ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

ଜୁନାଗଡ଼,୧/୨(ମ ନି ସ)ଜୁନାଗଡ଼ ସହରରେ ବାଇକ ଦୁର୍ଘଟଣାରେ ବିଜ୍ଞାନ ଶିକ୍ଷକଙ୍କ ମୃତୁ ହୋଇଯାଇଛି। ମଟିଗାଁ ପଂଚାୟତ କୋଲିଗାଁ ହାଇସ୍କୁଲ ଠାରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ରାଜିନ୍ଦ୍ର ମହାନ୍ତି(୫୨) କୌଣସି କାମରେ ସନ୍ଧ୍ୟାରେ ସହରରେ ମିକି ଇଲେକ୍ଟ୍ରୋନିକ୍ସ ନିକଟରେ ଯାଉଥିବା ସମୟରେ ଏକ ଅଜଣା ବାଇକ ଧକ୍କା ଦେଇ ଚମ୍ପଟ ମାରିଥିଲା।ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡକ୍ଟର ତାଙ୍କୁ ମୃତୁ ଘୋଷଣା କରିଥିଲେ। ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ମୃତ ଶିକ୍ଷକଙ୍କ ସ୍ତ୍ରୀ, ୨ଝିଅ ଓ ୧ପୁଅ ରହିଛନ୍ତି।ସେ ଜଣେ ଛାତ୍ର ବତ୍ସଲ୍ୟ ଓ ଲୋକପ୍ରିୟ ଶିକ୍ଷକ ଥିଲେ।ତାଙ୍କ ମୃତୁରେ ଶିକ୍ଷକ,ଛାତ୍ର ଓ ପରିଜନ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାଉରକେଲା – କଲିକତା ମଧ୍ୟରେ ଜନଶତାବ୍ଦି ଟ୍ରେନ ପ୍ରଚଳନ ହେଉ

masiha

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୁବ ଦିବସ – ୨୦୨୩ ପାଳିତ

masiha

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୬ ପାଳିତ

Leave a Comment

error: Content is protected !!