ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ : ଉତ୍କଳମଣିଙ୍କ ଆଦର୍ଶର ଅନୁସରଣ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି — ଜିଲ୍ଲାପାଳ

ନୂଆପଡ଼ାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ : ଉତ୍କଳମଣିଙ୍କ ଆଦର୍ଶର ଅନୁସରଣ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି — ଜିଲ୍ଲାପାଳ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅବସରରେ ନୂଆପଡ଼ା ସଦରମହକୁମା ସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ସଂସ୍କୃତି ପରିଷଦ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି l 

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳମଣିଙ୍କ ଜୀବନାଦର୍ଶ ଓ ଲୋକସେବା ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ପ୍ରକୃତ ସାମ୍ବାଦିକମାନେ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇ ସମାଜର ବାସ୍ତବ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପ୍ରଶାସନକୁ ସକାରାତ୍ମକ ସହଯୋଗ କରିଥାନ୍ତି। ଉତ୍କଳମଣିଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ କେବଳ ଏକ ଖବରକାଗଜ ନ ଥିଲା ବରଂ ଏହା ଜନଜାଗରଣ ଓ ଲୋକସେବାର ଏକ ସଶକ୍ତ ଆନ୍ଦୋଳନ ଥିଲା। ଆଗାମୀ ପିଢ଼ିକୁ ଗୋପବନ୍ଧୁଙ୍କ ଜୀବନୀ ପଢ଼ିବାକୁ ପ୍ରେରିତ କରିବା ଏବଂ ତାଙ୍କ ଆଦର୍ଶକୁ ଅନୁସରଣ ଓ ଅନୁକରଣ କରିବା ହିଁ ତାଙ୍କ ପ୍ରତି ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରବୋଧ କୁମାର ହୋତା ଯୋଗଦେଇ ଉତ୍କଳମଣିଙ୍କ ଜୀବନଦର୍ଶନ, ସମାଜସେବା, ଶିକ୍ଷା, ସାମ୍ବାଦିକତା ଓ ଜାତି ଗଠନରେ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ‘ସମାଜ’ର ଜିଲ୍ଲା ପ୍ରତିନିଧି ସୀମାଞ୍ଚଳ ମହାପାତ୍ର ପ୍ରମୁଖ ଗୋପବନ୍ଧୁଙ୍କ ଆଦର୍ଶ ଓ ମାନବସେବାର ଦର୍ଶନ ଉପରେ ମତବ୍ୟକ୍ତ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସଭାରେ ଉପସ୍ଥିତ ଥିଲେ।ଜିଲ୍ଲା ସ୍ୱଚ୍ଛତା ସଂଯୋଜକ ଅନୀଲ କୁମାର ଲେଙ୍କା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

Sunil Chandra Nayak

ବନବିଭାଗରେ ମହାଦୁର୍ନୀତି  ସରକାରୀ ଅନୁଦାନ ଲୁଟ ପାଇଁ ଅଜବ କାରସାଦି  ମଲା ଗଛରେ ପାଣି ଦେଉଛି ବନବିଭାଗ 

masiha

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ଵାରା କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!