ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଙ୍କି ଅଛି , ପାଣି ନାହିଁ ବସୁଧା ଯୋଜନା କାହାପାଇଁ?

ଟାଙ୍କି ଅଛି , ପାଣି ନାହିଁ

             ବସୁଧା ଯୋଜନା କାହାପାଇଁ?

ତେନ୍ତୁଳିଖୁଣ୍ଟି ୦୮/୦୪/୨୪: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଖାତିଗୁଡାରେ ବସୁଧା ଯୋଜନା ରେ ପମ୍ପ ହାଉସ ଗୃହ ଅଛି ,ଦୁଇ ଦୁଇ ଟି ମୋଟର ଲାଗିଛି ଓଭର ହେଡ୍ ଟାଙ୍କୀ ଅଛି କିନ୍ତୁ ଟ୍ୟାପରେ ପାଣି ନାହିଁ। ବର୍ଷ ପରେ ବର୍ଷ ବିତିଲା ପରେ ଦୁଇ ଟି ପର୍ଯ୍ୟାୟ ରେ ଅର୍ଥ ବ୍ୟୟ କରିଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କିନ୍ତୁ ଫଳ ଶୂନ।ଖାତିଗୁଡା ଗ୍ରାମର କୈଣସି ଟେପରେ ପାଣି ବାହାରୁ ନ ଥିବା କହିଛନ୍ତି ଗ୍ରାମ ବାସୀ । ପାଣି ଟାଙ୍କି ଅଛି ମୋଟର ଚାଲୁଛି ମୋଟର ଚାଳକ ନିଯୁକ୍ତ ଅଛନ୍ତି କିନ୍ତୁ କୈଣସି ସ୍ଥାନରେ ପାଣି ବାହାରୁନି କାହିଁକି ? ବ୍ଲକ ର ଅନେକ ସ୍ଥାନରେ ଓଭରହେଡ୍ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ତାହା କାମରେ ଆସୁନଥିବା ଅଭିଯୋଗ ରହୁଛି।। କିଛି ସ୍ଥାନରେ ଏହା ଅବ୍ୟବହୃତ ଭାବେ ପଡ଼ିଛି। ବ୍ଳକର ବାରଙ୍ଗପଦର, ଖାତିଗୁଡା ଗ୍ରାମରେ ବସୁଧା ଯୋଜନା ଆଣ୍ଠେଇଛି ,ବର୍ଷ ତମାମ ଜଳକଷ୍ଟ ଦେଖିବାକୁ ମିଳିଛି ଏହି ଦୁଇ ଗ୍ରାମ ରେ।। ଟୋପେ ପିଇବା ପାଣି ଲାଗି ଗାଁ ଲୋକେ କଲବଲ ହେଉଛନ୍ତି । ଏବେ ପ୍ରଚଣ୍ଡ ରୌଦ୍ରତାପ ସହ ଉତ୍କଟ ପାନୀୟ ଜଳ ସମସ୍ୟାରେ ଅଞ୍ଚଳବାସୀ ଛଟପଟ ହେଉଛନ୍ତି। ପରଜା ବାରଙ୍ଗପଦର ପଞ୍ଚାୟତ ଖାତିଗୁଡା ଉପର ଶିବ ମନ୍ଦିର ନିକଟରେ ଥିବା ପାଣି ଟାଙ୍କି ଦୀର୍ଘ ବର୍ଷ ହେଲା ଅଚଳ ହୋଇପଡ଼ିଛି । ବହୁ ଦିନ ଅଚଳ ରହିବା ଦ୍ୱାରା ଭିତରେ ଅନାବନା ଗଛ ମାଡ଼ିବା ସହ ବିଷାକ୍ତ କୀଟ ବସା ବାନ୍ଧିଥିବା ଓ କିଛି ମରି ପଡିଥିବା  ଦେଖିବାକୁ ମିଳୁଛି । ଲକ୍ଷାଧିକ ଟଙ୍କାରେ ନିର୍ମାଣ ଏହି ପାଣି ଟାଙ୍କି କୌଣସି କାମରେ ଆସୁନି । ଏନେଇ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣି ଶିବିର ସମେତ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେଣି । ହେଲେ କିଛି ଫଳପ୍ରଦ ହେଉନି। ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଘରେ ଘରେ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଅନେକ ସ୍ଥାନରେ ସବୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କରାଯାଇଛି । ହେଲେ ଏହା କିଭଳି ଭାବେ କାର୍ଯ୍ୟକାରୀ ହେଉଛି ତାହାକୁ ତଦାରଖ କରାଯାଉନି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନୂତନ କୋଇଡା ଥାନାଧିକାରୀଙ୍କୁ କୋଇଡା ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ 

masiha

ଆଲମଣ୍ଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ 

Sunil Chandra Nayak

ବୃକ୍ଷ ହିଁ ସକଳ ଶକ୍ତି ର ଆଧାର , ବୃକ୍ଷ ହିଁ ଜୀବନ

Leave a Comment

error: Content is protected !!