ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବଳରାମ ସାରଙ୍କ ପାଠ ପଢ଼ାଇବା ନିଶା

ଫୁଲବାଣୀ/ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବଢାଇବା ପାଇଁ ଚାକିରୀରୁ ଅବସର ନେବାପରେ ମଧ୍ୟ ଘୁ.ଉଦୟଗିରି ସହରରେ ରହୁଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରଧାନ ଶିକ୍ଷକ  ବଳରାମ ସାହୁ ଚାକିରୀରୁ ଅବସର ନେଇଯାଇଥିଲେ ସୁଦ୍ଧା, ତାଙ୍କର ପାଠ ପଢ଼ାଇବା ଏପରି ଏକ ନିଶା ଯେ, ସେ ପ୍ରତ୍ୟେକ ଦିନ ନିଜ ବାଇକ୍ ରେ ବିନା ପାରିଶ୍ରମିକରେ ବିଭିନ୍ନ ବିଜ୍ଞାନ ଉପକରଣ ଧରି ଯେକୌଣସି ବିଦ୍ୟାଳୟରେ ପହଞ୍ଚି ଅବ୍ୟବହୃତ ସାମଗ୍ରୀ ଦ୍ବାରା ବିଜ୍ଞାନ ଭିତ୍ତିକ ଉପକରଣ ତିଆରି କରି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ଖସଡା କୁ ଆଧାର କରି ଅହରହ ପାଠପଢା କାମ ଜାରି ରଖିଛନ୍ତି। ସେହିପରି ଆଜି ଘୁ.ଉଦୟଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଦଶମ ଶ୍ରେଣୀ ପିଲାଙ୍କୁ ଆଲୋକର -ପ୍ରତିଫଳନ ଓ ପ୍ରତିସରଣ ପାଠଟିକୁ ପରିକ୍ଷଣ ମାଧ୍ୟମରେ ଶିକ୍ଷା ଦେଉଥିବାର ଦେଖିବାକୁ ମିଳିଛି। ଏହିପରି ସେ ବିନା ସ୍ବାର୍ଥରେ ବିଦ୍ୟାଳୟ ମାନଙ୍କୁ ଯାଇ ପାଠ ପଢାଉଥିବାରୁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି।

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ଅଗ୍ରଗାମୀ କଳା ସାଂସ୍କୃତିକ ଅନୁଷ୍ଠାନ ଚଳାନପଡା ଗୋଇମୁଣ୍ଡି ର ସାମାଜିକ ନାଟକ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଦ୍ୟୁତ ଆଘାତରେ କଳ୍ପେଶ୍ୱର ବେମାଲଙ୍କ ଗୁରୁତର ଘଟଣା ଡାକ୍ତର ଖାନାରେ ଜୀବନ ସହ ସଂଗ୍ରାମ ,  ସରକାରୀ ସହାୟତା ଶୁନ

Sunil Chandra Nayak

ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା

masiha

Leave a Comment

error: Content is protected !!