ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

ଖଡ଼ିଆଳ ,(ସୁଜିତ କୁମାର ପ୍ରଧାନ ) ଗଣ ମାଧ୍ୟମ ପ୍ରତିନିଧି କଣ୍ଟାବାଞ୍ଜି ଓ ଖବର କାଗଜ ପତ୍ରିକାର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା।ସୂଚନା ଅନୁଯାୟୀ ଅତ୍ୟଧିକ ରକ୍ତଚାପ ଯୋଗୁଁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ପରେ ହେଡ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଛତିଶଗଡ଼ର ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୁରୀବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ବାସିନ୍ଦା ଶ୍ରୀ ଭୋଇ ୨୦୦୯ ମସିହାରୁ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଥିଲେ। ସେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଓ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ଉପ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କର ଦୁଇ ଝିଅ ୧୫ ବର୍ଷର ଓ ୧୨ ବର୍ଷର ଝିଅ ଅଛନ୍ତି। ତାଙ୍କ ଦେହାନ୍ତ ଖବର ପାଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ଖଡ଼ିଆଳ ଶ୍ୟାମକୁମ ଲଜ ପରିସରେ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ସଭା ଆୟୋଜନ କରାଯାଇଥିଲା। ଏଥିରେ ସାମ୍ବାଦିକ ବିଶ୍ୱଜିତ ପାଢ଼ୀ,ବିଜୟ କୁମାର ସହିସ, ମୋତିଲାଲ ବାଗ,ପରମେଶ୍ବର ବାରିକ,ସୁଜିତ କୁମାର ପ୍ରଧାନ,କୁନାଲ ଚରଣ ବେହେରା, ହେମନ୍ତ କୁମାର ବେହେରା, ଯୁଗେଶ୍ୱର ଶଗରିଆ, ଦେବାନନ୍ଦ ତାଣ୍ଡି, ରୁଦ୍ରରାଜ ବାଗ,ଶାମ୍ବ କୁମାର ସରାଫ, ବାପିନା ସାହୁ, ଗଣେଶ ରଣା, ଓମ ପ୍ରକାଶ ଚୌଧୁରୀ, ଦିନବନ୍ଧୁ ଛତ୍ରିଆ ,ମୋହନ ଲାଲ ଦୀପ, କଳିମ ଖାନ, ଲୋକନାଥ ପଟେଲ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଶୋକ ସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଧରିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସେମାନେ କାମନା କରିଛନ୍ତି।

Related posts

୬୫ ଜଣ ଛାତ୍ରଛାତ୍ରୀ, ବିପଦ ସଙ୍କୁଳ ଅବସ୍ତାରେ କୋଠରୀ , ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

masiha

ଜାତୀୟ ସ୍ତରୀୟ କବି ସମ୍ମିଳନୀ – ” କାବ୍ୟାଞ୍ଜଳି”

Sunil Chandra Nayak

ମିଶନ୍‌ ଆକାଂକ୍ଷା କଳାହାଣ୍ଡିରେ ଆରମ୍ଭ – ସ୍ଥାନୀୟ ଯୁବକମାନଙ୍କୁ ନିଶୁଳ୍କ UPSC ପ୍ରଶିକ୍ଷଣ

Sunil Chandra Nayak

Leave a Comment

error: Content is protected !!