ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା; ଫଳ ଦର ଆକାଶ ଛୁଆଁ ନେଇ ସତ୍ୟବାନଙ୍କ ମୁଣ୍ତରେ ଚଡ଼କ

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା; ଫଳ ଦର ଆକାଶ ଛୁଆଁ ନେଇ ସତ୍ୟବାନଙ୍କ ମୁଣ୍ତରେ ଚଡ଼କ

 ମୟୂରଭଞ୍ଜ – ୨୫/୦୫ — ହିନ୍ଦୁ ସଂସ୍କୃତିରେ ମହିଳା ମାନଙ୍କ ସାବିତ୍ରୀ ବ୍ରତ ଏକ ଅନନ୍ୟ ଆଧ୍ୟାତ୍ମିକ ପର୍ବ ।ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ।ଏହି ଦିନରେ ମାତା ସାବିତ୍ରୀ ନିଷ୍ଠାର ସହ ବ୍ରତ,ସାଧନା,ପୂଜନ ଯୋଗୁଁ ଯମରାଜ ସାବିତ୍ରୀ ଙ୍କ ସ୍ବାମୀ ସତ୍ୟବାନଙ୍କ ଅମୂଲ୍ୟ ଜୀବନ ପୁନଃ ଫେରାଇ ଦେଇଥିଲେ । ତେଣୁ ସଧବା ମହିଳାଙ୍କ ମଥାରେ ସବୁଦିନ ସିନ୍ଦୂର ରହିବା ସହ ସ୍ଵାମୀ ଓ ପରିବାରର ଙ୍କ ନିରୋଗ ଓ ସୁସ୍ଥ ଜୀଵନ ପାଇଁ ଏହି ବ୍ରତକୁ ଘରେ ଘରେ ନିଷ୍ଠାର ସହ ମହିଳା ମାନେ ପାଳନ କରିଥାନ୍ତି ।ଏହି ସାବିତ୍ରୀ ଅମାବାସ୍ଯାରେ ଲଗାତର‌ ଫଳ ବଜାରରେ ୩ ଦିନ ଧରି ଫଳଦର ଆକାଶ ଛୁଆଁ ହୋଇଯାଇଛି । ଦରଦାମ କୃତ୍ରିମ ଅଭାବ ଦେଖାଇ ସତ୍ୟବାନଙ୍କ ପକେଟ୍ ଲୁଟ କରୁଛନ୍ତି ।ସାଧାରଣ ମଧ୍ୟବିତ୍ତ ପରିବାରକୁ ଫଳ ଦର ବୃଦ୍ଧି ଚିନ୍ତାରେ କାରଣ ସହ ଵାଧୁଛି ।ରାତି ପାହିଲେ ସାବିତ୍ରୀ ଅମାବାସ୍ୟା ।ଖାଅ ନ ଖାଅ କିଛି ଫଳ ଏବଂ ମହିଳା ମାନଙ୍କ ପାଇଁ ନବ ବସ୍ତ୍ର ନିହାତି ଦରକାର ।କରୋନା ପରଠାରୁ ମଧ୍ଯଵିତ୍ତ ପରିବାରଙ୍କ ଆର୍ଥିକ ଅଣ୍ଟା ପିଠି ଭାଙ୍ଗି ଯାଇଛି । ଲୋକଙ୍କ ହାତରେ କାମଦାମ ନାହିଁ ।ଏଣେ ଆକାଶ ଛୁଆଁ ଦରଦାମ ବୃଦ୍ଧି ।ତଥାପି ସତ୍ୟବାନ ନିଜର ଧର୍ମପତ୍ନୀଙ୍କ ମନବାଞ୍ଛା ପୂରଣ ପାଇଁ ଫଳ ଦୋକାନରେ ଭିଡ ଲଗାଇଛନ୍ତି । ଫଳ ବଜାରରେ ଫଳ ଦରଦାମ ଶୁଣି ହତବାକ ସତ୍ୟବାନ । ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକ, ହନୁମାନ ଛକ,ଗୋଲେଇ ଛକ, ବସଷ୍ଟାଣ୍ଡ ଛକ,ବଜାର ଛକରେ ଫଳ ଦୋକାନ ରେ ଭିଡ ଲାଗି ରହିଛି ।ଦୂର ଦୂରାନ୍ତ ଓ ସହର ଲୋକେ ଫଳ ଦୋକାନରେ ଭିଡ ଲଗାଇବା ସହ ଲୁଗା ଦୋକାନୀ ଓ ପୂଜା ସାମଗ୍ରୀ ଦୋକାନରେ ଭିଡ ଲଗାଇଛନ୍ତି ।ଆଜି ଫଳ ଦୋକାନରେ ନଡ଼ିଆ ଗୋଟା ୩୫ ରୁ୪୦ ,କଦଳୀ ଡଜନ ୬୦ ରୁ ୭୦, କମଳା ୧୮୦ ରୁ ୨୦୦,ତରଭୁଜ ୩୦ ,ସପୁରୀ ୧୦୦,ସେଉ ୩୦୦ ରୁ ୩୨୦,ତାଳ ଗୋଟା ୨୦ ରୁ ୨୫,ଆମ୍ବ ୧୦୦ ,ଖଜୁରୀ ୨୦୦,ପିଜୁଳି ୨୦୦,ଡାଳିମ୍ବ୨୦୦ ରୁ ୨୨୦,ଅଙ୍ଗୁର ୧୨୦, ନାସପାତି ୪୦୦,ପଇଡ ୬୦ ରୁ ୭୦,ପଣସ ୧୦୦ ,ଲିଚୁ ୨୦୦,ଜାମୁରୋଳଗୋଟା ୧୦, କାକୁଡି କିଲୋ ପ୍ରତି ୬୦ ଟଙ୍କା ।ସତ୍ୟବାନ୍ ଦର ଶୁଣି ହତବାକ୍ । କେଉଁଟା କିଣିବେ କେତେ ପରିମାଣରେ କିଣିବେ ଚିନ୍ତାରୃ ପଡିଛନ୍ତି ।ସତ୍ୟବାନଙ୍କ ପକେଟ୍ ପରମିଟ୍ ଦେଉନାହିଁ । ପର୍ବପର୍ବାଣୀ କୁ ଦେଖି ବେପାରୀଙ୍କ ମନଇଛା ଦରଦାମ ଅହେତୁକ ବୃଦ୍ଧି ନେଇ ଖାଉଟି ସମାଜ ଅସନ୍ତୋଷ ପ୍ରକାଶ କରୁଛନ୍ତି ।ଦରଦାମ ଉପରେ ପ୍ରଶାସନର ଅଙ୍କୁଶ ନାହିଁ । ଜିଲ୍ଲା ପ୍ରଶାସନ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

କୋଶଲି କୁଇନ୍ କବୟିତ୍ରୀ ମୀରାଵାଈ ମହାନ୍ତି ପାଣିଗ୍ରାହୀ

Sunil Chandra Nayak

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅଛି ବିଶେଷଜ୍ଞ ଡାକ୍ତର

Sunil Chandra Nayak

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଭା ପକ୍ଷରୁ ବିଶାଳ ସଭା ଅନୁଷ୍ଠିତ

Leave a Comment

error: Content is protected !!