ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ହରଗୌରୀ ଯୁବକ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

ହରଗୌରୀ ଯୁବକ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

କର୍ଲାମୁଣ୍ଡା, ୨୨/୧୧ (ସୁଶାନ୍ତ ରଣା): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ହୋଇଯାଇଛି। ଆଜି ପ୍ରଥମ ଦିନରେ ମୁଡିଙ୍ଗ ସହ ରଜାପଡା ମଧ୍ୟରେ ଖେଳ ଆରମ୍ଭ ହୋଇଥିବା ବେଳେ ରଜାପଡା ଦଳ ଦୁଇଟି ଗୋଳ ରେ ମୁଡିଙ୍ଗ ଦଳ କୁ ପରାସ୍ତ କରିଥିଲା। ଏଥିରେ ଅତିଥି ଭାବେ ମିଳିତ ପଞ୍ଚାୟତ ବିଦ୍ୟାଳୟ ଯୋରାଡବରା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କୋଇନୋର ସାହୁ, ଧରିତ୍ରୀ ସାମ୍ବାଦିକ ନର୍ଲା ଶ୍ରୀ ଭିକାରି ଗୌଉଡ଼, ସ୍ବେଚ୍ଛାସେବୀ ତଥା ପ୍ରକୃତି ବନ୍ଧୁ ଶ୍ରୀ ସନତ କୁମାର ସାହୁ, ସମାଜସେବୀ ଶ୍ରୀ ଜନ୍ମେଜୟ ସାହୁ, ସମାଜ ସେବୀ ଶୋବାକର ଜାନୀ, କିଶୋର ନାଗ, ଲବ ସାହୁ, ହରଗୌରୀ ଯୁବକ ସଂଘ ସଭାପତି ଯୋଗେଶ ଚନ୍ଦ୍ର ଜାନୀ, ସମ୍ପାଦକ ସନ୍ତୋଷ ରଣା ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ଜାତୀୟ କ୍ରୀଡା ଦିବସ ପାଳନ 

Sunil Chandra Nayak

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଫୁଟ୍‌ବଲ୍‌ ଓ କବାଡ଼ି ଆୟୋଜିତ

masiha

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳରେ ସମ୍ବଲପୁରକୁ ହରାଇ ଵିଳାଶପୁର ଦିତୀୟ ଫାଇନାଲକୁ ଉନ୍ନିତ 

masiha

Leave a Comment

error: Content is protected !!