ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଦକ ଦ୍ରବ୍ୟ ବଦଳରେ ବିକଳ୍ପ ଫସଲ ଚାଷ ପାଇଁ ଗୁରୁତ୍ୱ 

ମାଦକ ଦ୍ରବ୍ୟ ବଦଳରେ ବିକଳ୍ପ ଫସଲ ଚାଷ ପାଇଁ ଗୁରୁତ୍ୱ 

ରାୟଗଡ:-ତା. ୩୦/୧୧-ରlୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ବିଶେଷ କରି ଦୁର୍ଗମ ଅଂଚଳରେ ବ୍ୟାପକ ଗଂଜେଇ ଚାଷ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ଆୱାସି ମାଧ୍ୟମରେ ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଶେଖ ଦିଲ୍ଲୀପ ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ମାଦକ ନିଷଦ୍ରବ୍ୟ ଗଂଜେଇ ଅବାଧ ଚାଷକୁ ରୋକିବା, ନିଶା ଦ୍ରବ୍ୟ ଅବାଧ କାରବାର ଓ ଚୋରା ଚାଲାଣ ସମ୍ପର୍କରେ ଗୁପ୍ତ ତଥ୍ୟ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା l

 ଲୋକଙ୍କୁ ନିଶାରେ ମାରାତ୍ମକ ଉପରେ ସଚେତନତାକୁ ପ୍ରତ୍ସାହ୍ନ କରିବା, ମାଦକ ଦ୍ରବ୍ୟ କାରବାର ବହୁଳ ଅଂଚଳ ମାନଙ୍କରେ ନିଷlଦ୍ରବ୍ୟ କ୍ଷତିକାରକ ବିଷୟରେ ଜନସଚେତନତା ସୃଷ୍ଟି କରିବା l ଉନୟନ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟ କାରୀ ରଖିବା l ବିଶେଷ କରି ଓଡିଶା ଜୀବିକା ମିଶନ ତରଫରୁ କାର୍ଯ୍ୟକ୍ରମ ଜରିଆରେ ଏହି ଅଂଚଳର ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉପରେ ଆଲୋଚନା କରାଯାଇଥିଲା l କୃଷି ବିଭାଗ, ଉଦ୍ୟାନ ବିଭାଗ ତରଫରୁ ଗଂଜା ଚାଷ ବଦଳରେ ସେହି ଅଂଚଳର ଲୋକଙ୍କୁ ଫଳ, ମକା ଓ ଅନ୍ୟ ଅର୍ଥକାରୀ ଫସଲ ଚାଷ ପାଇଁ ମଞ୍ଜି ଯୋଗାଇବା ଉପରେ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ଗୁରୁତ୍ୱ ଦେଇଥିଲେ l ପୋଲିସ ସହିତ ଅବକାରୀ ବିଭାଗ ମିଳିତ ଭାବରେ ମାଜିଷ୍ଟ୍ରେଟଙ୍କୁ ନେଇ ଚଢ଼ାଉ କରିବା ପାଇଁ ପରାମର୍ଶ ଦେଇଥିଲେ l ଗଛ ନଷ୍ଟ କରି ସକ୍ରୀୟ ରହି ନିଶାଦ୍ରବ୍ୟ କାରବାର ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସlମନ୍ତ, ସମସ୍ତେ ଥାନା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ ବିଭାଗ, ଜିଲ୍ଲା ଦକ୍ଷ୍ୟତା ଓ କର୍ମ ନିୟୋଜନ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମlନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

ରଜକୁଇନ ୨୦୨୩ ମୁକୁଟ ପିନ୍ଧିଲେ ଜଗତପୁର ସାନିଆ

Sunil Chandra Nayak

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

Leave a Comment

error: Content is protected !!