କୁସୁମି ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ରାଇରଙ୍ଗପୁର- ୧୫/୧୦ ବାଦାମ ପାହାଡ଼ ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ କୁସୁମି ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦମେଳା ମୁଖ୍ୟ ଅତିଥି ରାଜ୍ୟ ଶ୍ରମ ଓ ଜଙ୍ଗଲ,ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ତାଙ୍କ ସହିତ ସାଂସଦ ନବ ଚରଣ ମାଝୀ ନାଏକ, ବ୍ଳକ ଅଧ୍ୟକ୍ଷାମାଧେ ପୂର୍ତ୍ତି, ସିଡିଭିଓ ନରେଶ ଚନ୍ଦ୍ର ଯେନା, ଏସଡିଭ ସୁଶାନ୍ତ ସିଂ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଦୀପ ଘୋଷ , ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ପ୍ରେମାନନ୍ଦ ଶତପଥି ପ୍ରମୁଖ ଯୋଗ ଦେଇଥିଲେ।ଅତିଥିଗଣ କହିଥିଲେ ସମାଜର ପ୍ରଗତି ରଥରେ ଅନ୍ନଦାତା ମାନଙ୍କର ଅବଦାନ ଅନନ୍ୟ ଓ ଅବର୍ଣ୍ଣନୀୟ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଜନକଲ୍ଯାଣ ଯୋଜନା କରିଛନ୍ତି ।କେବଳ ଧାନ ଚାଷ କଲେ କୃଷକର ଆର୍ଥିକ ସ୍ଥିତି ବଦଳିବ ନାହିଁ ।ତେଣୁ କୃଷକ ନିଜର ମାନବ ସମ୍ବଳ, ଚାଷ ଜମି କୁ ଲକ୍ଷ୍ୟ କରି ଧାନ, ପାନ, ମୀନ, କୁକୁଡ଼ା,ଛେଳି,ବତକ,ଗୋପାଳନ , ମେଣ୍ଢା, ଘୁଷୁରି, ଫୁଲ, ମହୁ,ଛତୁ, ପନିପରିବା ଚାଷ କଲେ ଚାଷୀ ପରିବାରରେ ଆର୍ଥିକ ଉନ୍ନତି ଘଟିବା ସହ ସମାଜର ବିକାଶ ରଥ ଆଗେଇ ପାରିବ ।ପରେ ୩ଜଣଙ୍କୁ ବିଭିନ୍ନ ଯୋଜନାରେ ଥିବା ଓ୍ଵାର୍କ ଅର୍ଡର , ଚେକ୍ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିଲେ । କୃଷି ବିଭାଗ,ଉଦ୍ୟାନ ବିଭାଗ,ମତ୍ସ୍ୟ ବିଭାଗ,ପ୍ରାଣୀ ବିଭାଗ ,ଓମଫେଡ,ଗୋଖାଦ୍ୟ ,ବହୁ ପ୍ରକାରର ଷ୍ଟଲ ପ୍ରଦର୍ଶନ କରାଯାଇଥିଲା ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

