ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୬ ଦିନରେ ପହଞ୍ଚିଲା ଧାରଣା

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୬ ଦିନରେ ପହଞ୍ଚିଲା ଧାରଣା

ରାଜତନ୍ତ୍ର ସମୟର ଜୁନାଗଡ଼କୁ ଗଣତନ୍ତ୍ର ସମୟରେ ଫେରାଇ ଦିଅ : କ୍ରିୟାନୁଷ୍ଠାନ କମିଟି

ଜୁନାଗଡ଼ ୨୪/୯ କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା ଆଜି ୧୬ ଦିନରେ ପହଞ୍ଚିଛି । ଜୁନାଗଡ଼ ହେଉଛି କଳାହାଣ୍ଡି ଜିଲ୍ଲାର ପୁରୁଣା ରାଜଧାନୀ ଅଟେ । ରାଜତନ୍ତ୍ର ସମୟରେ ୧୭୧୮ ମସିହାରେ ନାଗବଂଶୀୟ ରାଜା ଯୁଗଶାୟୀ ଦେବଙ୍କ ସମୟରେ ଜୁନାଗଡ଼ କଳାହାଣ୍ଡିର ରାଜଧାନୀ ଥିଲା । ସେହି ସମୟରେ ଏହି ରାଜଧାନୀର ନାମ କଳାହାଣ୍ଡି ନଗର ନାମରେ ପରିଚିତ ଥିଲେ । ବର୍ତ୍ତମାନ କଳାହାଣ୍ଡି ମହାରାଜା ଥିଲା ସୁଦ୍ଧା ଯୁଗ ପରିବର୍ତ୍ତନ ହେବା ସହ ରାଜତନ୍ତ୍ର ଆଉ ଚାଲୁନାନାହିଁ । ଭରତ ସ୍ୱାଧୀନତା ପାଇବାରେ ଗଣତନ୍ତ୍ର ଆରମ୍ଭ ହୋଇଛି । ସମ୍ବିଧାନ ଦ୍ୱାରା ହିଁ ଗଣତାନ୍ତ୍ରିକ ପଦ୍ଧତି ଚାଲି ଆସୁଅଛି । ତେଣୁ ରାଜତନ୍ତ୍ର ଥିବା ସମୟରେ ଯେଉଁ ଜୁନାଗଡ଼ ରାଜଧାନୀ ଥିଲା ରାଜ୍ୟ ସରକାର ଜୁନାଗଡ଼ର ଏହି ଐତିହ୍ୟ, କୀର୍ତ୍ତିରାଜି ତଥା ଜୁନାଗଡ଼ର ଇତିହାସ ପୃଷ୍ଠାକୁ ଓଲଟାଇବା ସହିତ ଜୁନାଗଡ଼ ବାସୀଙ୍କ ଯଥାର୍ଥ ଦାବୀ କୁ ହୃଦବୋଧ କରି ଗଣତନ୍ତ୍ର ସମୟରେ ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦେବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାସ୍ଥଳରୁ ସରକାରଙ୍କୁ ନିବେଦନ କରିଥିଲେ । 

ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ହିମାଂଶୁ ଶେଖର ବରାଡ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସହ ଆବାହକ ପ୍ରଭାତ କୁମାର ଦାସ, ସଂପାଦକ ସନ୍ତୋଷ କୁମାର ସିଂଦେଓ, ସିପିଆଇ ନେତା ଦାମୋଦର ବେହେରା, ସମାଜସେବି ସନ୍ଦୀପ ସାହୁ,ବିଜେପି ନେତା କାଳିନ୍ଦ୍ରି ପାଣିଗ୍ରାହୀ, ନୀତିଶ ମହାପାତ୍ର, ପରମା ପ୍ରଧାନ, ସାମ୍ବାଦିକ ବିମଲ ଶତପଥି,ସାହେବ ଛତ୍ରୀୟା, ସଂଯୋଜକ ତଥା ନଗରପାଳ ମୁକେଶ ଅଗ୍ରୱାଲ, ଅଧ୍ୟାପକ ଅରୂପା ନନ୍ଦ ନାଗ ପ୍ରମୁଖ ଉଦବୋଧନ ଦେଇଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଲଙ୍ଗଳେଶ୍ୱର ବିକାଶ ମହୋତ୍ସବ ନାମରେ ଚଞ୍ଚକତା ,ଅଭିଯୋଗ ଆଣିଲେ ଗ୍ରାମବାସୀ

Sunil Chandra Nayak

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

ରାଇରଙ୍ଗପୁର ବ୍ଳକ! ଗୁହାଳଡାଙ୍ଗିରୀ ପଞ୍ଚାୟତରେ ହାତୀ ଉପଦ୍ରବ; ଗୃହ ଓ କ୍ଷେତ ନଷ୍ଟ

Sunil Chandra Nayak

Leave a Comment

error: Content is protected !!