ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥପ୍ରଧାନଶିକ୍ଷକ ଶିଶିର କୁମାର ପାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଥପ୍ରଧାନଶିକ୍ଷକ ଶିଶିର କୁମାର ପାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା: କୋଏଲ ନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପ୍ରଧାନଶିକ୍ଷକ ଶ୍ରୀ ପାଣି ଙ୍କ ଦୀର୍ଘ ୩୨ ବର୍ଷ ଶିକ୍ଷାଦାନ ସହ ନିଜର ସାଂଗଠନିକ ଦକ୍ଷତା ପାଇଁ ଶିକ୍ଷକ ଙ୍କ ମହଲରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହା ସହ ଓଷ୍ଟା , ସ୍କାଉଟ ଏବଂ ଗାଇଡ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ତେବେ ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସିଆରସିସି ସିପ୍ରା ସାହୁ,ପ୍ରଫୁଲ୍ଲ ସ୍ବାଇଁ,ରାଧାଶ୍ୟାମ ପରିଡା, ରଞ୍ଜନ କୁମାର ସାମଲ,ବିଜୟ କୁମାର ରଥ, ଦେବାଶିଷ ପଟ୍ଟନାୟକ,ମୋରିସ ଗୁଡିଆ, ଧରିତ୍ରୀ ଦାସ,ସୁପ୍ରଭା ସାମଲ,ମଦନ ମୋହନ ଆରୁଖ,ସବିତା ପୁଜାରୀ, ସରୋଜ କୁମାର ଲେଙ୍କା, ପୂର୍ଣ୍ଣଚନ୍ଦ୍ର ମାହାତୋ,ସୁନିତା ବେହୁରା, ଅକ୍ଷୟ ପରିଡ଼ା, କମଳାକାନ୍ତ ରାଉତ, ଉମାକାନ୍ତ ରାଉତରାୟ, ରାମଚନ୍ଦ୍ର ମିଶ୍ର, ସରୋଜ ସାହୁ, ବିଜୟ କୁମାର ସିଂ ପ୍ରମୁଖଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଶ୍ରୀ ପାଣି ଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ପାଣି ଏହି କାର୍ଯ୍ୟକ୍ରମ ତାଙ୍କର ସବୁଦିନ ପାଇଁ ମନେରହିବା ସହ ଅବସର ଜୀବନ ଶିକ୍ଷା ଓ ବିଦ୍ୟାଳୟ ପ୍ରତି ସମର୍ପିତ ରହିବ ବୋଲି ମତ ପ୍ରକାଶ କରିଥିଲେ। ବିଦ୍ୟାପୀଠର ମୀନତି କିଶାନ, ଯଶୋଦା ବଡାଇକ, ମଞ୍ଜୁ ବଇଠା, ସୀତା ଖାଡିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

Sunil Chandra Nayak

ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଦୁଇ ବର୍ଷର ବିକାଶ କାର୍ଯ୍ୟର ସମୀକ୍ଷା

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ହେଲେ ନରସିଂ ନାଥ ତ୍ରିପାଠୀ

Sunil Chandra Nayak

Leave a Comment

error: Content is protected !!