ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବୁଢୀପଦର ଠାରେ କଳାହାଣ୍ଡି ଜିଲ୍ଲା ହେତୁବାଦୀ ସଂଗଠନ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସ୍ତମ୍ଭକାର, ଅନ୍ଧବିଶ୍ୱାସ ବିରୋଧରେ ଲେଖନୀ ଚାଳନା କରୁଥିବା ଲେଖକ ବାଲ୍ମିକୀ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ମମତା ନାୟକ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆଦିବାସୀ ଅଧିକାର ପାଇଁ କାର୍ଯ୍ୟରତ ସମାଜସେବୀ ଲିଙ୍ଗରାଜ ଆଜାଦ୍ ଓ ସଂଗଠନର ସଭାପତି ରାଜକିଶୋର ଦୁଲାରୀ ପ୍ରମୂଖ ମଞ୍ଚାସୀନ ହୋଇଥିଲେ। ଅତିଥି ମାନେ ” ମାନବିକ ଅଧିକାର ଓ ସାମ୍ବିଧାନିକ ନ୍ୟାୟ” ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଐତିହାସିକ ବନ୍ଧୁମିଳନ କାର୍ଯ୍ୟକ୍ରମରେ କୃଷକ ନେତା ସୁରେଶ ସଂଗ୍ରାମ, ସଂଗ୍ରାମୀ ସତ୍ୟ ମାହାର, କମ୍ୟୁନିଷ୍ଟ ନେତା ଦାମୋଦର ବେହେରା, ଭୀମ ଆର୍ମୀ ଜିଲ୍ଲାଧ୍ୟକ୍ଷ ରଜନୀକାନ୍ତ ସମର୍ଲିଆ, ଏଓଏସସିଏଫ୍ କଲମପୁର ବ୍ଲକ ସଭାପତି ମାଧବ ସୁନାନୀ ଓ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ। 

ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ପିସିସି କଂଗ୍ରେସ ମିଡ଼ିଆ ସେଲ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ବୌଦ୍ଧଜିଲାରେ ସଫଳତାର ସହ ଶେଷ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଚେତନା ମଞ୍ଚ କଳାହାଣ୍ଡି ଶାଖାର ବୈଠକ୍ ଓ କର୍ମକର୍ତ୍ତା ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!