ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିଦ୍ୟାଳୟ / ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତୀୟ ଛାତ୍ର ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ 

 ମୟୂରଭଞ୍ଜ -୧୯/୭ ( ମସୀହା) ଓଡ଼ିଶାରେ ମହାବିଦ୍ୟାଳୟ ଏବଂ ବିଶ୍ବ ବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତ ଛାତ୍ର ସଂଘ , ରାଇରଙ୍ଗପୁର ଶାଖା ତରଫରୁ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । 2018 ମସିହା ତଥା ଦିର୍ଘ ୬ ବର୍ଷ ରୁ ଉର୍ଦ୍ଧ୍ବ ହେଲା ଓଡିଶାର ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ମାନଙ୍କରେ ନିର୍ବାଚନ ସମୟରେ ହିଂସା ଓ କଲେଜ କେମ୍ପସରେ ଅଶାନ୍ତ ବାତାବରଣ ପାଇଁ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନରେ ପ୍ରତିବନ୍ଧକ ଲଗାଇଛନ୍ତି । ଶିକ୍ଷାନୁଷ୍ଠାନ ହେଉଛି ନେତୃତ୍ବ ବିକାଶର କାରଖାନା ।ଛାତ୍ରଙ଼କ ନେତୃତ୍ବ,ଛାତ୍ରଙ୍କ ମଧ୍ୟରେ ଅଦମ୍ୟ ସାହସିକତା,ନିଜ ଶୈଖିକ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସମାଧାନ,ଦକ୍ଷ ଛାତ୍ର ନେତା ଏବଂ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା କଳା ସୃଷ୍ଟି କରିଥାଏ । ଦିର୍ଘ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବାତିଲ ଯୋଗୁଁ ଛାତ୍ରଙ୍କ ମଧ୍ୟରେ ନୂତନ ଯୁବ ନେତୃତ୍ବ ପ୍ରତିଭାର ବିକାଶ ହୋଇପାରୁନାହିଁ । ଛାତ୍ରମାନଙ୍କର ସ୍ବରକୁ ଏକରକମର ଦବାଇ ଦିଆଯାଉଛି । ଯାହାଫଳରେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବାରେ ଯୁବ ନେତୃତ୍ବ ଅଭାବ ରହିଛି ।ଯାହାକି ରାଜ୍ୟ ଓ ଦେଶକୁ ଆଗକୁ ନେବାର ସାମର୍ଥ୍ୟ ହରାଇବ । କଲେଜ କ୍ୟାମ୍ପସ୍ ର ବିଭିନ୍ନ ସମସ୍ୟାର ସମାଧାନ କରାଯାଉ ନାହିଁ l ଜଣେ ସାବାଳକ/ ସାବାଳିକା୧୮ ବର୍ଷରେ ନିଜର ମୌଳିକ ଅଧିକାର ଭୋଟ ଦେଇ ପାରୁଚି ।ହେଲେ ମହାବିଦ୍ୟାଳୟ ରେ ନିର୍ବାଚନ ଲଢ଼ି ପାରିବେ ନାହିଁ କି ନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବ ନାହିଁ ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ABVP ଶାଖା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା l ଆଗାମୀ ଦିନରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ରୋକ ପ୍ରତ୍ୟାହାର ନ କଲେ ଆଗାମି ଦିନରେ ABVP ର କାର୍ଯ୍ୟକର୍ତ୍ତା ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଯାହାକିଛି ଅପ୍ରିତୀକର ପରିସ୍ଥିତି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସମ୍ମୁଖରେ ସତ୍ୟ ପ୍ରକାଶ ମହାନ୍ତ, ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଂଯୋଜକ, ABVP କହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୧- ଭାରସାମ୍ୟ ହରାଇ ୧୩ . ପୁଟ ଖାତରେ ପଡ଼ିଲା ମଟର ସାଇକେଲ ଏବଂ ଚାଳକ ମୃତ  , ୨- ଘରର କାନ୍ଥ କାମ କରୁଥିବା ବେଳେ କାନ୍ଥ ଭାଙ୍ଗି ଉପରେ ପଡ଼ିବାରୁ ମିସ୍ତ୍ରୀର ମୃତ୍ୟୁ

masiha

କଳାକାର ବଞ୍ଚିଲେ ଦେଶ ସୁନ୍ଦର ହେବ : ସୀମାନ୍ତ ନଟରାଜ 

Sunil Chandra Nayak

ଅଘୋଷିତ ବିଦ୍ୟୁତକାଟ, ଓ ଗ୍ରାହକ ଶୋଷଣ ନୀତି ବିରୁଦ୍ଧରେ ଚନ୍ଦାହାଣ୍ଡି ବ୍ଲକ ଭାଜପା ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!