ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରେନେଜ ବିଭାଗର ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ନାମ୍ପୋ ଓ ବାଣିଦା ଅଞ୍ଚଳ ପରିଦର୍ଶନ 

ଡ୍ରେନେଜ ବିଭାଗର ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ନାମ୍ପୋ ଓ ବାଣିଦା ଅଞ୍ଚଳ ପରିଦର୍ଶନ 

 ଜଳେଶ୍ଵର,୧୪/୮(ମନିସ)-ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱାରା ସୃଷ୍ଟି ହୋଇଥିବା କୃତ୍ରିମ ବର୍ଷା ପାଣିକୁ ମାଷ୍ଟର ପ୍ଲାନ ଦ୍ୱାରା ନାମ୍ପୋ , ସୁଗୋ ପଞ୍ଚାୟତ ଅନ୍ତର୍ଗତ ବାଣିଦା ଅଞ୍ଚଳର ବଳକା ପାଣିକୁ ନହରା ଖାଲ ସହିତ ସଂଲଗ୍ନ କରି ବିଭିନ୍ନ ଗ୍ରାମର ଚାଷ ଜମି ଏବଂ ଗାଁକୁ ବର୍ଷା ପାଣି ଏବଂ ବନ୍ୟା ପାଣି ଦାଉରୁ ରକ୍ଷା କରିବା ପାଈଁ ଆଜି ଡ୍ରେନେଜ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ ଜୟଦୀପ ପଣ୍ଡା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ କାମଦେବ ଦାଶ , ଅଧିକ୍ଷଣ ଯନ୍ତ୍ରୀ ଇଂ ନବ କୁମାର ମହାଳିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଇରାକ୍ କୁମାର ବେହେରା ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ପରିଦର୍ଶନ କରିଥିଲେ। ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେଉ ଥିବାରୁ ନାମ୍ପୋ ଓ ବାଣିଦା ଅଞ୍ଚଳ ପାଇଁ ଦୁଇଟି ପ୍ରକଳ୍ପକୁ ବିଭାଗୀୟ ମଞ୍ଜୁର କରିବା ପାଇଁ ପ୍ରେରଣ କରାଯାଇଛି ବୋଲି ମୁଖ୍ୟଯନ୍ତ୍ରୀ ଉପସ୍ଥିତ ନେତୃବୃନ୍ଦ ଓ ଗ୍ରାମବାସୀଙ୍କ ନିକଟରେ ପ୍ରକାଶ କରିଥିଲେ।ବିଜେପି ନେତା ବ୍ରଜ ମୋହନ ପ୍ରଧାନ ଯଥା ଶୀଘ୍ର ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଅର୍ଥ ମୁତାବକ ଟେଣ୍ଡର କରି ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଥିଲେ।ଏହି ଅବସରରେ ଉତ୍ତର ବାଲେଶ୍ବର ଜିଲ୍ଲା ସାଧାରଣ ସମ୍ପାଦିକା ସୁମତି ରାଣୀ ଦେ, ସ୍ୱପ୍ନେଶ୍ୱର ମଣ୍ଡଳ ସଭାପତି ସଂଜୀବ ସେନାପତି, ପଶ୍ଚିମବାର୍ଡ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଜଗନ୍ନାଥ ପ୍ରଧାନ, ନାମ୍ପୋ ସରପଞ୍ଚ ପ୍ରତିନିଧି ଅରୁଣ ରାଉଳ, ସୁଧୀର ଜେନା,ସତ୍ୟ ରଞ୍ଜନ ରଣା, ଯୁବ ନେତା ରଞ୍ଜିତ ପାତ୍ର ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଅବିଭକ୍ତ ନାମ୍ପୋ ଓ ସୁଗୋ ପଞ୍ଚାୟତର ୪୦ବର୍ଷର ସମସ୍ୟାର ସମାଧାନ ହେବ ବୋଲି ବିଜେପି ନେତା ବ୍ରଜ ମୋହନ ପ୍ରଧାନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

ରାଉରକେଲା ମହାନଗରରେ ଅନୁଷ୍ଠିତ ହେଲା ପଥ ଉତ୍ସବ

Sunil Chandra Nayak

ରାଇଘର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!