଂଘ 

Sunil Chandra Nayak

Leave a Comment

error: Content is protected !!