ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ 

ଡାବୁଗାଁ, ୧୬/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ, ତହସିଲ କାର୍ଯ୍ୟ|ଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟ|ଳୟ, ସାମ୍ବାଦିକ ସଂଘ କାର୍ଯ୍ୟ|ଳୟ, ଡ୍ରାଇଭର ମହାସଂଘ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟ|ଳୟ ଓ ବିଦ୍ୟାଳୟ ଗୁଡିକରେ ସ୍ଵାଧୀନତା ଦିବସ ଗୁରୁବାର ପାଳିତ ହୋଇଯାଇଛି | ଏହା ସହ ଡାବୁଗାଁ ବ୍ଲକ ସଦରମହକୁମା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି | ଏଥିରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ | ଏହପରେ ଡାବୁଗାଁ ବ୍ଲକ ର ୨ ଜଣ ସ୍ଵାଧୀନତା ସଂଗ୍ରାମୀ ଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା | ଅନୁଷ୍ଠିତ ପରେଡରେ ମୋଟ ୧୫ ଟି ପରେଡ ଗ୍ରୁପ ଭାଗ ନେଇଥିଲେ | ପରେଡ ଗ୍ରୁପ ଚୟନ କରିବା ପାଇଁ ଚୟନ କର୍ତ୍ତା ଭାବେ ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ, ଚନ୍ଦନ ସାହୁ ଓ ଅଗ୍ନିସମ କେନ୍ଦ୍ର ଅଧିକାରୀ ହିମାଂଶୁ ଶେଖର ନାୟକ ଉପସ୍ଥିତ ରହି ଚୟନ କରିଥିଲେ | ଏଥିରେ ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ (୧ମ), ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଜେଆରସି ଗ୍ରୁପ (୨ୟ), ଭୈରବ ସ୍ନାତକ ମହାବିଦ୍ୟାଳୟ ର ଏନସିସି ଗ୍ରୁପ ଓ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗାଇଡ ଗ୍ରୁପ (୩ୟ) ସ୍ଥାନ ଅଧିକାର କରିଥିଲେ | ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା | ଏଥିରେ ଚୟନ କର୍ତ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ଅଜୟ ବଲ୍ଲଭ ପଣ୍ଡା ଓ ଲକ୍ଷ୍ମୀକାନ୍ତ ରଥ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ | ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ (୧ମ), ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ (୨ୟ) ଓ ସରସ୍ଵତୀ ଶିଶୁ ମନ୍ଦିର (୩ୟ) ସ୍ଥାନ ଅଧିକାର କରିଥିଲେ | ସମସ୍ତ କୃତି ପ୍ରତିଯୋଗୀ ମାନେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବିଜେଡି ବରିଷ୍ଠ ନେତା ଏମ॰ଆପ୍ପା ରାଓ, ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍॰ ବୁଲୁ ରାଓ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଶିକ୍ଷକ ହେମନ୍ତ କୁମାର ସାମଲ, ବଲ୍ଲଭ ନାରାୟଣ ପଣ୍ଡା, , ଅମୂଲ୍ୟ ଦଳାଇ, ଶିକ୍ଷୟତ୍ରୀଶିକ୍ଷକ, ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ | ଶିକ୍ଷକ ବିଶ୍ଵେଶ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ |.

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କୃଷି ବିଭାଗର ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

masiha

ଅନୁଷ୍ଠିତ ହେଲା ଅବସର କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ପ୍ରାକ୍ତନ ଶିକ୍ଷକ କାଶୀନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ 

masiha

Leave a Comment

error: Content is protected !!