ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଣ୍ଡଳ ପ୍ରବାସ ଯୋଜନା ଅନ୍ତର୍ଗତ ହାରଭଙ୍ଗା ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ “

ବୌଦ୍ଧ -୧୫.୦୧- ( ହୃଦାନନ୍ଦ ମେହେର ) – ହରଭଙ୍ଗା ମଣ୍ଡଳ ର ଏକ ବିଶେଷ ପ୍ରସ୍ତୁତି ବୈଠକ ମଣ୍ଡଳ ସଭାପତି ଶ୍ରୀ ତପନ କୁମାର ଡାଙ୍ଗ ଙ୍କ ସଭାପତିତ୍ବ ରେ ମଣ୍ଡଳ ପ୍ରବାସ ଯୋଜନା ପାଇଁ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ କରିଥିଲେ l

ଆସନ୍ତା ୧୮.୦୧.୨୩ ଦିନ ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ ରାମ ଚନ୍ଦ୍ର ମେହେର ଯୋଗଦାନ୍ କରିବା ପାଇଁ ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଆଜିର ବୈଠକରେ ଅଶାନ୍ତ ନିର୍ବାଚନ କୁ ଆଖିରେ ରଖି ମଣ୍ଡଳ ସ୍ତରରେ ସମସ୍ତ କର୍ମକର୍ତ୍ତା ମାନେ , ମଣ୍ଡଳ ର ଶକ୍ତିକେନ୍ଦ୍ର ସ୍ତରରେ ତ୍ରିଦେବ , ଓ ବୁଥ କମିଟି ଗଠନ କରି ତ୍ରିଦେବ ମାନଙ୍କୁ ନିର୍ଦ୍ଧିଷ୍ଟ ଦାୟିତ୍ଵ ବଣ୍ଟନ କରିବା ସହିତ ମଣ୍ଡଳ ସ୍ତରରେ ୧୫ ଗୋଟି ବିନ୍ଦୁ ଉପରେ ଆଧାରିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲ।ଆଜିର ପ୍ରସ୍ତୁତି ବୈଠକ ରେ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ ଙ୍କ ସହିତ ବିଜେପିର ବରିଷ୍ଟ ନେତା ତଥା ପୂର୍ବତନ ବିରୋଧୀଦଳ ନେତା ଶ୍ରୀ ସଚିଦା ନନ୍ଦ ଦଲାଲ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ମାଗୁଣି ଚରଣ ଗାଈ ଗୌରୀ ଆ, ଶ୍ରୀ ଅଲେଖ ଦେହୁରୀ, ଶ୍ରୀ ଅକ୍ଷୟ କୁମାର ସାହୁ , ଶ୍ରୀ କାଇଁଚ ପ୍ରଧାନ, ସଚି ମହାକୁଡ, ଶ୍ରୀ ଗଙ୍ଗା ପ୍ରଧାନଙ୍କ ସହିତ ମଣ୍ଡଳ କମିଟି ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ l

Related posts

ବନ୍ଧୁଗାଁର ୪ ଜିପିରେ ବିଜେଡିର ଶକ୍ତି ପ୍ରଦର୍ଶନ 

masiha

ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ,ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ 

masiha

ବସ୍ତା ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକ ବସ୍ତା ଆପ ପାର୍ଟି ଅଫିସ ଠାରେ ଆମ୍ ଆଦମୀ ପାର୍ଟି ବସ୍ତା ତରଫରୁ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!