ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ପକ୍ଷରୁ ୪୧ ତମ ବାର୍ଷିକ ପ୍ରତୀଷ୍ଠା ଦିବସ ପାଳିତ 

ପାଟଣାଗଡ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ପକ୍ଷରୁ ୪୧ ତମ ବାର୍ଷିକ ପ୍ରତୀଷ୍ଠା ଦିବସ ପାଳିତ 

 ପାଟଣାଗଡ଼ କ୍ରିମିନାଲ କୋର୍ଟ ବାର ଆସୋସିଏସନ ପକ୍ଷରୁ ୪୧ ତମ ଜନ୍ମ ବାର୍ଷିକି ଉତ୍ସବ ହରିଶଙ୍କର ସମ୍ମିଳନୀ କକ୍ଷ ରେ ପାଳିତ ହୋଇଯାଇଛି । କ୍ରିମିନାଲ କୋର୍ଟ ବାର ଆସୋସିଏସନ ସଭାପତି ବିପିନ ବିହାରୀ ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୂଖ୍ୟ ଅତିଥି ସଂଗୀତା କୁମାରୀ ସିଂଦେଓ , ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ,ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ଓଟିଭି ପଶ୍ଚିମ ଓଡିଶା ବ୍ୟୁରୋ ଚିପ୍ ମନୋରଞ୍ଜନ ଯୋଷୀ , ଡଃ ହେମନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ କ୍ରିମିନାଲ କୋର୍ଟ ବାର ଆସୋସିଏସନ ସଂପାଦକ ସୁବାଷ ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତି ଶ୍ରୀ ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରିବା ସହ ଲକ୍ଷ ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ ।ଗଣମାଧ୍ୟମ ହିଁ ସାମାଜ ଉନ୍ନତି କ୍ଷେତ୍ର ର ଏକ ମାଧ୍ୟମ ବୋଲି ଆଲୋକପାତ କରିଥିଲେ । ଏହି ଅବସର ରେ ସାମ୍ବାଦିକତା ଓ ରୋଗୀ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଥିବା ବିଶିଷ୍ଟ ସାମ୍ବାଦିକ ତଥା ଓଟିଭି ପଶ୍ଚିମ ଓଡିଶା ମୂଖ୍ୟ ମନୋରଞ୍ଜନ ଯୋଷୀ ,ଡଃ ହେମନ୍ତ କୁମାର ମେହେର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ଶ୍ରୀ ଯୋଶୀ ପ୍ରତ୍ୟେକ ଦିନ ଖବର ପରିବେଷଣ କରିବା ଦିଗରେ ନିଜକୁ ପ୍ରସ୍ତୁତ କରିବା ସହ ସତ ପକ୍ଷ, ବିପକ୍ଷ ,ଓ ଅଭିଯୋଗ କାରୀ ଙ୍କ ଅଭିଯୋଗ ବାବଦ କୁ ନେଇ ଅନୁସନ୍ଧାନ କରିବା ,ବିଭିନ୍ନ ପୁସ୍ତକ ଅଧ୍ୟୟନ କରି ଜ୍ଞାନ ଆହୋରଣ ହୋଇ ପାରିବ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ ।ଏଥିରେ ସଂପାଦକ ଜୟନ୍ତ ହୋତା ,ବରିଷ୍ଠ ଆଇନଜୀବୀ ଦର୍ପଗଞ୍ଜନ ପଟ୍ଟନାଏକ , ସିଦ୍ଧାର୍ଥ ମିଶ୍ର ,ଭକ୍ତ ଚରଣ ବାଗ ,ବାସୁଦେବ ପାଢ଼ୀ ଙ୍କ ସମେତ କ୍ରିମିନାଲ କୋର୍ଟ ବାର ର ସମସ୍ତ ଆଇନଜୀବୀ ମାନେ ଉପସ୍ଥିତଥିଲେ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ଠାକୁର ଙ୍କ ପରଲୋକ 

ଧରାକୋଟ ବ୍ଲକରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ

Sunil Chandra Nayak

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ତ୍ରିଦିବସୀୟ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା ତାଲିମ୍ କାର୍ଯ୍ୟକ୍ରମ ୨୦୨୪ ଉଦ୍ଘାଟିତ 

masiha

Leave a Comment

error: Content is protected !!