ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇବର୍ଷ ପୂର୍ବେ ଆନ୍ଦ୍ର ସୀମାନ୍ତ ରେବତୀଗୁଡା ଗାଁକୁ ଯାଇ ପ୍ରତିଶୃତି ଦେଇ ଥିଲେ, ବିଧାୟକ ହବାପରେ କରିଦେଖାଇଲେ 

ଦୁଇବର୍ଷ ପୂର୍ବେ ଆନ୍ଦ୍ର ସୀମାନ୍ତ ରେବତୀଗୁଡା ଗାଁକୁ ଯାଇ ପ୍ରତିଶୃତି ଦେଇ ଥିଲେ, ବିଧାୟକ ହବାପରେ କରିଦେଖାଇଲେ 

ବନ୍ଧୁଗାଁ ତା, ୮/୭/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାପଲଡ଼ା ପଞ୍ଚାୟତ ର ଆନ୍ଦ୍ର ସୀମାନ୍ତ ଗ୍ରାମ ରେବତୀ ଗୁଡା ଏହି ଗ୍ରାମରେ ୨୫ ଘର ପରିବାର ଲୋକେ ବସବାସ କରନ୍ତି I ଏହି ଗ୍ରାମ ଲୋକେ ଅଧିକ ଜଙ୍ଗଲ ଜମି ଉପରେ ଭରସା କରି ଚାଷ କାମ କରି ଜୀବିକା ବିତାଇ ଥାନ୍ତି I ସାନ ବାଙ୍କିଡି ଓ ଅନ୍ୟ ଅନ୍ୟ ଗ୍ରାମବାସୀ ଏହି ଗ୍ରାମରେ ବାସସ୍ଥାନ କରି ରହିବା ପାଇଁ ୨୫ ବର୍ଷ ପୂର୍ବେ କୋରାପୁଟ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଶ୍ରୀମତି ଉଷା ପାଢ଼ୀ ଓ ନାରାୟଣ ପାଟଣା ବ୍ଲକ ଅଧିନରେ ରହିଥିବା ଦୁଇ ବ୍ଲକର ଦାୟୀତ୍ୱ ରହିଥିବା ତୋହସିଲ ଦାର ଓ ଆଲମଣ୍ଡା ନିରୀକ୍ଷକ ଅଧିକାରୀଙ୍କ ନିକଟରେ ବସବାସ କରିବା ପାଇଁ ଗୁହାରି କରିଥିଲେ ଓ ସେଠାରେ ବସବାସ କରିବା ପାଇଁ ଅନୁମତି ଅନୁଯାଇ ଝାଟି ମାଟି କୁଡ଼ିଆ ଘର କରି ବସବାସ କରି ଆସୁଥିଲେ I ଉକ୍ତ ଗ୍ରାମ ବାସିଙ୍କ ଦୁଃଖକୁ ଅସମ୍ଭାଳ ହୋଇ ପୂର୍ବତନ ସୋରପଞ୍ଚ ଗୁମ୍ଫା ବାବୁ ନିଜର ଦୋଳିୟ ଲୋକଙ୍କୁ ଜଣାଇ ଗ୍ରାମ ବାସିଙ୍କ ଦୁଃଖ ବୁଝିବା ପାଇଁ ରେବତୀ ଗୁଡା ଗ୍ରାମକୁ ତା ୨୮. ୭. ୨୨ ରିଖରେ ପହଂଚିଥିଲେ କଂଗ୍ରେସ ଦଳିୟ ସହ ବିଧାୟକ ପ୍ରତିନିଧି ଭାବରେ ପବିତ୍ର ସାଉନ୍ତା ଓ ପୂର୍ବତନ ସରପଞ୍ଚ ଗୁମ୍ଫା କାଡ୍ରାକା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲାଛା କଣ୍ଡା ତାମରା ସହ ଏକ ଦଶ ଜଣିଆ ଟିମ ପହଁଞ୍ଚି ଲୋକଙ୍କ ଅନେକ ସମସ୍ୟା ବୁଝିଥିଲେ I ଏଥିରେ ଥିଲା ଗ୍ରାମ ଲୋକେ ଏକ ଟଙ୍କିକିଆ ଚାଉଳ ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରି ଆନ୍ଦ୍ର ରାସ୍ତାଦେଇ ୨୦ କିମି ଗାଡିରେ ନିଜ ପଞ୍ଚାୟତକୁ ଯାଇ ଚାଉଳ ଆଣିବା ବହୁତ କଷ୍ଟ ହୋଉଥିବା,ବିଜୁଳି ଖମ୍ଭା ଲାଗିଛି କିନ୍ତୁ ସପ୍ତାହକୁ ଥରେ ଓ ଦୁଇଥର ଗାଁକୁ ବିଜୁଳି ଆସେ ବଳକା ଦିନ ଅନ୍ଧାର ରେ ଗାଁ ଲୋକେ ରାତି କାଟିଥାନ୍ତି, ଶିକ୍ଷା ବ୍ୟବସ୍ଥା କିଛି ନାହିଁ, ପିଇବା ପାଇଁ ପାଣିର ଅସୁବିଧା,ଅଙ୍ଗନ ବାଡ଼ି କେନ୍ଦ୍ର ମଧ୍ୟ ଥୋପ ହୋଇଥିବା, ଶିକ୍ଷା ପାଇଁ ଗାଁ ପିଲାମାନେ ଜଙ୍ଗଲ ରାସ୍ତାଦେଇ ପାଦ ଚଲା ରାସ୍ତା ଦେଇ ଚାଲି ଚାଲି ଝଞ୍ଜାବତି ନଦୀ ପାର ହୋଇ ସିଲାବାଡ଼ି ଯାଇ ପାଠ ପଡନ୍ତି I ଏହି ଗ୍ରାମରେ ୨୫ ଘର ପରିବାର ମଧ୍ୟରୁ ୧୩ ଜଣ ହିଁ କେବଳ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଘର ପାଇଥିବା ବେଳେ ବଳକା ଲକ ଝାଟି ମାଟି କୁଡ଼ିଆ ଘରେ ରହି ଅଛନ୍ତି I ଏହି ଗ୍ରାମ ଲୋକେ ଚାଷ କରନ୍ତି କିନ୍ତୁ ଜମିର ପୋଟା ନାହିଁ, ଜମି ପୋଟା ନଥିବା ଯୋଗୁଁ ପିଲାଙ୍କ ପାଠ ପଢାରେ ପ୍ରମାଣ ପତ୍ର ମିଳିବାରେ ଅସୁବିଧା ଯୋଗୁଁ ପାଠ ପଡିବା ପାଇଁ ମଧ୍ୟ ବାଧା ଉପୁଜିଛି I ସ୍ୱାସ୍ଥ୍ୟ ବସ୍ତା ଖରାପ ହେଲେ ଆନ୍ଦ୍ରର ପାର୍ବତି ପୁରମ ଯିବାକୁ ରାସ୍ତା ଥିବା ଯୋଗୁଁ ଆନ୍ଦ୍ର ଉପରେ ନିର୍ଭର କରନ୍ତି I ଏହି ଗ୍ରାମ ଲୋକେ ଚାଷ କରି ଖାଉଥିବା ଚାଷ ଜମି ଆନ୍ଦ୍ର ସୀମାନ୍ତରେ ଲାଗି ରହିଥିବା କାଜୁ ଚାଷ ଜମିକୁ ଆନ୍ଦ୍ର ସରକାର ଏହି ଗ୍ରାମ ବାସିଙ୍କ ଉପରେ ଦାଦାଗିରି ଦେଖାଇ ଜମିକୁ ହୋଡପ କରି ନେବା ପାଇଁ ଗୁଣ୍ଡା ଗାରିଦି ଦେଖାଇ ଥିବାର ଗ୍ରାମବାସି କହିଥିଲେ I ଏହି ସବୁ କ୍ଷେତ୍ରରେ ରେବତୀ ଗୁଡା ଗ୍ରାମବାସୀ ଆଜକୁ ପ୍ରାୟ ୩୦ ବର୍ଷ ହେଲାଣି ଆମେ ସରକାର ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଥିବାର ସମସ୍ୟା ଘେରରେ ରହିବା ବିଷୟଣୁ ନେଇ ଖବର କାଗଜ ମାଧ୍ୟମରେ ପ୍ରସାରଂ ହୋଇଥିଲା I ଉକ୍ତ ସମସ୍ୟାର ସମାଧାନ କରିବି ବଲି ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ଆଶାଇ ବିଧାୟକ ଭାବରେ ଶ୍ରୀ ପବିତ୍ର ସାଉନ୍ତା କହିଥିଲେ କି ମୁଁ ଯଦି କ୍ଷମତାକୁ ଆସିଲେ ଗାଁର ଜମି ପୋଟା ଓ ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା କୋରାଇବି ବଲି ପ୍ରତିସୃତି ଦେଇଥିଲେ I ବର୍ତ୍ତମାନ ପବିତ୍ର ସାଉନ୍ତା ନବ ନିର୍ବାଚିତ ଭାବରେ ବିଧାୟକ ହୋଇଥିବା ଯୋଗୁଁ ରେବତୀ ଗୁଡା ଗ୍ରାମବାସୀଙ୍କୁ ଖବର ଦେଇ ଗ୍ରାମର ୧୨ ଜନ ଚାଷୀଙ୍କୁ ଚାଷ ଜମିର ପଟା ପ୍ରଦାନ କୋରାବା ପାଇଁ ବନ୍ଧୁଗାଁ ବ୍ଲକର ତୋହସିଲ ଦାର ଶ୍ରୀମତି ସୋନାଲି ପାତ୍ରଙ୍କ ଠାରୁ ପୋଟା ପ୍ରଦାନ କରିବା ସମୟରେ ଉପସ୍ଥିତ ରହିଥିଲେ I ପ୍ରତିଶୃତି ଦେଇ କଥା ରଖିଲେ ନୂତନ ବିଧାୟକ ଶ୍ରୀ ପବିତ୍ର ବାବୁ I ପୋଟା ପାଇବା ପରେ ଗ୍ରାମ ବାସି ବହୁତ ବହୁତ ଧନ୍ୟବାଦ ସହ ସାଡୁବାଦ ଜଣାଇଥିଲେ I ନିକଟରେ ବନ୍ଧୁଗାଁ ବ୍ଲକର କଂଗ୍ରେସ ସଭାପତି ଡ଼ି. ଏଙ୍କାଟି ଓ ଅନ୍ୟାନ୍ୟ ଉପସ୍ଥିତ ଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ

Sunil Chandra Nayak

ଏସ୍ଏସବି ଅଧ୍ୟାପକଙ୍କ କଳାବ୍ୟାଚ୍ ପରିଧାନ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ

masiha

୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!