ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଦେଇପାଲି ତେଲନଦୀ ସେବାଶ୍ରମ ଠାରେ ସଭା ସଭାପତି ଦାମ୍ବୋଦର ନାଏକଙ୍କ ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନିଖିଳ ଓଡ଼ିଶା କେଉଁଟ କୈବର୍ତ୍ତ ମହାସଭା ତରଫରୁ ତେରେସିଂହା ନାଏକ ଅଞ୍ଚଳର ଆଞ୍ଚଳିକ କମିଟି ଗଠନ କରାଯାଇଥିଲା l ସଭାପତି ଭାବେ ହୃଦାନନ୍ଦ ମଲ୍ଲିକ ମନୋନୀତ ହୋଇଥିବା ବେଳେ ସଂପାଦକ ସପ୍ତରୁଷି ମଲ୍ଲିକ ଉପସଭାପତି ମଧୁସୂଦନ ମଲ୍ଲିକ ସହ ସଂପାଦକ ସୁଶାନ୍ତ ମଲ୍ଲିକ କୋଷାଧ୍ୟକ୍ଷ ଭାବେ ସନାତନ ନାଏକ ଚୟନ ହୋଇଛନ୍ତି l ଏହି ସଭାରେ ଅଞ୍ଚଳ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ସାନଡୁଙ୍ଗୁରିଗୁଡା ଆଞ୍ଚଳିକ କମିଟି ସଂପାଦକ କିଶୋର ଚନ୍ଦ୍ର ନାଏକ ସମେତ ପ୍ରମୁଖ ସାମାଜିକ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ସମାଜର ଉନ୍ନତି ଏବଂ ବିକାଶ ଦିଗରେ ଉପସ୍ଥିତ ଥିବା ସମସ୍ତ ଜାତି ଭାଇମାନେ ନିଜ ନିଜ ମତପ୍ରକାଶ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଲାଜୀ ମନ୍ଦିର ସାମନାରେ ଡ୍ରେନ ନିର୍ମାଣ ବନ୍ଦ ନକଲେ ଆନ୍ଦୋଳନ 

masiha

କବି ଗଡ଼ନାୟକ ଥିଲେ କାବ୍ୟ ସ୍ଥାପତ୍ୟ ଓ ଛନ୍ଦର ଅପୂର୍ବ ବିନ୍ଧାଣି: ଶ୍ରୀପତି.. ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ ଆଲୋଚନା

Sunil Chandra Nayak

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

masiha

Leave a Comment

error: Content is protected !!