ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଙ୍କ ବାଲିଯୋଡି ଅଞ୍ଚଳ ଗସ୍ତ

ସମାଜସେବୀ ଙ୍କ ବାଲିଯୋଡି ଅଞ୍ଚଳ ଗସ୍ତ

ରାଉରକେଲା/ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାତିବନ୍ଧା ପଞ୍ଚାୟତ ର ବାଲିଯୋଡି ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ | ମା ଭଉଣୀ ମାନେ ଅଞ୍ଚଳ ଏବଂ ଅଞ୍ଚଳ ର ରହୁଥିବା ଜନସାଧାରଣ ଙ୍କ ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ମଧ୍ୟ ଅବଗତ କରାଇଥିଲେ | ଅଞ୍ଚଳ ରେ ବହୁ ବୁଢା,ବୁଢ଼ୀ,ବିଧବା, ଭିନ୍ନକ୍ଷମ ଅଛନ୍ତି, ଯେଉଁ ମାନେ ସରକାର ଙ୍କ ଅନ୍ତର୍ଭୁକ୍ତ ଯୋଜନା ଭତ୍ତା ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ବହୁ ଗରିବ ପରିବାର ଅଛନ୍ତି ଯେଉଁ ମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି, ଏପରି ସ୍ଥିତି ରେ ମା ଭଉଣୀ ମାନଙ୍କୁ ସରକାର ଙ୍କ ର ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇବା ସହିତ ଯୋଜନା ସବୁ କେଉଁ କେଉଁ ଉପାୟରେ ସରକାରୀ ସ୍ତରରେ ଅନ୍ତର୍ଭୁକ୍ତ ହୋଇପାରିବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ ଏବଂ ମା ଭଉଣୀ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ଏହି ଅଞ୍ଚଳ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସରକାର ଙ୍କ ସହଯୋଗରେ ସମସ୍ୟା ର ସମାଧାନ କରିବେ ବୋଲି ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜରାସ୍ତାରେ ଗର୍ଜିଲେ ଜୀବିକା ମିଶନ ଇସି ସଂଘ ମହିଳା

masiha

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସଂଗ୍ରାମୀ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

masiha

Leave a Comment

error: Content is protected !!