ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୋପାଳପୁର(ଗୁମୁଡା) ଠାରେ ନୂତନ ଆଶ୍ରମ ପ୍ରତିଷ୍ଠା ଉତ୍ସବ

ଗୋପାଳପୁର(ଗୁମୁଡା) ଠାରେ ନୂତନ ଆଶ୍ରମ ପ୍ରତିଷ୍ଠା ଉତ୍ସବ

ରାୟଗଡା :- ରାୟଗଡ଼ା ଜିଲ୍ଲା ର ଗୁମୁଡା ନିକଟ ଗୋପାଳପୁର ଠାରେ ପରମପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟଦର୍ଶନ ସଂଘ ଆନୁକୂଲ୍ୟରେ ନବ ଗଠିତ ଆଶ୍ରମ ଗୃହର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଅଛି । ଉତ୍ସବରେ ଦିବ୍ୟଦର୍ଶନ ସଙ୍ଘ କେନ୍ଦ୍ରୀୟ କମିଟି ଉପସଭାପତି ପୂଜ୍ୟ ବିଶ୍ଵନାଥ ଭାଇ,ସଂପାଦକ ପୂଜ୍ୟ କେଶବ ଭାଇ, ଯୋଗାଚାର୍ଯ୍ୟ ପୂଜ୍ୟ ସୁନାରାମ ଭାଇ, ଅନ୍ତରଝୋଲି ଆଶ୍ରମ ପରିଚାଳକ ,ତଥା କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ବାସିନୀ ଭୂଜଙ୍ଗ ଭାଇ ଓ ପୂଜ୍ୟ ରାମକୃଷ୍ଣ ଭାଇ ଯୋଗଦାନ କରି ଦିବ୍ୟ ଦର୍ଶନ ଶୈଳିରେ ଆଶ୍ରମ ପ୍ରତିଷ୍ଠା କାର୍ଯ୍ୟ ସଂପାଦନ କରିଥିଲେ । 

      ସକାଳ ନଅଟା ରେ ଶତାଧିକ ଭାଇ ଭଉଣୀ ମାନେ ଝାଞ୍ଜ, ମୃଦଙ୍ଗ,କରତାଳି ଦ୍ୱାରା ପଦଯାତ୍ରା ରେ ଗୁରୁ ନାମ ନଗର ସଂକୀର୍ତ୍ତନ କରି ଗୁମୁଡା ଛକରୁ ବାହାରି ନୂତନ ଆଶ୍ରମ ନିକଟକୁ ପହଞ୍ଚିଥିଲେ । ଶାଢେଦଶଘଣ୍ଟା ସମୟରେ ଆଶ୍ରମ ପ୍ରତିଷ୍ଠା ସଂପନ୍ନ କରାଗଲା । ଏବଂ ଏଗାର ଘଣ୍ଟା ସମୟରେ ଆଶ୍ରମ ସମ୍ମୁଖରେ ଖୋଲା ସତସଙ୍ଗ ପ୍ରାୟ ଦୁଇ ହଜାର ଭାଇ ଭଉଣୀ, ଆଧ୍ୟାତ୍ମିକ ପ୍ରେମୀ ସୁଧିବୃନ୍ଦଙ୍କ ଉପସ୍ଥିତିରେ ଅନୁଷ୍ଠିତ କରାଗଲା । ପ୍ରଥମେ ଆଶ୍ରମ ନିମନ୍ତେ ଭୂମି ଜାଗା ଦାନ କରିଥିବା ଗୁରୁ ଭାଇ ଶ୍ରୀ ଆରକା ଗୋପାଳ ଭାଇଙ୍କୁ କେନ୍ଦ୍ରୀୟ କମିଟି ସଂପାଦକ ପୂଜ୍ୟ କେଶବ ଭାଇ ଉପଢ଼ୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ । ପୂଜ୍ୟ ଭୂଜଙ୍ଗ ଭାଇ ସତସଂଗ ପରିଚାଳନା କରିଥିଲେ । ପ୍ରବଚନରେ ପୂଜ୍ୟ କେଶବ ଭାଇ ଦିବ୍ୟଦର୍ଶନ ର ମୌଳିକ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରି ମାନବ ସମାଜର କଲ୍ୟାଣ କରିବା , ସମସ୍ତ ଦୁଃଖରୁ ଉଦ୍ଧାର କରି ସତ୍ୟଜ୍ଞାନ , ଆତ୍ମଜ୍ଞାନ ଶିକ୍ଷା ଦାନ କରି ମଣିଷର ଚରମ ଲକ୍ଷ୍ୟ ମୁକ୍ତି ମୋକ୍ଷ ପ୍ରାପ୍ତିକରାଇବା ଉଦ୍ଦେଶ୍ୟରେ ହିଁ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଆବିର୍ଭାବ ଏବଂ ଦିବ୍ୟଦର୍ଶନର ସୃଷ୍ଟି ବୋଲି ଆଲୋଚନା କରିଥିଲେ । କେନ୍ଦ୍ରୀୟ କମିଟି ଉପସଭାପତି ବିଶ୍ୱନାଥ ଭାଇ ଧର୍ମ,ଅର୍ଥ,,କାମ,ମୋକ୍ଷ ପ୍ରାପ୍ତିର ସରଳ ମାର୍ଗ ସଂପର୍କରେ ଆଲୋଚନା କରିଥିଲେ । ପରିଶେଷରେ କେନ୍ଦ୍ରୀୟ କମିଟି ଯୋଗାଚାର୍ଯ୍ୟ ପୂଜ୍ୟ ସୁନାରାମ ଭାଇ ଆଶ୍ରମର ଆବଶ୍ୟକତା, ଜ୍ଞାନର ମହାନତା ଓ ଦୈବୀଗୁଣର ମହତ୍ତ୍ଵ ସଂପର୍କରେ ଆଲୋଚନା କରିଥିଲେ । 

   ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ଓ ତାଙ୍କ ଦଳୀୟ କର୍ମକର୍ତ୍ତା , ବି.ଜେ.ପି. ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପଟନାୟକ, ଉପସଭାପତି ଶ୍ରୀ ଉଦୟନାଥ ପାଢ଼ୀ, ସଂପାଦକ ଶ୍ରୀ ବନମାଳୀ ଗମାଙ୍ଗ ଓ ଦଳୀୟ କର୍ମକର୍ତ୍ତା ଏବଂ ବିଜେଡିର ପ୍ରମୁଖ ନେତା ଶ୍ରୀ ଗଗନ ଆଚାର୍ଯ୍ୟ , ରାମନାଗୁଡା ଓ ସ୍ଥାନୀୟ ଭାମିନୀ ଗ୍ରାମପଞ୍ଚାୟତ ସରପଞ୍ଚ ମହୋଦୟା ପ୍ରମୁଖ ଯୋଗଦାନ କରିଥିଲେ । 

      କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି । ଅଞ୍ଚଳର ଭାଇ ଭଉଣୀ ତଥା ସ୍ଥାନୀୟ ଭାଇମାନଙ୍କ ସହଯୋଗରେ ସଫଳତାର ସହ ସଂପନ୍ନ ହୋଇପାରିଛି ଭାଇ ମାନଙ୍କ ମଧ୍ୟରେ କେ ନୋକାରାଜୁ, ବି. ପ୍ରସାଦ, ଏସ. କାମେଶ୍ବର, ଏସ. ଏଙ୍କେଟି, ବି. ଜଗା ରାଓ, ବି. ରାମାରାଓ, ଜଗନ୍ନାଥ ଦାଶ, ଲାଡି. ଉଦୟ ଶଙ୍କର, କାଳିଆ, କୃଷ୍ଣ, ଗୋପୀନାଥ, ସୋମନାଥ, ଉଦୟ ଶବର (ଓଡ଼ିଆ) ,ନାରାୟଣ, ଆଦିତ୍ୟ ରଞ୍ଜନ ପ୍ରମୁଖ ଭାଇ ମାନଙ୍କ ସହଯୋଗରେ ଏହା ପୂର୍ଣରୁପେ ସଫଳ ହୋଇ ପାରିଥିବାରୁ ସ୍ଥାନୀୟ ଭାଇ ଭଉଣୀ ମାନଙ୍କ ତରଫରୁ ପୂଜ୍ୟ ଭୂଜଙ୍ଗ ଭାଇ ସାଧୁବାଦ ଜଣାଇଥିଲେ । ପରିଶେଷରେ ପୂଜ୍ୟଗୁରୁଦେବଙ୍କ ପାଦପଦ୍ମରେ ଶରଣ ପୂର୍ବକ ଜଗତର କଲ୍ୟାଣ କାମନା କରି ଶାନ୍ତିପାଠ ଦ୍ୱାରା କାର୍ଯ୍ୟକ୍ରମ ସାଂଗ କରାଗଲା । ସମସ୍ତେ ଅନ୍ନପ୍ରସାଦ ସେବନ କରି ଫେରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାବା ବଟେଶ୍ବର ମନ୍ଦିରରେ ଜାଗର ଯାତ୍ରା

Sunil Chandra Nayak

ବୃନ୍ଦବାହଲ ପ୍ରହରୀ ମଣ୍ଡପରେ ଷୋହଳ ପ୍ରହର ନାମଯଜ୍ଞ

Sunil Chandra Nayak

ଆଳତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ

Sunil Chandra Nayak

Leave a Comment

error: Content is protected !!