ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଜିତେନ୍ଦ୍ର ପୋଡ଼ ଙ୍କ ରବିବାର ଚିକିତ୍ସିତ ଅବସ୍ଥା ରେ ରାୟପୁର ଠାରେ ମୃତ୍ୟୁ

ସାମ୍ବାଦିକ ଜିତେନ୍ଦ୍ର ପୋଡ଼ ଙ୍କ ରବିବାର ଚିକିତ୍ସିତ ଅବସ୍ଥା ରେ ରାୟପୁର ଠାରେ ମୃତ୍ୟୁ

 ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଠକପାଲି ଗ୍ରାମ ନିବାସୀ ଜିତେନ୍ଦ୍ର ପୋଡ଼ ଗତ ସପ୍ତାହରେ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କ ମସ୍ତିସ୍କ ରେ ରକ୍ତ ଜମାଟ ବାନ୍ଧିଥିଲା। ଏହା ଚିକିତ୍ସା ପାଇଁ ପଡୋଶୀ ରାଜ୍ୟ ରାୟପୁର ସ୍ଥିତ ଶ୍ରୀ ନାରାୟଣ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥଲେ। ଗତ କାଲି ତାଙ୍କ ଅସ୍ତ୍ରପ୍ରଚାର ହୋଇଥିବା ବେଳେ ରବିବାର ଅପରାହ୍ନ ୪ ଘଟିକା ରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କ ମୃତ୍ୟୁ ବେଳକୁ ୩୬ ବର୍ଷ ହୋଇଥିବା ବେଳେ ସେ ଜଣେ ମେଲାପି, ଭାଦ୍ର ଏବଂ ସାଂଗଠାନିକ କର୍ମକର୍ତ୍ତା ରୂପେ କାର୍ଯ୍ୟ କରୁଥିଲେ। ସେ ନୂଆପଡ଼ା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ର ଜଣେ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କ ପାର୍ଥବ୍ୟ ଶରୀର ତାଙ୍କ ପିତୃକ ଗ୍ରାମ ଆସିବା ସହ ଆସନ୍ତା କାଲି ଶେଶକୃତ୍ୟ ଅନୁଷ୍ଠିତ ହେବା ଜଣାପଡିଛି। ଜିଲ୍ଲାର ସମସ୍ତ ସାମ୍ବାଦିକ ସଂଘ ପକ୍ଷ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସେହିପରି ଜିତେନ୍ଦ୍ର ପୋଡ଼ ଜଣେ ଯାଦବ ହୋଇଥିବା ବେଳେ ଯାଦବ ସାମାଜିକ ସଙ୍ଗଠନ ରେ ସକ୍ରିୟ ସଦସ୍ୟ ଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

Sunil Chandra Nayak

ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ଖମାରୀଙ୍କ ପରଲୋକ, ଦଣ୍ଡପାଟ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!