ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ସ୍ୱ-ଆତ୍ମରକ୍ଷା କ୍ଲବ୍‌ ଉଦ୍‌ଘାଟିତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ସ୍ୱ-ଆତ୍ମରକ୍ଷା କ୍ଲବ୍‌ ଉଦ୍‌ଘାଟିତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳି ମୁତାବକ ସ୍ନାତକବର୍ଗର ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ସ୍ୱ-ଆତ୍ମରକ୍ଷା କ୍ଲବ୍‌ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବରୁ ଯୁକ୍ତ ଦୁଇ ବର୍ଗର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତାକୁ ଦୃଷ୍ଟିରେ ଆରମ୍ଭ ହୋଇଥିବା ଏହି ଯୋଜନା ସମ୍ପ୍ରତି ସ୍ନାତକବର୍ଗର ଛାତ୍ରୀମାନଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି। ଏହି କୌଶଳ ଶିକ୍ଷା କରିଥିଲେ ଯେକୌଣସି ପରିସ୍ଥିତିରେ ଛାତ୍ରୀମାନେ ନିଜକୁ ରକ୍ଷା କରି ପାରିବାର ସୁଯୋଗ ପାଇବେ। ଏହି କୌଶଳ ମାଧ୍ୟମରେ ଛାତ୍ରୀମାନଙ୍କୁ ସଶକ୍ତ କରାଯିବା ସହ ସେମାନଙ୍କ ଉପରେ ହେଉଥିବା ଶାରିରୀକ ଆକ୍ରମଣକୁ ସେମାନେ ପ୍ରତିହତ କରିବା ସହ ନିଜକୁ ସୁରକ୍ଷିତ ରଖିପାରିବେ୤ ଏହା ସହିତ ଛାତ୍ରୀମାନେ ନିଜକୁ ବିଭିନ୍ନ ସମୟରେ ସୁରକ୍ଷିତ ରଖିବା ପାଇଁ ନିଜ ମଧ୍ୟରେ ମାନସିକଭାବେ ଦୃଢ଼ ହୋଇପାରିବେ୤ ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ୱ-ଆତ୍ମରକ୍ଷା ପ୍ରଶିକ୍ଷଣ କ୍ଲବ୍‌ ଆରମ୍ଭ ହୋଇଛି୤ ସ୍ନାତକ ବର୍ଗ ପାଇଁ ନୋଡାଲ ଅଧିକାରୀ ଅଧ୍ୟାପିକା ଡ ସ୍ମୃତିସ୍ନିଗ୍ଧା ମିଶ୍ରଙ୍କ ସଂଯୋଜନାରେ ଆସନ୍ତା ଦିନରେ ୨୦ଟି କାର୍ଯ୍ୟଦିବସରେ ଛାତ୍ରୀମାନଙ୍କୁ ସ୍ୱ-ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ସମ୍ପର୍କରେ ଏହି ଅବସରରେ ପ୍ରଫେସର ଡ ବେହେରା ସୂଚନା ଦେଇଥିଲେ। ପଦାର୍ଥ ବିଜ୍ଞାନର ଅଧ୍ୟାପିକା ତଥା କ୍ଲବ୍‌ର ସଦସ୍ୟା ସନ୍ତୋଷିନୀ ପାତ୍ରଙ୍କ ସଂଯୋଜନାରେ ଏହି ଉପଲକ୍ଷେ ହୋଇଥିବା ସଭାରେ ମହାବିଦ୍ୟାଳୟର କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଅଧ୍ୟାପିକା କ୍ୟାପ୍‌ଟେନ ମୀନା ଦାସ ଏବଂ ଯୁକ୍ତ ଦୁଇ ବର୍ଗର ଚ୍ଛାତ୍ରିମାନଙ୍କ ପାଇଁ ଆତ୍ମରକ୍ଷା କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲା ଆତ୍ମରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆସନ୍ତା ଦିନରେ ହେବାକୁ ଥିବା ପ୍ରଶିକ୍ଷଣକୁ ପରିଚାଳନା କରିବାକୁ ଥିବା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତ ପ୍ରଶିକ୍ଷିକା ଦୁଲାରି ମୁଣ୍ଡାରି, ମହିମା ସୁନ୍ଦରୀ ମଲ୍ଲିକ ଏବଂ ସ୍ୱର୍ଣ୍ଣମିତ୍ର ଦାସ ଆତ୍ମରକ୍ଷା ସମ୍ପର୍କୀତ କୌଶଳ ପ୍ରଦର୍ଶନ କରିଥିଲେ। ଏହି ପ୍ରଶିକ୍ଷଣ ଜରିଆରେ ଛାତ୍ରୀମାନଙ୍କୁ ଖେଳକୁଦ ସହିତ ସ୍ବାସ୍ଥ୍ୟ ପ୍ରତି ସଚେତନତା ବାର୍ତ୍ତା ଦିଆଯିବ ବୋଲି ସଂଯୋଜିକା ଡ ମିଶ୍ର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଶେଷରେ ରସାୟନ ବିଭାଗର ଅଧ୍ୟାପିକା ଡ ସୋନିଆ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ସ୍ନାତକ ବର୍ଗର ପ୍ରଥମ ବର୍ଷ ଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

masiha

ଉମରକୋଟ ବ୍ଲକ ସେମେଲା ଗ୍ରାମ ପଞ୍ଚାୟତରେ ଡାହାଣୀ ପ୍ରଥା, ଅନ୍ଧବିଶ୍ୱାସ ଓ ତଦଜନିତ ହିଂସା ନିବାରଣ ନିମନ୍ତେ ସଚେତନତା କର୍ମଶାଳା

Sunil Chandra Nayak

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଶବ ଉଦ୍ଧାର         

Sunil Chandra Nayak

Leave a Comment

error: Content is protected !!