ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚିଲିଗୁଡା ଚମ୍ପିୟାନ

ଚିଲିଗୁଡା (ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ର ଗୁର୍ଜି ଗୁଡା ଗ୍ରାମର ମା ଠାକୁରାଣୀ ଅନୁଷ୍ଠାନ ପକ୍ଷରୁ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ସ।ତ ଦିନ ଧରି ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଉଦଯାପିତ ଦିବସରେ ଫାଇନାଲ ଖେଳ ଚିଲିଗୁଡା କ୍ରିକେଟ ଦଳ ଏବଂ ଖସିଗୁଡା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖସିଗୁଡା ଦଳ ପ୍ରଥମେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯୬ ରନ କରି ଥିବା ବେଳେ ଚିଲିଗୁଡା ଦଳ ୮ ଓଭରରେ ୯୭ ରନ କରି ବିଜୟ ଲାଭ କରିଥିଲେ । ଖେଳକୁ ପରିଚାଳନା କରିଥିଲେ ଲାଲ ମୋହନ ଓ ରାଜେଶ । ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡା ପ୍ରେମୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଖଲିଲ ନ।ଏକ ,ସମାଜ ସେବୀ ଅଂଶୁମାନ ଯୋଶୀ ,ଦେବେନ୍ଦ୍ର ମେହେର , ଗଜିନ୍ଦ୍ର ଦୀପ, ଶିକ୍ଷକ ନରେନ୍ଦ୍ର ନ।ଏକ ,ସାଲେଗ୍ରାମ ନ।ଏକ ପ୍ରମୁଖ ଯୋଗ ଦେଇ ଥିଲେ ।ଏଥିରେ ଆୟୋଜକ କମିଟିର ନବୀନ ,ଦିବା ,ଭକ୍ତ ,ହରେକୃଷ୍ଣ ,ବିଜୁ ,ମହେଶ୍ୱର ,ବିରଞ୍ଚି ,ଦେବେନ୍ଦ୍ର ,ରାହୁଲ ,ଭାରତ ,ବେଦ ,ମିଥୁନ ,ଡି ବିଶେନ ,ଚକ୍ର , ନରେନ୍ଦ୍ର ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ମେ ନ ଅ ଫ ଦି ମ୍ୟାଚ ସୁଭମ ନ।ଏକ ଙ୍କୁ ପ୍ରଦାନ କରିଥିବା ବେଳେ ମେନ ଅଫ ଦି ସିରିଜ ଆଶିଷ ପଟେଲ ଙ୍କୁ ପ୍ରଦାନ କରାଯାଇଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନାରାୟଣ ଗୌଡ଼ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

masiha

ଜାତୀୟ ସ୍ତରରେ ପ୍ରତିଭା ଦେଖାଇଲେ କାମାକ୍ଷାନଗର ଝିଅ ବନ୍ଦନା , ହାସଲ କରିଲେ ରୌପ୍ୟ ପଦକ

Sunil Chandra Nayak

ବିଶ୍ୱ ସ୍କୁଲ୍ ଚେସ୍ ଚ୍ୟାମ୍ପିଅନ୍‌ଶିପ୍‌ରେ ଭାରତୀୟ ଅଣ୍ଡର-୧୪ ଦଳର ଚମତ୍କାର ବିଜୟ

Sunil Chandra Nayak

Leave a Comment

error: Content is protected !!