ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

ଧର୍ମଗଡ଼ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଅବସରରେ ଆଜି ଧର୍ମଗଡ଼ ର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ଏବଂ ବସଷ୍ଟାଣ୍ଡ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତୀରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ,ଧର୍ମଗଡ ତହସିଲଦାର କୀର୍ତ୍ତି ପ୍ରଧାନ,ବଣିକ ସଂଘ ସଭାପତି ବିଦ୍ୟାଧର ସାହୁ, ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ,ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ,ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।ପରେ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସ୍ମୃତି ସଭାରେ ପ୍ରଧାନ ଶିକ୍ଷକ ଜୟନ୍ତ ମୁଣ୍ଡ ଗୋପବନ୍ଧୁ ଦାସଙ୍କ ଆଦର୍ଶ, ତ୍ୟାଗ ଓ ସମାଜସେବା ଉପରେ ଆଲୋକପାତ କରିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ସେବାରେ ନିଜକୁ ନିୟୋଜିତ କରିବାକୁ ସେ ଆହ୍ୱାନ ଦେଇଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ ଶେଷରେ ଧର୍ମଗଡ ‘ ସମାଜ ‘ ପ୍ରତିନିଧି ସୁବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ….

Related posts

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ,ଗୋବିନ୍ଦପୁରରେ ଗୁରୁଦିବସ ପାଳନ ସହ ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ 

masiha

ଯୁବ ଚେତନାର ପ୍ରତୀକ : ସମାଜସେବୀ ବୁବୁନ୍ ପ୍ରଧାନ 

masiha

ଭବାନୀପାଟଣା ଠାରେ ମିଳେଟ୍ ଶକ୍ତି ଆଉଟଲେଟ ର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!