ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ରୀଙ୍କୁ ସ୍ଵାଗତ 

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ରୀଙ୍କୁ ସ୍ଵାଗତ 

ଡାବୁଗାଁ, ୮/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସରକାରୀ (ଏସ୍ ଏସ ଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ନୂତନ ଭାବେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିବା ୬୫ ରୁ ଉର୍ଦ୍ଧ ନୂତନ ଛାତ୍ରୀଙ୍କୁ ସୋମବାର ସ୍ଵାଗତ କରାଯାଇଥିଲା । ସପ୍ତମ ରୁ ଦଶମ ଶ୍ରେଣୀର ଛାତ୍ରୀ ମାନେ ଝୋଟି ମୁରୁଜ ପକାଇ ଶୁଭ କଳସ ସ୍ଥାପନ କରି ନୂଆ ପିଲାମାନଙ୍କୁ ସ୍ଵାଗତ କରିଥିଲେ। ଫୁଲ,ଚନ୍ଦନ ଦେଇ ବନ୍ଦାପନା କରି ସଭା ଗୃହକୁ ପାଛୋଟି ନେଇଥିଲେ। ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ଦାସ ଛାତ୍ରୀ ମାନଙ୍କୁ ମନ ଦେଇ ପାଠ ପଢ଼ିବା ଓ ବିଦ୍ୟାଳୟ ରେ ଶୃଙ୍ଖଳିତ ହୋଇ ରହିବା ପାଇଁ ଉପଦେଶ ଦେଇଥିଲେ। ପାଠ ଶିଖିଲେ ନିଜର, ବିଦ୍ୟାଳୟର, ପରିବାର ର ଏବଂ ଦେଶର ଉନ୍ନତି ହୋଇ ପାରିବ ବୋଲି କହିଥିଲେ। ଶେଷରେ ପିଲାମାନଙ୍କୁ ଉପହାର ସହ ଚକଲେଟ ଦିଆଯାଇଥିଲା । ପିଲାମାନେ ପ୍ଲାଏ କାର୍ଡ ଓ ବ୍ୟାନର ଧରି ନାମ ଲେଖା ସ୍ଲୋଗାନ ଦେଇଥିଲେ। ନୂଆ ପିଲାମାନେ ବହୁତ୍ ଖୁସି ହୋଇଥିଲେ। ଏହି କାର୍ଯକ୍ରମ ରେ ଶିକ୍ଷୟିତ୍ରୀ ଆରତୀ ବିଷୋୟୀ, ରଶ୍ମି ରାଣୀ ପଣ୍ଡା, ରଶ୍ମୀ ରଞ୍ଜିତା ନାୟକ, କେ. ଦମୟନ୍ତୀ ଦୋରା, ସୁନାମଣି ପୂଜାରୀ, ବିନିତା ଠାକୁର୍, ସୁପ୍ରିୟା ମହାଙ୍କୁଡ, ମୋନାଲିସା ପରିଡ଼ା, କଳ୍ପନା ଉଥାନସିଂ, ସୁଦେଶ୍ନା ଜତି, ଶିକ୍ଷକ ସୌମ୍ୟ ରଞ୍ଜନ ନାୟକ, ଜ୍ଞାନ ରଞ୍ଜନ ବେହେରା ଓ ବିଦ୍ୟାଳୟ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ମହେଶ୍ୱର ନାଥ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଯୋଜନ ଦୂରରେ ଖାଦ୍ୟ ସୁରକ୍ଷା ଯୋଜନା, ଅସହାୟ ବିଶ୍ବ ମାଝୀ କୁ ସହାୟତା କେବେ? 

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

Leave a Comment

error: Content is protected !!