ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେଜେ ବାପାଙ୍କ ଆଶ୍ରୟ ରେ ଥିବା ତିନି ଭାଇ ଭଉଣୀ ଙ୍କୁ ସାକ୍ଷାତ୍ କଲେ ଖୁସି ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା

ଜେଜେ ବାପାଙ୍କ ଆଶ୍ରୟ ରେ ଥିବା ତିନି ଭାଇ ଭଉଣୀ ଙ୍କୁ ସାକ୍ଷାତ୍ କଲେ ଖୁସି ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା

ଜୁନାଗଡ଼,୨୪/୧୧(ମନୀସ:) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ପଞ୍ଚାୟତ ଅଧିନରେ ଥିବା ମହୁଲ ମୁଣ୍ଡା ଗ୍ରାମରେ ସ୍ବର୍ଗତ ବିରଞ୍ଚି ମାଝୀ ଓ ପୂର୍ଣ୍ଣମୀ ମାଝୀ ନିଜର ତିନି ସନ୍ତାନ ମଝିଆ ପୁଅ ତୁଲେଶ୍ୱର୍ ମାଝୀ (୧୦),ବଡ଼ ଝିଅ ସୁଭାଷିନୀ ମାଝୀ (୧୪) ସବା ସାନ ଝିଅ ଲତା ମାଝି (୭) ଙ୍କୁ ନେଇ ବେଶ ହସ ଖୁସିରେ ପରିବାର ଚଲୁଥିଲା। ଦୁହେଁ ପିଲା ମାନଙ୍କୁ ନେଇ ଖୁସି ଥିବା ବେଳେ ସେମାନଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସଂଚୟ ପାଇଁ ବିରଞ୍ଚି ବାହାର ରାଜ୍ୟ କୁ ଦାଦନ ଯାଇ ଅର୍ଥ ଉପାର୍ଜନ କରୁଥିଲେ l ହେଲେ ସ୍ତ୍ରୀ ପୂର୍ଣମୀ ମାଝୀ ଚଳିତବର୍ଷ ଏପ୍ରିଲ ମାସ ରେ କୌଣସି କାରଣ ରୁ କୁଆଡେ ଚାଲିଗଲେ ପତା ମିଳୁନାହିଁ l ସ୍ୱାମୀ ବିରଞ୍ଚି ମାଝୀ ଓ ଗାଁ ଲୋକେ ବହୁତ ଖୋଜିଲା ପରେ ମଧ୍ୟ ସେ ମିଳିଲେ ନାହିଁ l ମାଁ କୁଆଡେ ଚାଲିଯିବାରୁ ବାପା ପୁଅ ଝିଅ ର ପାଳନ ପୋଷଣ କରିବା ସକାଶେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ସେଠାରେ ଗତ ସେପ୍ଟେମ୍ବର ମାସ ୩୦ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ ।ଯାହାଫଳରେ ୬୧ ବର୍ଷୀୟ ବୃଦ୍ଧ ଜେଜେ ବାପାଙ୍କ ଆଶ୍ରୟ ନେଇ ତିନି ଭାଇ ଭଉଣୀ ରହିଥିବା ଖବର ପାଇ ଭବାନୀପାଟଣା ର ସାମାଜିକ ଅନୁଷ୍ଠାନ ଖୁସି ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି ଶ୍ରୀ ଯଶୋବନ୍ତ ରଣା ଓ କୋଷାଧ୍ୟକ୍ଷ ଧୀରେନ୍ଦ୍ର ସୁନାନି ମହୁଲ ମୁଣ୍ଡା ଗ୍ରାମକୁ ଯାଇ ତିନି ଛୁଆ ଓ ଜେଜେ ବାପାଙ୍କ ସହିତ ତାଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଳେ । ଛୁଆମାନେ ରହୁଥିବା ଘର ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ହେତୁ ବହୁତ କଷ୍ଟ ରେ ସେମାନେ ଜେଜେବାପା ପାଖରେ ରହୁଛନ୍ତି l ସଂଗଠନ ତରଫ ରୁ ଛୁଆ ମାନଙ୍କୁ ସ୍କୁଲ ଯିବା ପାଇଁ ସ୍କୁଲ ବ୍ୟାଗ ,ଖାତା,ପେନସିଲ, କଲମ ପ୍ରଭୁତି ଶିକ୍ଷା ସାମଗ୍ରୀ ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ସହ ଯୋଗାଯୋଗ କରି ଖୁବ ଶୀଘ୍ର ଶିଶୁ ମାନଙ୍କୁ ସରକାର ଙ୍କ ସମସ୍ତ ବିଭାଗ ରେ ସହାୟତା କରିବାପାଇଁ ପ୍ରତିସୃତି ଦେଇଛନ୍ତି l ପିଲା ମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ସେମାନଂକୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ପ୍ରଦାନ ସହ ତାଙ୍କ ଜେଜେବାପା ଘାସିରାମ ମାଝୀ ଙ୍କୁ ବାର୍ଦ୍ଧକ୍ୟ ଯୋଜନାରେ ସାମିଲ କରିବାପାଇଁ ଖୁସି ଚାରିଟେବୁଲ ଟ୍ରଷ୍ଟ ର ସଭାପତି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜନ୍ମମାଟିରେ ମହାମହିମ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sunil Chandra Nayak

ସଳଙ୍ଗାବାହାଲ ଠାରେ ଲୋକକଳା ମହୋତ୍ସବ ଉଦଘାଟିତ

Sunil Chandra Nayak

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

Sunil Chandra Nayak

Leave a Comment

error: Content is protected !!