ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ. ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ଚିତ୍ରାଙ୍କନ ପ୍ରତିଯୋଗିତା

ଡ. ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ଚିତ୍ରାଙ୍କନ ପ୍ରତିଯୋଗିତା

ଭବାନୀପାଟଣା, ୧୫/୧୦/୨୦୨୬: ଡ. ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଲାୟନ୍ସ କ୍ଲବ, ଭବାନୀପାଟଣା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ ରମେଶ କୁମାର ଅଗ୍ରୱାଲ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ. ଶିବରାମ ନାୟକ ଡ. କଲାମଙ୍କ ଦେଶଭକ୍ତି, ନୀତି ଓ ଆଦର୍ଶ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ଜୀବନରେ ଚିତ୍ରକଳାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ବରିଷ୍ଠ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ପ୍ରତିଯୋଗିତା ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସରିତା ବାଗେଲ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

କଳାହାଣ୍ଡିରେ “ମାଇ ଭାରତ” ଜିଲ୍ଲା ପରାମର୍ଶଦାତା କମିଟି ବୈଠକ, ଯୁବବର୍ଗ ଙ୍କୁ ନେଇ ପ୍ରସ୍ତୁତ ହେବ କାର୍ଯ୍ୟଯୋଜନା

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!