ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ 

ବାଲିଗୁଡା, ତା, ୧୫/୦୬:(ମନିସ): ସପ୍ତଶଯ୍ୟା ମହୋତ୍ସବ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହା ଢେଙ୍କାନାଳ ଜିଲ୍ଲାର ଐତିହାସିକ ଓ ପବିତ୍ର ସପ୍ତଶଯ୍ୟା ପୀଠରେ ପାଳିତ ହୋଇଥାଏ l ଏହି ମହୋତ୍ସବ କୁ ଦିବ୍ୟାଂସୀ ଡ୍ୟାନ୍ସ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ବହୁ ଆଡମ୍ବର ସହ ପାଳନ କରାଯାଇଥିଲା l ଓଡ଼ିଶୀ, ଲୋକନୃତ୍ୟ,ସାଂସ୍କୃତିକ ଐଶ୍ୱର୍ଯ୍ୟକୁ ଏକାଠି ପ୍ରଦର୍ଶନ କରୁଥିବା ଏକ ଅନନ୍ୟ ଉତ୍ସବ ଭାବେ ପରିଚିତ। ଏହି ମହୋତ୍ସବ ରେ ଓଡିଶାର ଅନେକ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇଥିଲେ l ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ର ଗୁରୁ କେଦାର ନାଥ ନାୟକ ଙ୍କ ଦ୍ୱାରା ଓଡିଶୀ ଶିକ୍ଷା ପ୍ରାପ୍ତ କରିଥିବା ଛାତ୍ରୀ ଆଂଶି ସଭ୍ରାଂଶି ପାତ୍ର, ଜ୍ୟୋତିର୍ମୟୀ ପାଢ଼ୀ, ଅଙ୍କିତା ନାୟକ, ଶୁଭଶ୍ରୀ ପଣ୍ଡା, ସୁରଞ୍ଜନା ବାରିକ, ସୋମନା ସୋନାକ୍ଷୀ ପଣ୍ଡା, .ସୋନମ ପଣ୍ଡା, ସାଇ ସ୍ନିଗ୍ଧା ପ୍ରଧାନ ଏବଂ ଶିଷ୍ୟା ଅନ୍ଵେଷା ଚୌଧୁରୀ ଉଭୟ ଏକକ ଏବଂ ଡାଲଗତ ନୃତ୍ୟ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମସ୍ତ ମାନ୍ୟଗଣ୍ୟ ଶାସ୍ତ୍ରୀୟ ଗୁରୁ ମାନଙ୍କ ପ୍ରଶଂସା ସାଉଁଟିବା ସହ ପୁରସ୍କାର ମଧ୍ୟ ଅର୍ଜନ କରିଥିଲେ l ସେହି ଛାତ୍ରୀ ମନଙ୍କୁ ସୁଦୂର କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ନେଇ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚାଇ ଥିବା ଗୁରୁ କେଦାରନାଥ ନାୟକ ଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରସିଦ୍ଧ ଗୁରୁ ମିନାକ୍ଷୀ ବେହେରା, ଗୁରୁ ଅଶୋକ ଘୋସାଲ, ଗୁରୁ ସୁକାନ୍ତ କୁଣ୍ଡୁ, ଗୁରୁ ଅନିରୁଦ୍ଧ ଦାସ, ଗୁରୁ ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ଥିଲେ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

୩ ଶିଶୁପୁତ୍ର କୁ ଜନ୍ମ ଦେଲେ ମହିଳା

ମହାଭାରତ ପଡ଼ିଆ ଠାରେ କୋକସରା ବ୍ଲକ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀର କର୍ମକର୍ତ୍ତା ଚୟନ

Sunil Chandra Nayak

ଏମ.କେ.ସି.ଜି ମେଡିକାଲରେ ଏଚ.ଆଇ.ଭି ପରୀକ୍ଷା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!