ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକ ମୃତ 

ବାଦାମ ପାହାଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକ ମୃତ 

ରାଇରଙ୍ଗପୁର –  ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ବାଦାମ ପାହାଡ଼ ବନାଞ୍ଚଳର ତଲକପୋଖରୀ ଗ୍ରାମରେ ଆଜି ଗୁରୁବାର ଅପରାହ୍ନ୪ ଟା ପାଖାପାଖି ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ରାଇରଙ୍ଗପୁର ଡିଏଫଓ ସୁବ୍ରତ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ମୃତ ଯୁବକ ହେଲେ ଲାଲ ମୋହନ ଦେହୂରୀ(୪୪) ଘର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଦୁଧିଝରଣ ଗ୍ରାମ । ଏକ ଆମ୍ବ ଗଛ ତଳେ ଆମ୍ବ ଗୋଟାଇ ବାକୁ ଯାଇଥିବାବେଳେ ଖଡିଆ ଯୁବକ ଲାଲ ମୋହନ ଦେହୂରୀଦନ୍ତା ହାବୁଡ଼ରେ ପଡିଥିଲେ ।ଦନ୍ତା ଶୁଣ୍ଢରେ ଧରି କଚାଡି ଦେଇଥିଲା ।ଖବର ପାଇ ବନ ବିଭାଗ ଉଦ୍ଧାର କରି ରାଇରଙ୍ଗପୁର ହସପିଟାଲକୁ ଆଣିଥିଲା ।ଆଜି ବନ ବିଭାଗ ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ନର୍ଲା ବ୍ଲକରେ ପୁଣି କାଳ ବୈଶାଖୀର ତାଣ୍ଡବ, କଟିଲା ବିଜୁଳି, ପବନର ବେଗ କମ ଅନୁଭୂତ ହୋଇଥିବା ବେଳେ ଅଧ ଘଣ୍ଟା ଧରି ହୋଇଥିଲା ପ୍ରବଳ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି 

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା

masiha

ତେରେସିଂହାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!