ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଡ଼ିଖାଳ ବଜାର ଏକ ଦୋକାନରୁ ଚୋରି

ଗୁଡ଼ିଖାଳ ବଜାର ଏକ ଦୋକାନରୁ ଚୋରି

ବସ୍ତା,25/02 :ବସ୍ତା ଥାନା ଗୁଡ଼ିଖାଳ ବଜାର ଏକ ଭେରାଇଟି ଷ୍ଟୋର ଦୋକାନ ରୁ ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଧୁଳିଉଡା ଗ୍ରାମର ରଞ୍ଜନ ସିଂହ ଗୁଡ଼ିଖାଳ ହନୁମାନ ମନ୍ଦିର ନିକଟରେ ଏକ ଭେରାଇଟି ଷ୍ଟୋର ଦୋକାନ କରି ଥିଲେ। ଗତ ମଙ୍ଗଳବାର ଠାରୁ ଶ୍ରୀ ସିଂହ ବନ୍ଧୁ ଘରକୁ ଯାଇଥିବା ବେଳେ ଦୋକାନ ବନ୍ଦ ରହିଥିଲା। ମାତ୍ର ଆଜି ଦୋକାନ ଖୋଲିବାକୁ ଆସି ଦେଖିଲା ବେଳକୁ ଦୋକାନ କେବିନରେ ଥିବା ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଦୋକାନରୁ ସମସ୍ତ ବିକ୍ରି ସାମଗ୍ରୀ ସହିତ ମରାମତି ପାଇଁ ଥିବା କିଛି ସ୍ମାର୍ଟ ଫୋନ୍ ସିମ, ନଗଦ କୋଡ଼ିଏ ହଜାର ଟଙ୍କା ଆଦିକୁ ଚୋରି କରିନେଇଛି। ଶ୍ରୀ ସିଂହ ଏହି ଘଟଣା ସଂପର୍କରେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅବକାରୀ ବିଭାଗ ପକ୍ଷରୁ ଚଡାଉ ,ଜଣେ ଯୁବକ ଗିରଫ

Sunil Chandra Nayak

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

କୁଚେଇପାଳ ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ,ଥାନାରେ ଶାନ୍ତିକରଣ ବୈଠକ 

Sunil Chandra Nayak

Leave a Comment

error: Content is protected !!