ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

ରାୟଗଡା, ବହୁ ଚର୍ଚ୍ଚିତ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଏନ.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାମରେ ଆଜି ରାୟଗଡା ଏସ.ଡି.ଜେ.ଏମ କୋର୍ଟ ଜାମିନ ବିହିନ ଗିରଫ ପରୱାନା (ଏନ. ବି.ଡବ୍ଲ୍ୟୁ ) ଜାରି କରିଛନ୍ତି । ଭାସ୍କର ରାଓଙ୍କ ସମେତ, ବିଜେପି ନେତା ୟେଲା ଭେଙ୍କଟେଶ୍ୱର ରାଓ(କୋଣ୍ଡାବାବୁ), କେ. କ୍ରୀଷ୍ମା ରାଓ, ଇପିଲି ସନ୍ୟାସି ରାଜୁ, ଏନ. ଆଦି ନାରାୟଣା ଓ ପି. ଦିଲୀପ କୁମାରଙ୍କ ନାମରେ ଏସ.ଡି.ଜେ.ଏମ ବର୍ଷା ଦାଶ ଏନ.ବି.ଡବ୍ଲ୍ୟୁ ଜାରି କରିଛନ୍ତି । ଏଠାରେ ସୂଚନାଯୋଗ୍ୟଯେ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ଯୁବ ଆଦିବାସୀ ନେତା ଭାଗିରଥ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଥିଲେ । ଅଭିଯୋଗର ୪ ଦିନ ପରେ ତାଙ୍କ ମୃତ ଦେହ ଆନ୍ଧ୍ର ପ୍ରଦେଶ କୋମରଡା ଡ୍ୟାମ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଥିଲା ।ତେବେ ପରିବାରବର୍ଗ ମୃତଦେହକୁ ଚିହ୍ନଟ କରିପାରିନଥିଲେ । ଘଟଣାର ସପ୍ତାହ ପରେ ମୃତ ଦେହର ଫଟୋ ଜାରି କରିବା ପରେ ଭାଗିରଥୀଙ୍କ ମୃତ ଦେହ ବୋଲି ପରିବାରବର୍ଗ ଚିହ୍ନଟ କରିଥିଲା । ପରେ ପରିବାରବର୍ଗ ହତ୍ୟା ମାମଲା ରୁଜୁ କରି ରାୟଗଡା ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ରାୟଗଡା ବନ୍ଦ ପାଳନ କରିଥିଲେ । ରାୟଗଡା ପୋଲିସ ଏହାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ୨୦୧୧ ଫେବୃଆରୀ ମାସରେ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ । ଏହି ଘଟଣାରେ ରାଜ୍ୟ କ୍ରାଇମ ବ୍ରାଞ୍ଚ ଦୀର୍ଘ ବର୍ଷ କରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । କିନ୍ତୁ କ୍ରାଇମ ବ୍ରାଞ୍ଚ ଏହି ଘଟଣାରେ ସଂପୂଣ୍ଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନକରିଥିଲା । କ୍ରାଇମ ବ୍ରାଞ୍ଚର ତଦନ୍ତରେ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ସନ୍ତୁଷ୍ଟ ନହୋଇ ବିଭିନ୍ନ ସମୟରେ ସି.ବି.ଆଇ ତଦନ୍ତ ଦାବି କରିବା ସହ ଆନ୍ଦୋଳନ କରୁଥିଲେ । ଆଜି ଏସ.ଡି.ଜେ.ଏମ କୋର୍ଟ ୬ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ ଜାରୀ କରିବା ପରେ ପରିବାରବର୍ଗ ଓ ଆଦିବାସୀ ସଂଘ ଭାଗିରଥୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

Sunil Chandra Nayak

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

Sunil Chandra Nayak

ଟ୍ରାକ୍ଟର ଧକାରେ ବୃଦ୍ଧ ମୃତ 

masiha

Leave a Comment

error: Content is protected !!