ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା

ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା

ବାଲେଶ୍ଵର,୦୫/୯/୨୩- ପବିତ୍ର ଗୁରୁ ଦିବସ ଅବସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ,ଖଇରା ଶାଖାର ସପ୍ତଦଶବାର୍ଷିକ ଉତ୍ସବ ବ୍ଲକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ତଥା ସଙ୍ଘର ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଉତ୍ତମ କୁମାର ଯେନା, ବିଇଓ ଗଦାଧର ଦାସ, ପୂର୍ବତନ ବିଇଓ ସୁଦର୍ଶନ ରାଉତ, ଏବିଇଓ ଗୌରାଙ୍ଗ ମହାପାତ୍ର, ହେମନ୍ତ ମିଶ୍ର, ପାର୍ବତୀ ପଣ୍ଡା, ସରସ୍ୱତୀ ସ୍ମୃତି ଶିକ୍ଷକ କୌମୁଦୀ ପରିବାର, ମେଘମାଧବ, ସୋରର ନିରଞ୍ଜନ ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ଖଇରା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ ମଞ୍ଚାସୀନ ହୋଇଥିଲେ । ମଞ୍ଚାସୀନ ଅତିଥି ମାନେ ପବିତ୍ର ଗୁରୁ ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପଳସା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନାଙ୍କୁ ଗୁରୁ ଗୌରବ ସମ୍ମାନ ପୂର୍ବକ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ପ୍ରଥମେ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ । ପରେ ପରେ ବିଧାୟକ ଏବଂ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ କୈଳାସ ଚନ୍ଦ୍ର ବେହେରା, ଲୋକନାଥ ସାହୁ, କୈଳାସ ଚନ୍ଦ୍ର ମାଝୀ, ଶରତ ଚନ୍ଦ୍ର ପଣ୍ଡା, ବିଜୟାଲକ୍ଷ୍ମୀ ନନ୍ଦ, ଶ୍ରୀଧର ବେହେରା, ସନ୍ଧ୍ୟାରାଣୀ ଦାସ, ନିରୂପମା ଦାସ, ଇଲାରାଣୀ କର, ହେମଲତା ନାୟକ, ଜ୍ଞାନେନ୍ଦ୍ରୀୟ ଭୂୟାଁ ଓ ବୁଧିରାମ ସିଂକୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଉତ୍ସବରେ ପ୍ରାୟ ୧୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଇନସ୍ପାୟାର-ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ୨୦୨୧-୨୨ ଉଦ୍ ଯାପିତ

Sunil Chandra Nayak

ପଂଚାୟତରାଜ ପ୍ରତିନିଧିଙ୍କ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

ରାଇରଙ୍ଗପୁର ରେ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ତରଫରୁ ଶ୍ରମିକ ଦିବସ ପାଳିତ

Leave a Comment

error: Content is protected !!